Advertisment

ଫିଟୁଛି ମାନସ ଦାସଙ୍କ ଗୋଟିଏ ପରେ ଗୋଟିଏ ପଲିଟିକାଲ୍ ଲିଙ୍କ୍ ଅଭିଯୋଗ

ଫିଟୁଛି ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସଙ୍କ ଗୋଟିକ ପରେ ଗୋଟିଏ ପଲିଟିକାଲ୍ ଲିଙ୍କ୍ ଅଭିଯୋଗ। ସରକାରୀ ଦଳ ବିଜେଡିରେ ମାନସଙ୍କ ଖୁବ ଦବ୍‌ଦ‍‍ବା ଥିବା ନେଇ ଏକାଧିକ ଭିଡିଓ ଏବେ ସାମ୍ନାକୁ ଆସିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Human Organisation's Chief Manas Das & Prasanna Patasani

Human Organisation's Chief Manas Das & Prasanna Patasani

ଭୁବନେଶ୍ୱର: ଫିଟୁଛି ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସଙ୍କ ଗୋଟିଏ ପରେ ଗୋଟିଏ ପଲିଟିକାଲ୍ ଲିଙ୍କ୍ ଅଭିଯୋଗ। ସରକାରୀ ଦଳ ବିଜେଡିରେ ମାନସଙ୍କ ଖୁବ ଦବ୍‌ଦ‍‍ବା ଥିବା ନେଇ ଏକାଧିକ ଭିଡିଓ ଏବେ ସାମ୍ନାକୁ ଆସିଛି। ଦଳର ବରିଷ୍ଠ ନେତା, ଏପରିକି ସାଂସଦ ଓ ବିଧାୟକ ମଧ୍ୟ ମାନସଙ୍କୁ ପାଦ ଛୁଇଁ ପ୍ରଣାମ କରୁଥିଲେ। ଏପରିକି ସେମାନେ ସାଧାରଣ ସଭାରେ ମାନସଙ୍କର ପ୍ରଶଂସା ମଧ୍ୟ କରୁଥିଲେ। ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି। ସଙ୍ଗଠନର ସଦସ୍ୟମାନେ ମାନସଙ୍କୁ ଗୁରୁଜୀ ବୋଲି ସମ୍ବୋଧନ କରିଥାନ୍ତି। 

Advertisment

କିଛି ବର୍ଷ ପୂର୍ବର ଏକ ପୁରୁଣା ଭିଡିଓରେ ଦେଖିବାକୁ ମିଳିଛି, ଭୁବନେଶ୍ୱରର ତତ୍କାଳୀନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ସହ ମଞ୍ଚରେ ବସିଛନ୍ତି ତଥାକଥିତ ଗୁରୁଜୀ। ସର୍ବ ସମ୍ମୁଖରେ ପାଟ୍ଟଶାଣୀ ମାନସଙ୍କୁ ଗୁରୁଜୀ ବୋଲି ସମ୍ବୋଧନ କରୁଥିବା ଏହି ପୁରୁଣା ଭିଡିଓରେ ଦେଖିବାକୁ ମିଳିଛି। ସେହି ସମୟରେ ପାଟ୍ଟଶାଣୀ କହିଥିଲେ, ‘ଏଇଟା ପ୍ରିୟଦର୍ଶୀ ମିଶ୍ରଙ୍କର ନିଜ ନିର୍ବାଚନମଣ୍ଡଳୀ। ସେ ବହୁତ ବଡ଼ ଭାଗ୍ୟବାନ। କାରଣ ଗୁରୁଜୀ ମାନସ ଦାସଙ୍କ ଆଶୀର୍ବାଦ ତାଙ୍କ ଉପରେ ଅଛି। ଜଣେ ଶ୍ରେଷ୍ଠ ଗୁରୁ ଭାବେ ମାନସ ଦାସ ଆମ୍ଭମାନଙ୍କ ସହ ଛିଡ଼ା ହୋଇଛନ୍ତି। ସେ ଆମ୍ଭମାନଙ୍କ ଗର୍ବ ଓ ଗୌରବ।’

Advertisment

ଖାଲି ପାଟ୍ଟଶାଣୀ କିମ୍ବା ପ୍ରିୟଦର୍ଶୀ ନୁହଁନ୍ତି ପୂର୍ବତନ ବିଧାୟକ ତଥା ବର୍ତ୍ତମାନର ସାଂସଦ ପ୍ରଶାନ୍ତ ନନ୍ଦ, ସୁଶାନ୍ତ ରାଉତ ମଧ୍ୟ ମାନସଙ୍କ ଅନୁଗାମୀ ବୋଲି ଏବେ ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳିଛି।  ଏହିସବୁ ଭିଡିଓ ଏବେ ଭାଇରାଲ୍ ହେବା ପରେ ପ୍ରଶ୍ନ ଉଠୁଛି, ବିଜେଡି ଛତ୍ରଛାୟାରେ ଚାଲିଥିଲା କି ମାନସଙ୍କ ସାମ୍ରାଜ୍ୟ ?

ସୂଚନାଥାଉ କି, ୨ ଦିନ ପୂର୍ବେ ମାନବବାଦ ସଂଗଠନର କିଛି ଲୋକେ ଖୋର୍ଦ୍ଧା ବୋଲଗଡ଼ର କଡ଼ବ ଗାଁରେ ବାପା, ପୁଅଙ୍କୁ ନିସ୍ତୁକ ପିଟୁଥିବାର ଭିଡିଓ ଭାଇରାଲ ହୋଇଥିଲା। ଘଟଣା ପରେ ତଥାକଥିତ ଗୁରୁଜୀ ମାନସ ଦାସ ବିବାଦୀୟ ହୋଇପଡ଼ିଥିବା ବେଳେ ତାଙ୍କ କାରନାମା ଓ ପଲିଟିକାଲ ଲିଙ୍କ୍ ଏବେ ଧିରେ ଧିରେ ସାମ୍ନାକୁ ଆସୁଛି।

Human Organisation Chief Manas Das BJD Prasanna Patasani
Advertisment
Advertisment