Advertisment

ସାଙ୍ଗ ପାଲଟିଥିଲେ କି ସୈତାନ? ରହସ୍ୟମୟୀ ଯୁବତୀଙ୍କୁ ନେଇ ବଢୁଛି ଚର୍ଚ୍ଚା

ମନୀଷ ମୃତ୍ୟୁ ରହସ୍ୟରୁ ପରଦା ହଟାଇବ କି ଅକ୍ଟୋବର ୯ ରାତି । ୩ଟା୨୯ରୁ ୪ଟା ୧୩ ମଧ୍ୟର ୪୪ ମିନିଟ୍ ଏହି ସମୟରେ ଘଟିଲା କଣ ? କେମିତି ହେଲା ମନୀଷଙ୍କ ମୃତ୍ୟୁ?

author-image
Sarbeswar
undefined

Manish Death Case

ଭୁବନେଶ୍ୱର: ମନୀଷ ମୃତ୍ୟୁ ରହସ୍ୟରୁ ପରଦା ହଟାଇବ କି ଅକ୍ଟୋବର ୯ ରାତି । ୩ଟା୨୯ରୁ ୪ଟା ୧୩ ମଧ୍ୟର ୪୪ ମିନିଟ୍ ଏହି ସମୟରେ ଘଟିଲା କଣ ? କେମିତି ହେଲା ମନୀଷଙ୍କ ମୃତ୍ୟୁ? ସେଦିନ ରାତିରେ ମନୀଷଙ୍କ ସହ ଥିବା ଫୁଲବାଣୀର ଦୁଇ ଯୁବକ ମୃତ୍ୟୁଞ୍ଜୟ ଓ ଦିନେଶ ଆତ୍ମସପର୍ମଣ କରିଥିବା ବେଳେ ସିସିଟିଭି ଫୁଟେଜରେ ଥିବା ଯୁବତୀଙ୍କୁ ନେଇ ବି ଆହୁରି କୁହେଳିକାମୟ ହୋଇଛି ଘଟଣା। ତେବେ ପୋଲିସ କେବେ ଘଟଣା ଉପରୁ ପରଦା ହଟାଇବାରେ ସଫଳ ହେଉଛି ଏବେ ତାକୁ ଅପେକ୍ଷା ରହିଛି ସମସ୍ତଙ୍କର।

Advertisment

ସାଙ୍ଗ ଖୋଲିବେ କି ମନୀଷ ମୃତ୍ୟୁ ପଛର ରହସ୍ୟ? କହିବେ କି ସେଦିନ ରାତି ୩ଟା୨୯ରୁ ୪ଟା ୧୩ ମଧ୍ୟରେ ଘଟିଥିଲା କଣ? ତଦନ୍ତରୁ ଜଣାପଡିଛି ଯେ, ୯ ତାରିଖ ରାତିରେ ମନୀଷ ସହିତ କେବଳ ତାଙ୍କର ଦୁଇ ସାଙ୍ଗ ନଥିଲେ, ଫୁଲବାଣୀର ଦୁଇ ଯୁବକ ମୃତ୍ୟୁଞ୍ଜୟ ଆଉ ଦିନେଶ ବି ଥିଲେ। କନ୍ଧମାଳର ହିମାଂଶୁ ନାମକ ଜଣେ ଯୁବକକୁ ପୋଲିସ ଧରିବା ପରେ, ମୃତ୍ୟୁଞ୍ଜୟ ଓ ଦିନେଶ ଫୁଲବାଣୀ ଟାଉନ୍ ଥାନାରେ ଆତ୍ମସମର୍ପଣ କରିଛନ୍ତି। ପ୍ରଶ୍ନ ଉଠୁଛି ମନୀଷ ମୃତ୍ୟୁରେ ଏମାନଙ୍କର କି ଭୂମିକା ରହିଛି? ସାଙ୍ଗରୁ ପାଲଟି ଯାଇନାହାନ୍ତି ତ ସଇତାନ? ମନୀଷ ମୃତ୍ୟୁ ଆକସ୍ମିକ ନା ଏହା ପଛରେ ରହିଛି ଯୋଜନାବଦ୍ଧ ଷଡଯନ୍ତ୍ର? ସାଙ୍ଗ ସାଙ୍ଗ ଭିତରେ ଗଣ୍ଡଗୋଳକୁ ନେଇ ଘଟିନି ତ ଏଭଳି ଘଟଣା? କମିଶନରେଟ୍ ପୋଲିସ ମୃତ୍ୟୁଞ୍ଜୟ ଓ ଦିନେଶକୁ ଭୁବନେଶ୍ୱର ଆଣି ଜେରା କରୁଥିବା ବେଳେ ଖୁବ୍ ଶୀଘ୍ର ମନୀଷ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠିବା ଆଶା କରାଯାଉଛି।

Advertisment

ଶ୍ୱାସରୁଦ୍ଧ ହୋଇ ମନୀଷର ମୃତ୍ୟୁ ଘଟିଥିବା ପୋଷ୍ଟମର୍ଟମ ରିପୋର୍ଟରେ କୁହାଯାଇଛି। ତେବେ ପୋଖରୀରେ ପଡିବା ପରେ ଶ୍ୱାସ ରୁଦ୍ଧ ହୋଇଥିଲେ ନା ତା ପୂର୍ବରୁ ତାହା ସ୍ପଷ୍ଟ ହୋଇନି। ଏପଟେ ଘଟଣାରେ ଜଣକ ପରେ ଜଣଙ୍କ ନାଁ ଯୋଡି ହେବା ପରେ ରହସ୍ୟ ଆହୁରି ଘନେଇଛି। ତେବେ ପୋଲିସ କେତେ ଶୀଘ୍ର ସତ ସାମ୍ନାକୁ ଆଣିପାରୁଛି ଏବେ ତାକୁ ଅପେକ୍ଷା ରହିଛି।

Bhubaneswar Crime Odisha
Advertisment
Advertisment