/odishatv-khabar/media/post_attachments/uploadimage/library/16_9/16_9_0/ss_1638329400.jpg)
Murder Case Against Police
ଭୁବନେଶ୍ୱର: ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି। ଏକ ପୋଲିସ୍ ହେପାଜତ ମୃତ୍ୟୁ ଘଟଣାରେ ଏହି ୪ ପୋଲିସ୍ ଅଧିକାରୀଙ୍କ ବିରୋଧରେ କ୍ରାଇମ୍ବ୍ରାଞ୍ଚ ହତ୍ୟା ମାମଲା ରୁଜୁ କରିଛି। ୨୦୧୭ ମସିହାରେ କୋରାପୁଟ ଜିଲ୍ଲା ଜୟପୁର ଥାନାରେ ପୋଲିସ୍ ହେପାଜତ ମୃତ୍ୟୁ ଘଟଣାରେ ଏହି ହତ୍ୟା ମାମଲା ରୁଜୁ ହୋଇଛି।
Advertisment
ଜୟପୁର ଟାଉନଥାନାର ପୂର୍ବତନ IIC ତପନ ରଥ, ପୂର୍ବତନ ସବ୍ଇନ୍ସପେକ୍ଟର ଶିବ ପ୍ରସାଦ ସାହୁ, ପୂର୍ବତନ ସବ୍ଇନ୍ସପେକ୍ଟର ରାଜେଶ ବଳିୟାର ସିଂ,ତତ୍କାଳୀନ SDPO ରାଜେନ୍ଦ୍ର ପ୍ରସାଦ ସେନାପତିଙ୍କ ନାଁରେ ମାମଲା ରୁଜୁ ହୋଇଛି। କ୍ରାଇମ୍ବ୍ରାଞ୍ଚ ASP ରାମଚନ୍ଦ୍ର ଥମ୍ବ ଘଟଣାର ତଦନ୍ତ କରିବେ ବୋଲି ସୂଚନା ମିଳିଛି।
ସୂଚନା ଅନୁସାରେ, ୨୦୧୭ ମସିହା ଜାନୁଆରୀ ୩୦ ତାରିଖରେ ଆକାଶ ମହୁରିଆ ନାମକ ଜଣେ ବ୍ୟକ୍ତିଙ୍କ ପୋଲିସ ହେପାଜତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ଏନେଇ ଆକାଶଙ୍କ ପରିବାର ଲୋକେ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ।
Advertisment
Advertisment