• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମୁମ୍ବାଇ: ଡ୍ରଗ୍ସ ମାମଲାରେ ଗିରଫ ଆର୍ୟନ୍‌ ଖାନ୍‌, ଦିନକୁ ଦିନ ଅଧିକ ଛନ୍ଦି ହୋଇଯାଉଛନ୍ତି । ଆଜି ବି ତାଙ୍କୁ ମିଳିଲାନି ଜାମିନ । ସେ ଆହୁରି ୬ ଦିନ ପର୍ଯ୍ୟନ୍ତ ରହିବେ ଜେଲ୍‌ରେ । ମୁମ୍ବାଇର ସ୍ୱତନ୍ତ୍ର ଅଦାଲତ ପୁଣି ଥରେ ଆର୍ୟନ୍‌ଙ୍କ ଜାମିନ ଆବେଦନର ଶୁଣାଣିକୁ ଘୁଞ୍ଚାଇ ଦେଇଛନ୍ତି । ଏହି ମାମଲାର ପରବର୍ତ୍ତି ଶୁଣାଣି ଅକ୍ଟୋବର ୨୦ ତାରିଖରେ ହେବ ବୋଲି କୋର୍ଟ କହିଛନ୍ତି । କୋର୍ଟଙ୍କ ରାୟ ନଆସିବା ଯାଏଁ, ଆର୍ୟନ୍‌ ଖାନ୍‌ଙ୍କୁ ଆହୁରି ୬ ଦିନ ଜେଲ୍‌ରେ ରହିବାକୁ ପଡ଼ିବ ।

ଗୁରୁବାର ଶୁଣାଣି ସମୟରେ ଓକିଲ ଆମିତ ଦେସାଈ କହିଛନ୍ତି ଯେ, ତାଙ୍କୁ ମିଳିଥିବା ରିପୋର୍ଟ ଅନୁଯାୟୀ ଆର୍ୟନ୍‌ଙ୍କ ଫୋନ୍‌ରେ କୌଣସି ପ୍ରକାର ରେଭ୍‌ ପାର୍ଟିର ଆଲୋଚନା ହୋଇନାହିଁ । ଏହା ଏକ ମିଳିତ ମୁଦ୍ଦା ନୁହେଁ । ଅନ୍ୟ କାହାର ମାମଲାକୁ ଏଥିରେ ସାମିଲ କରିବା ଉଚିତ୍‌ ନୁହେଁ । କାରଣ ଆର୍ୟନ୍‌ ଅନେକ ଦିନ ଧରି ବିଦେଶରେ ରହିଛନ୍ତି । ଯେଉଁଠାରେ କି ଅନେକ କିଛି ଆଇନ୍‌ ସଙ୍ଗତ । ଏମିତି ବି ହୋଇଥାଇପାରେ ଯେ, ସେଠାକାର ଲୋକ ଅନ୍ୟ କିଛି ଜିନିଷ ଉପରେ ଆଲୋଚନା କରୁଛନ୍ତି, ଯେଉଁଥିରେ ଆର୍ୟନ୍‌ ବି ସାମିଲ ଅଛନ୍ତି । ମୋତେ ଜଣାନାହିଁ, ସେମାନେ କେଉଁ ବିଷୟରେ ଆଲୋଚନା କରୁଛନ୍ତି । କିନ୍ତୁ ଅଦାଲତଙ୍କୁ ତାହା ଜାଣିବା ନିହାତି ଆବଶ୍ୟକ । ହେଲେ ଷଡ଼ଯନ୍ତ୍ର ଆଳ ଦେଖାଇ ଜାମିନକୁ ବିରୋଧ ଏଡ଼ାଇ ଦିଆଯାଇ ପାରିବ ନାହିଁ ।

ସୂଚନାଯୋଗ୍ୟ, ସମୁଦ୍ର ଭିତରେ ଜାହଜରେ ଏନ୍‌ସିବିର ରେଡ୍‌ ପରେ ଆର୍ୟନ୍‌ ଖାନ୍‌ଙ୍କୁ ୩ ଅକ୍ଟୋବରରେ ଗିରଫ କରାଯାଇଥିଲା । ସେ ଏବେ ମୁମ୍ବାଇର ଆର୍ଥର ରୋଡ୍‌ସ୍ଥିତ ଜେଲରେ କଏଦ ଅଛନ୍ତି । ସେ ଗତ ସପ୍ତାହରେ ଜାମିନ ପାଇଁ ମାଜିଷ୍ଟ୍ରେଟ୍‌ଙ୍କ ଅଦାଲତରେ ଆବେଦନ କରିଥିଲେ । ହେଲେ ଅଦାଲତ କହିଥିଲେ ଯେ, ଏହି ମାମଲାରେ ଶୁଣାଣି କରି ଜାମିନ ପ୍ରଦାନ କରିବାର ଅଧିକାର ତାଙ୍କର ନାହିଁ । କାରଣ ଏହି ମାମଲାରେ ସ୍ୱତନ୍ତ୍ର ଅଦାଲତ ଶୁଣାଣି କରିବେ । ଏହାପରେ ଆର୍ୟନ୍‌ ସ୍ୱତନ୍ତ୍ର ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ ।

ଗିରଫ ପୂର୍ବରୁ ଆର୍ୟ୍ୟନ୍‌ ଡ୍ରଗ୍ସ ସେବନ କରିଥିବା ସ୍ୱୀକାର କରିଥିଲେ । ସେ ଗତ ୪ ବର୍ଷ ହେବ ଡ୍ରଗ୍ସ ସେବନ କରୁଛନ୍ତି ବୋଲି ଏନ୍‌ସିବିର ଜେରା ବେଳେ ମାନିଛନ୍ତି । ଆର୍ୟନ୍‌ଙ୍କ ସହ ଅନ୍ୟ କିଛି ଯୁବକଙ୍କୁ ମଧ୍ୟ ଏନ୍‌ସିବି ଗିରଫ କରିଥିଲା ।