Advertisment

ବିଜେପି ମଣ୍ଡଳ ସଭାପତିଙ୍କୁ ମାଡ଼ ମାରିଲେ ଶାସକ ଦଳର ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ପୁଣି ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଦବଙ୍ଗଗିରି ସାମ୍ନାକୁ ଆସିଛି। ପୁଣି ଥରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଦବଙ୍ଗଗିରିକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ବାଲୁଗାଁ ମଣ୍ଡଳ ବିଜେପି ସଭାପତିଙ୍କୁ ବିଧାୟକ ପିଟିଥିବା ନେଇ ଖବର ଆସିଛି

author-image
Sarbeswar
ଅଦ୍ୟତନ ହୋଇଛି
BJD MLA

BJD MLA

ବାଲୁଗାଁ: ପୁଣି ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଦବଙ୍ଗଗିରି ସାମ୍ନାକୁ ଆସିଛି। ପୁଣି ଥରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଦବଙ୍ଗଗିରିକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ବାଲୁଗାଁ ମଣ୍ଡଳ ବିଜେପି ସଭାପତିଙ୍କୁ ବିଧାୟକ ପିଟିଥିବା ନେଇ ଖବର ଆସିଛି। ବିଚ୍ ରାସ୍ତାରେ ସଭାପତି ନିରଞ୍ଜନ ସେଠୀଙ୍କୁ ପିଟିଛନ୍ତି ପ୍ରଶାନ୍ତ। ଗାଡ଼ିରୁ ଓହ୍ଲାଇ ନିରଞ୍ଜନଙ୍କ ଆଡକୁ ଚିହିଁକି ଯାଇ ଧକ୍କା ମାରିଛନ୍ତି। ଭତ୍ତା ବଣ୍ଟନ ବିଳମ୍ବ ହେବାରୁ ପଚାରିବାକୁ ଯାଇଥିଲେ ନିରଞ୍ଜନ। ଏନ୍ଏସି ନିର୍ବାହୀ ଅଧିକାରୀଙ୍କୁ ଏନେଇ ପଚାରିବାକୁ ଯାଇଥିଲେ ନିରଞ୍ଜନ। ତେବେ ନିରଞ୍ଜନ ପଚାରି ଫେରୁଥିବା ବେଳେ ସେଠି ପହଞ୍ଚି ଯାଇଥିଲେ ଶାସକ ଦଳର ବିଧାୟକ ପ୍ରଶାନ୍ତ। ଗାଡ଼ିରୁ ଓହ୍ଲାଇ ବିଧାୟକ ତାଙ୍କୁ ପିଟିଥିବା ଅଭିଯୋଗ କରିଛନ୍ତି ନିରଞ୍ଜନ। ତେବେ ମଣ୍ଡଳ ସଭାପତିଙ୍କୁ ବିଧାୟକଙ୍କ ମାଡ଼ ନେଇ ବିଜେପି ତାତିଛି। ମାଡ଼ ପ୍ରତିବାଦରେ ବାଲୁଗାଁ ଥାନା ସାମ୍ନାରେ ବିଜେପି କର୍ମୀ ଧାରଣା ଦେଇଛନ୍ତି। ବିଧାୟକଙ୍କୁ ତୁରନ୍ତ ଗିରଫ ଦାବିରେ ଧାରଣା ଦେଇଛନ୍ତି ବିଜେପି କର୍ମୀ।

Advertisment
MLA Prashant Jagdev Balugaon
Advertisment
Advertisment