Advertisment

ଅପହରଣ ନାଟକ ରଚିଥିଲେ ଡେଲିଭରି ବୟ; ମଧ୍ୟପ୍ରଦେଶରେ ଯୁବତୀଙ୍କ ସହ ଧରାପଡ଼ିଲେ

ଭୁବନେଶ୍ୱର ଉପକଣ୍ଠ ଲିଙ୍ଗିପୁରରୁ ଡେଲିଭରି ବୟ ଅପହରଣ ଘଟଣାରେ ନୂଆ ଟ୍ୱିଷ୍ଟ୍‌। ଡେଲିଭରି ବଏ ପତିତପାବନ ପୃଷ୍ଟି ଓରଫ ଚିକୁନ ଜଣେ ଯୁବତୀଙ୍କୁ ଅପହରଣ କରିଥିବା ଅଭିଯୋଗ ହୋଇଛି। ଯୁବତୀ ନିଖୋଜ ହେବା ନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି। ଏସବୁ ଭିତରେ ଏହି ପୁରା ଘଟଣା ଏକ ନୂଆ ମୋଡ଼ ନେଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
New Twist In Delivery Boy ‘Kidnapping' Case

New Twist In Delivery Boy ‘Kidnapping' Case

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଲିଙ୍ଗିପୁରରୁ ଡେଲିଭରି ବୟ ଅପହରଣ ଘଟଣାରେ ନୂଆ ଟ୍ୱିଷ୍ଟ୍‌। ଡେଲିଭରି ବୟ ପତିତପାବନ ପୃଷ୍ଟି ଓରଫ ଚିକୁନ ଜଣେ ଯୁବତୀଙ୍କୁ ଅପହରଣ କରିଥିବା ଅଭିଯୋଗ ହୋଇଛି। ଯୁବତୀ ନିଖୋଜ ହେବା ନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି। ଏସବୁ ଭିତରେ ଏହି ପୁରା ଘଟଣା ଏକ ନୂଆ ମୋଡ଼ ନେଇଛି। ଚିକୁନ ଓ ସମ୍ପୃକ୍ତ ଯୁବତୀ ଉଭୟଙ୍କୁ ମଧ୍ୟପ୍ରଦେଶରେ ରେଲ୍‌ୱେ ପୋଲିସ୍‌ ଅଟକ ରଖିଥିବା ସୂଚନା ମିଳିଛି। 

Advertisment

ସୂଚନା ଅନୁସାରେ, ଗତ ୧୧ ତାରିଖ ଦିନ ଡେଲିଭରି ବୟ ଚିକୁନ ନିଖୋଜ ହୋଇଯାଇଥିଲେ। ତାଙ୍କୁ ଅପହରଣ କରାଯାଇଥିବା ପରିବାର ଲୋକ ଅଭିଯୋଗ ଆଣିଥିଲେ। ସେଇଦିନ ସନ୍ଧ୍ୟାରେ ଫୁଡ୍ ଡେଲିଭରି କରିବାକୁ ଯାଇଥିବା ଚିକୁନ ରାତି ୧୦ଟା ୧୫ ମିନିଟ୍ ପରେ ନିଖୋଜ ଥିବା ଅଭିଯୋଗ ହୋଇଥିଲା। କିଛି ବ୍ୟକ୍ତି ତାଙ୍କୁ ସାମନ୍ତରାପୁର ଛକରେ ପିଛା କରୁଥିଲେ। ଏସମ୍ପର୍କରେ ସେ ସ୍ତ୍ରୀଙ୍କୁ ଜଣାଇଥିଲେ। ଗାଡ଼ି ଖରାପ ହୋଇଯାଇଥିବାରୁ ସେ ଆସି ପାରିନଥିବା ବି ସ୍ତ୍ରୀଙ୍କୁ କହିଥିଲେ। ପରିବାର ଲୋକ ଓ ପୋଲିସ୍‌ ବହୁ ଖୋଜାଖୋଜି କରିଥିଲେ। ହେଲେ ତାଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରି ନଥିଲା। 

ଚିକୁନ ନିଖୋଜ ହେବାର ଦିନକ ପରେ ଅର୍ଥାତ୍‌ ୧୨ ତାରିଖ ଦିନ ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ବେଦପୁର ଗାଁର ଜଣେ ଯୁବତୀ ନିଖୋଜ ହୋଇ ଯାଇଥିଲେ। ଏନେଇ ଯୁବତୀଙ୍କ ବାପା ଗୋପ ଥାନାରେ ଅଭିଯୋଗ କରିଥିଲେ। ଚିକୁନ ଉକ୍ତ ଯୁବତୀଙ୍କ ପଡୋଶୀଙ୍କ ଘରକୁ ଯା’ଆସ ବେଳେ ଯୁବତୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଯୁବତୀଙ୍କୁ ଚିକୁନ ଅପହରଣ କରି ନେଇଥିବା ଉକ୍ତ ଯୁବତୀଙ୍କ ପରିବାର ଲୋକ ଗଣମାଧ୍ୟମ ସମ୍ମୁଖରେ ଅଭିଯୋଗ କରିଛନ୍ତି। ଏହାସହ ଝିଅ ନିଖୋଜ ହେବା ନେଇ ଗୋପ ଥାନାରେ ପରିବାର ଲୋକ ଅଭିଯୋଗ କରିଛନ୍ତି। ସମ୍ପୃକ୍ତ ଯୁବତୀଙ୍କ ସହ ଚିକୁନଙ୍କ ପ୍ରେମ ସମ୍ପର୍କ ଥିବାନେଇ ଯୁବତୀ ଜଣକ ତାଙ୍କ ସାଙ୍ଗଙ୍କ ପାଖକୁ ଲେଖିଥିବା ଏକ ଚିଠିରୁ ପ୍ରମାଣ ମିଳିଛି। ପୋଲିସ୍‌ ଏହି ଚିଠି ଜବତ କରିଛି।

Advertisment

ଅନ୍ୟପକ୍ଷେ, ମଧ୍ୟପ୍ରଦେଶରେ ରେଲ୍‌ୱେ ପୋଲିସ୍‌ ଚିକୁନଙ୍କୁ ଅଟକ ରଖିଥିବା ସୂଚନା ମିଳିଛି। ତାଙ୍କ ସହ ଜଣେ ଯୁବତୀ ମଧ୍ୟ ଅଟକ ଥିବା ଜଣାପଡ଼ିଛି। ଚିକୁନ ଓ ଯୁବତୀଙ୍କୁ ଆଣିବାକୁ ପୋଲିସର ଏକ ଟିମ୍ ଯିବା ନେଇ ସୂଚନା ମିଳିଛି। 

ସୂଚନାଥାଉ କି, ୨ ଦିନ ପୂର୍ବେ ଭୁବନେଶ୍ୱର ଲିଙ୍ଗିପୁର ପାଖ ଦୟାନଦୀ ନିକଟ ରାସ୍ତାରେ ଚିକୁନଙ୍କୁ ଅପହରଣ କରାଯାଇଥିବା ପରିବାର ଲୋକ ଅଭିଯୋଗ ଆଣିଥିଲା।ଦୟାନଦୀ ନିକଟ ରାସ୍ତାରେ ଚିକୁନଙ୍କ ଚପଲ, ଗଞ୍ଜି, ବ୍ୟାଗ, ପାଣି ବୋତଲ ଓ ଏକ ଛୁରୀ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହାପରେ ପୋଲିସ୍‌ ଛାନ୍‌ଭିନ୍‌ ଆରମ୍ଭ କରିଥିଲା।  

Delivery Boy Abducted Bhubaneswar Odisha
Advertisment
Advertisment