Advertisment

ମହିଳାଙ୍କୁ ୨ ଖଣ୍ଡ କରି ନଦୀରେ ଭସାଇ ଦେଲେ ଦେଢ଼ଶୁର, ସ୍ତ୍ରୀର ଗଳା କାଟି ସ୍ୱାମୀର ଆତ୍ମହତ୍ୟା

ଘରୋଇ କଳିର କରୁଣ ପରିଣତି। ଜଣେ ବିଧବା ମହିଳାଙ୍କୁ ତାଙ୍କ ଦେଢ଼ଶୁର ହତ୍ୟା କରି ନଦୀରେ ଭସାଇ ଦେଇଥିବା ବେଳେ, ଅନ୍ୟପକ୍ଷେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ହୋଇଥିବା କଳି ଶେଷରେ ଭୟାନକ ରୂପ ଧାରଣ କରିଥିବା ଦେଖିବାକୁ ମିଳିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Newly Married Woman Found Dead

Murder

ଆନନ୍ଦପୁର/ପିପିଲି: ଘରୋଇ କଳିର କରୁଣ ପରିଣତି। ଜଣେ ବିଧବା ମହିଳାଙ୍କୁ ତାଙ୍କ ଦେଢ଼ଶୁର ହତ୍ୟା କରି ନଦୀରେ ଭସାଇ ଦେଇଥିବା ବେଳେ, ଅନ୍ୟପକ୍ଷେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ହୋଇଥିବା କଳି ଶେଷରେ ଭୟାନକ ରୂପ ଧାରଣ କରିଥିବା ଦେଖିବାକୁ ମିଳିଛି। ଝଗଡ଼ାରେ ଅତିଷ୍ଠ ହୋଇ ସ୍ୱାମୀ, ସ୍ତ୍ରୀର ଗଳାକାଟି କାଟି ହତ୍ୟା କରିବାକୁ ଉଦ୍ୟମ କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। କେନ୍ଦୁଝର ଓ ପୁରୀରେ ଏହି ଅଭାବନୀୟ ଘଟଣା ଘଟିଛି। 

Advertisment

କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ଜଣେ ବିଧବା ମହିଳାଙ୍କୁ ତାଙ୍କ ଦେଢ଼ଶୁର ହତ୍ୟା କରି ବୈତରଣୀ ନଦୀରେ ଭସାଇ ଦେଇଥିବା ଅଭିଯୋଗ ହୋଇଛି। ମହିଳାଙ୍କ ଝିଅ ଘସିପୁରା ଥାନାରେ ଏନେଇ ଅଭିଯୋଗ କରିଛନ୍ତି। ମୃତ ମହିଳା ହେଲେ ସୁରଥୀ ନାୟକ(୫୦)। ସୁରଥୀଙ୍କୁ ହତ୍ୟା କରିବା ପରେ ଦେଢ଼ଶୁର ଶତ୍ରୁଘ୍ନ ନାୟକ ଫେରାର ହୋଇଯାଇଛନ୍ତି।

ଅଭିଯୋଗ ଅନୁସାରେ, ସୁରଥୀଙ୍କ ଦୁଇ ଝିଅଙ୍କୁ ବାହା ଦେବା ପରେ ଏକାକି ଘରେ ରହି ଆସୁଥିଲେ। କୌଣସି କାରଣ ନଥାଇ ପ୍ରତ୍ୟେକ ଦିନ ଦେଢ଼ଶୁର ଶତ୍ରୁଘ୍ନ ମଦ ପିଇବା ପରେ ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଳଜ ସହ କଳି ଝଗଡା କରୁଥିଲେ। ଗୁରୁବାର ରାତିରେ କୌଣସି କଥାକୁ ନେଇ ସୁରଥୀ ଓ ଶତ୍ରୁଘ୍ନଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଶତ୍ରୁଘ୍ନ ଉତ୍ତ୍ୟକ୍ତ ହୋଇ ସୁରଥୀଙ୍କୁ ନଦୀ କୂଳକୁ ନେଇ ଧାରୁଆ ଅସ୍ତ୍ରରେ ହାଣି ମୁଣ୍ଡ ଗଣ୍ଡି ଅଲଗା କରି ଦେଇଥିଲେ।  ପରେ ବୈତରଣୀ ନଦୀରେ ଭସାଇ ଦେଇଥିଲେ। ଗତକାଲି ସୁରଥୀଙ୍କ ଅଧା ମୃତଦେହ ଆମରଙ୍ଗ ଘାଟରୁ ଉଦ୍ଧାର କରାଯାଇଥିଲା। ଶରୀରର ଉପର ଭାଗ ବର୍ତ୍ତମାନ ସୁଦ୍ଧା ମିଳିନାହିଁ। ପୋଲିସ୍ ଘଟଣାର ତଦନ୍ତ କରୁଛି। ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି  ଘସିପୁରା ଥାନା ଅଧିକାରୀ କହିଛନ୍ତି।

Advertisment

ସେହିପରି ପୁରୀ ଜିଲ୍ଲା ପିପିଲି ତେଇଶିପୁର ପଞ୍ଚାୟତର ନିର୍ମଳା ଗାଁରେ ଘରୋଇ କଳିର କରୁଣ ପରିଣତି ଦେଖିବାକୁ ମିଳିଛି। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ହୋଇଥିବା କଳି ଶେଷରେ ଭୟାନକ ରୂପ ଧାରଣ କରିଛି। ଝଗଡ଼ାରେ ଅତିଷ୍ଠ ହୋଇ ସ୍ୱାମୀ ସ୍ତ୍ରୀକୁ ଗଳାକାଟି କାଟି ହତ୍ୟା କରିବାକୁ ଉଦ୍ୟମ କରିଛି। ପରେ ନିଜେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି। ମୃତ ବ୍ୟକ୍ତି ହେଲେ ବ୍ରଜ କିଶୋର ସାହୁ(୬୨)। ତାଙ୍କ ସ୍ତ୍ରୀ ସାବିତ୍ରୀ ସାହୁ(୫୫)ଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଛି। 

ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ କୌଣସି କଥାକୁ ନେଇ ବ୍ରଜ କିଶୋର ଓ ସାବିତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ରାଗିଯାଇ ବ୍ରଜ କିଶୋର ଏକ ଧାରୁଆ ଅସ୍ତ୍ରରେ ସ୍ତ୍ରୀଙ୍କ ବେକକୁ କାଟି ଦେଇଥିଲେ। ପରେ ସେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିଲେ। ସାବିତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ଗୁରୁତର ରହିଛି। ପୋଲିସ୍‌ ଘଟଣାର ତଦନ୍ତ କରୁଛି।

Odisha Murder
Advertisment
Advertisment