Advertisment

ମନୀଷ ମୃତ୍ୟୁ ମାମଲା: ବିଲ୍ ପେମେଣ୍ଟ ବିବାଦ ପରେ ସାମ୍ନାକୁ ଆସିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ମନୀଷ ଅନୁରାଗଙ୍କ ମୃତ୍ୟୁ ଘଟଣାରେ ଧିରେ ଧିରେ ଗୁମର ଫିଟୁ ଥିବାବେଳେ ନୂଆ eନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ମନୀଷଙ୍କ ପାଖକୁ ୨ଟି ପର୍ଯ୍ୟାୟରେ ପରିବାର ଲୋକ ଅନ୍‌ଲାଇନ୍‌ରେ ଟଙ୍କା ପଠାଇ ଥିଲେ। ମାମଲାର ତନାଘନା ଭିତରେ ସାମ୍ନାକୁ ଆସିଛି ଏହି ତଥ୍ୟ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Manish Anurag

Manish Anurag

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ମୃତ୍ୟୁ ଘଟଣାରେ ଧିରେ ଧିରେ ଗୁମର ଫିଟୁ ଥିବାବେଳେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ହୋଟେଲ୍‌ ବିଲ୍‌ ପେମେଣ୍ଟକୁ ନେଇ ସାଙ୍ଗମାନଙ୍କ ସହ ମନୀଷଙ୍କ ବିବାଦ ଖବର ପ୍ରଥମେ ସାମ୍ନାକୁ ଆସିଥିବା ବେଳେ ଏବେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ଗତ ରବିବାର ଭୋର୍‌ ସମୟରେ ମନୀଷଙ୍କ ପାଖକୁ ୨ଟି ପର୍ଯ୍ୟାୟରେ ପରିବାର ଲୋକ ଅନ୍‌ଲାଇନ୍‌ରେ ଟଙ୍କା ପଠାଇ ଥିଲେ। ମାମଲାର ତନାଘନା ଭିତରେ ସାମ୍ନାକୁ ଆସିଛି ଏହି ତଥ୍ୟ

Advertisment

ଅସୁବିଧାରେ ପଡ଼ିଥିବା କହି ରବିବାର ଭୋରରେ ମନୀଷ ଘର ଲୋକଙ୍କୁ ଫୋନ୍ କରି ଜଣାଇଥିଲେ। ଏବାବଦକୁ ସେ ଟଙ୍କା ମାଗିଥିଲେ। କିଛି ଲୋକେ ତାଙ୍କୁ ମାରପିଟ କରିବା ସହ ଟଙ୍କା ମାଗୁଥିବା କହିବା ପରେ ଘର ଲୋକେ ତାଙ୍କୁ ଟଙ୍କା ପଠାଇଥିଲେ। ଏହାପରେ ରାତି ୩ଟା ୨୪ ଏବଂ ୩ଟା ୨୭ରେ ଏଭଳି ଦୁଇଟି ପର୍ଯ୍ୟାୟରେ ମନୀଷଙ୍କ ପାଖକୁ ପରିବାର ଲୋକ ଅନ୍‌ଲାଇନ୍‌ରେ ଟଙ୍କା ପଠାଇଥିଲେ। 

ମନୀଷଙ୍କ ଘର ଲୋକେ ପ୍ରଥମେ ୫ ହଜାର ଓ ପରେ ୩ ହଜାର ଟଙ୍କା ୟୁପିଆଇ ମାଧ୍ୟମରେ ପଠାଇଥିଲେ। ଏହି ଟଙ୍କାରେ ହୋଟେଲରେ ବିଲ୍ ପେମେଣ୍ଟ କରା ଯାଇଥିବା ସନ୍ଦେହ କରାଯାଉଛି। ଶନିବାର ରାତିରେ ସାଉଥ ସିଟି ହୋଟେଲ୍ ଯିବା ପୂର୍ବରୁ ମନୀଷ, ମୃତ୍ୟୁଞ୍ଜୟ, ଦିନେଶ ଓ ଆଉ କିଛି ବନ୍ଧୁ ଅନ୍ୟ ଦୁଇଟି ବାର୍‌କୁ ବି ଯାଇଥିଲେ।  

Advertisment

ହୋଟେଲ୍‌ରେ ବିଲ୍ ପେମେଣ୍ଟକୁ ନେଇ ବଚସା ପରେ ସେଠୁ ବାହାରିଥିଲେ ମନୀଷ। ଏପରିକି ବାହାରକୁ ଆସିବା ପରେ ବି ସାଙ୍ଗଙ୍କ ସହ ମନୀଷଙ୍କ ଯୁକ୍ତିତର୍କ ବି ହୋଇଥିବା ସୂଚନା ମିଳିଛି। ଏଦିଗକୁ ନେଇ ଏବେ ପୋଲିସ୍ ତଦନ୍ତ କରୁଛି।  ା ଫୁଲବାଣୀରୁ ମୃତ୍ୟୁଞ୍ଜୟ ଓ ଦିନେଶଙ୍କୁ ଆଣି ଏବେ କମିଶନରେଟ୍ ପୋଲିସ୍ ପଚରାଉଚରା କରୁଛି। ସେହିପରି ସେଦିନ ରାତିର ସିସିଟିଭି ଫୁଟେଜ୍‌କୁ ଯାଞ୍ଚ କରାଯାଇଛି। ଯେଉଁଠି ମନୀଷଙ୍କ ସମ୍ମୁଖରେ ଚାଲି ଚାଲି ଯାଉଥିବା ଯୁବତୀଙ୍କ ଚିହ୍ନଟ ସରିଛି। ସୂଚନା ମୁତାବକ, ଏହି ଯୁବତୀ ମନୀଷଙ୍କ ଜଣେ ସାଙ୍ଗଙ୍କ ବାନ୍ଧବୀ ବୋଲି ଜଣାପଡ଼ିଛି।

Manish Anurag Manish Anurag Death Case Navin Das Son's Death Case
Advertisment
Advertisment