Advertisment

ACF ସୌମ୍ୟଙ୍କ ମୃତ୍ୟୁ ମାମଲାରେ ନୂଆ ଟ୍ୱିଷ୍ଟ୍‌, ଚାଞ୍ଚଲ୍ୟକର ବୟାନ ଦେଲେ ଡିଏଫ୍‌ଙ୍କ ପୂର୍ବତନ ରାତ୍ରୀ ଜଗୁଆଳି

ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ଏକ ନୂଆ ଟ୍ୱିଷ୍ଟ୍‌ ଆସିଛି। DFO ସଂଗ୍ରାମ ବେହେରାଙ୍କ ଅଫିସ୍‌ର ଜଣେ ପୂର୍ବତନ ରାତ୍ରୀ ଜଗୁଆଳି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
New Twist In Paralakhemundi ACF Death Case

New Twist In Paralakhemundi ACF Death Case

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ଏକ ନୂଆ ଟ୍ୱିଷ୍ଟ୍‌ ଆସିଛି। DFO ସଂଗ୍ରାମ ବେହେରାଙ୍କ ଅଫିସ୍‌ର ଜଣେ ପୂର୍ବତନ ରାତ୍ରୀ ଜଗୁଆଳି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ଗଣମାଧ୍ୟମ ସାମ୍ନାରେ ସେ କହିଛନ୍ତି, ଥରେ ରାତି ଅଧରେ ୧୨ରୁ ସାଢ଼େ ୧୨ ଭିତରେ ଡିଏଫ୍‌ଓ, ସୌମ୍ୟରଞ୍ଜନ ସାର୍‌ଙ୍କ ଘରକୁ ଯାଇଥିବା ଡ୍ୟୁଟିରେ ଥିବାବେଳେ ଦେଖିଥିଲି। ତେବେ ତାହା କେଉଁ ଦିନ ଥିଲା, ଏହା ସ୍ପଷ୍ଟ ମନେ ନାହିଁ।

Advertisment

ରାତ୍ରୀ ଜଗୁଆଳି ଜଣକ ଗଣମାଧ୍ୟମ ସାମ୍ନାରେ କହିଛନ୍ତି, ‘ମୋତେ ବିନା କାରଣରେ ଡିଏଫ୍‌ଓ ଚାକିରିରୁ ବାହାର କରି ଦେଇଛନ୍ତି। ଦିନେ ରାତି ଡ୍ୟୁଟି କରୁଥିବା ବେଳେ ଦେଖିବାକୁ ପାଇଲି, ଡିଏଫ୍‌ଓ ସାର୍‌ ସୌମ୍ୟ ସାର୍‌ଙ୍କ ଘରକୁ ଯାଇଥିଲେ। ସେତେବେଳେ ସମୟ ପ୍ରାୟ ୧୨ରୁ ସାଢ଼େ ୧୨ଟା ହୋଇଥିଲା। ’ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭରତୀଙ୍କ ସହ ଅନୈତିକ ସଂପର୍କ ଥିବା ନେଇ ବାରମ୍ବାର ଗଣମାଧ୍ୟମ ଆଗରେ ଦାବି କରି ଆସୁଛନ୍ତି ମୃତ ସୌମ୍ୟଙ୍କ ପରିବାର ଲୋକେ।

Advertisment

ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁର ଇତିମଧ୍ୟରେ ୫୦ରୁ ଅଧିକ ଦିନ ବିତି ଗଲାଣି। ତେବେ କ୍ରାଇମବ୍ରାଞ୍ଚ ଜେରାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସୌମ୍ୟଙ୍କ ବାପା। କ୍ରାଇମବ୍ରାଞ୍ଚ ଟିମ୍ ତାଙ୍କୁ ଜେରା କରିବା ନେଇ କୌଣସି ସୂଚନା ପୂର୍ବରୁ ଦିଆଯାଇ ନ ଥିଲା। ସେ ମିଡିଆ ସୂତ୍ରରୁ ଏହି ଖବର ପାଇଥିଲେ।  କାହିଁକି ତାଙ୍କୁ ଜଣାଗଲାନି ବୋଲି ସେ ପ୍ରଶ୍ନ କରିବା ସହ କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ତାଙ୍କର ଭରସା ନାହିଁ ବୋଲି କହିଛନ୍ତି।

ସୌମ୍ୟଙ୍କ ବାପା ଅଭିଯୋଗ କରିଛନ୍ତି ଯେ, ପୁଅ ମୃତ୍ୟୁର ଏତେ ଦିନ ବିତି ଯାଇଥିଲେ ସୁଦ୍ଧା ପୋଲିସ କିଛି କରିପାରିନି। ଏପରିକି ହତ୍ୟାମାମଲା ରୁଜୁ ହୋଇଥିଲେ ବି ମୁଖ୍ୟ ଅଭିଯୁକ୍ତକୁ ଏ ଯାଏ ଗିରଫ କରାଯାଇ ପାରିନାହିଁ। ମୁଖ୍ୟ ଅଭିଯୁକ୍ତଙ୍କୁ କାହିଁକି ଗିରଫ କରାଯାଉନି, ଏହା କାହା ନିର୍ଦ୍ଦେଶରେ ହେଉଛି ସେ ନେଇ ସେ ପ୍ରଶ୍ନ କରିଛନ୍ତି।

BidyaBharati Paralakhemundi ACF Death Soumya Ranjan Mohapatra
Advertisment
Advertisment