Advertisment

ବିଧାୟକଙ୍କ ଗାଡ଼ିକୁ ବୋମା ମାଡ଼ରେ ଘଟଣାରେ କେବେ ଧରାପଡ଼ିବେ ଦୁର୍ବୃତ୍ତ?

କେନ୍ଦୁଝର ସଦର ବିଧାୟକ ମୋହନ ମାଝୀଙ୍କ ଗାଡ଼ି ଉପରକୁ ବୋମାମାଡ ଘଟଣାରେ ଏଯାଏଁ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇନି ପୋଲିସ । ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ତିନିଟି ଟିମ ଗଠନ କରି ଘଟଣାର ତଦନ୍ତ ଚଳାଇଛି

author-image
Sarbeswar
ଅଦ୍ୟତନ ହୋଇଛି
undefined

Mohan Majhi

କେନ୍ଦୁଝର: କେନ୍ଦୁଝର ସଦର ବିଧାୟକ ମୋହନ ମାଝୀଙ୍କ ଗାଡ଼ି ଉପରକୁ ବୋମାମାଡ ଘଟଣାରେ ଏଯାଏଁ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇନି ପୋଲିସ । ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ତିନିଟି ଟିମ ଗଠନ କରି ଘଟଣାର ତଦନ୍ତ ଚଳାଇଛି । ଅତିରିକ୍ତ ଏସପି ଘଟଣାସ୍ଥଳକୁ ଯାଇ ସରଜମିନ ତଦନ୍ତ ଆରମ୍ଭ କରିଛନ୍ତି । ଘଟଣା ସ୍ଥଳରୁ କିଛି ପିନ, କଣ୍ଟା ଓ ବାରୁଦ ପୋଲିସ ଜବତ କରି ଲାବୋରଟେରିକୁ ଯାଞ୍ଚ ପାଇଁ ପଠାଇଥିବା ସୂଚନା ମିଳିଛି । ଗତକାଲି କେନ୍ଦୁଝର ଟାଉନ୍ ଥାନା ମଣ୍ଡୁଆ ନିକଟରେ ବାଇକରେ ୨ ଜଣ ଦୁର୍ବୃତ୍ତ ଆସି ବିଧାୟକ ମୋହନ ମାଝିଙ୍କ ଗାଡ଼ି ଉପରକୁ ୨ଟି ବୋମାମାଡ଼ କରିଥିବା ଅଭିଯୋଗ ହୋଇଥିଲା।

Advertisment

ବୋମାମାଡରେ ବିଧାୟକଙ୍କ ଗାଡ଼ି ସାମାନ୍ୟ କ୍ଷତିଗ୍ରସ୍ତ ହୋଇ ଥିବା ବେଳେ ମୋହନ ମାଝୀ ସୁରକ୍ଷିତ ଅଛନ୍ତି । ଏ ପ୍ରସଙ୍ଗରେ ବିଧାୟକ ମୋହନ ମାଝି କହିଛନ୍ତି ଘଟଣାରେ ମୁଁ ନ୍ୟାୟ ପାଇବା ନେଇ ସନ୍ଦେହରେ ରହିଛି । ଥାନା ଓ ଜିଲ୍ଲା ପ୍ରଶାସନ ଶାସକ ଦଳର ଚାପରେ ଅଛନ୍ତି। ବିଜେଡି ନେତା ରାଜାଙ୍କ ନାଁରେ ଆଗରୁ ବହୁ ମାମଲା ଥିଲେ ବି ପୋଲିସ ତାଙ୍କୁ ଗିରଫ କରିନାହିଁ। ତେବେ ପୋଲିସ ଏହି ଘଟଣାରେ ନିରପେକ୍ଷ ତଦନ୍ତ କରି ମୋତେ ନ୍ୟାୟ ଦେବେ ବୋଲି ଆଶା ରଖିଥିବା କହିଛନ୍ତି ମୋହନ ମାଝୀ। ଅନ୍ୟପଟେ ମୋହନଙ୍କ ଅଭିଯୋଗକୁ ଗତକାଲି ଖଣ୍ଡନ କରିଥିଲେ ବିଜେଡି ନେତା ରାଜା ଚକ୍ର।

Advertisment
Odisha Mohan Charan Majhi Keonjhar MLA Keonjhar
Advertisment
Advertisment