Advertisment

ମୋ ପୁଅକୁ ହତ୍ୟା କରିଛି ତା' ବାନ୍ଧବୀ: ତୁଷାରଙ୍କ ବାପା

କଟକ ଖ୍ରୀଷ୍ଟ କଲେଜରେ ଯୁକ୍ତ ଦୁଇ ବାଣିଜ୍ୟର ତୁଷାର ଛାତ୍ର ଥିଲେ। ସେହି କଲେଜର ଜଣେ ଛାତ୍ରୀଙ୍କ ସହିତ ତୁଷାରଙ୍କ ଭଲ ସଂପର୍କ ଥିଲା। ଏମିତିକି ଘର ପରିବାର ସହିତ ମଧ୍ୟ ଉଭୟ ଚିହ୍ନାଜଣା ବୋଲି ଜଣାପଡିଛି। ଏବେ ତୁଷାରଙ୍କ ପରିବାର କହୁଛନ୍ତି, ସେହି ଝିଅଟିର ତା ବୟଫ୍ରେଣ୍ଡ ସହିତ ବ୍ରେକ୍ଅପ ହୋଇଥିବାରୁ ଏଥିପାଇଁ ତୁଷାରକୁ ସେ ଦାୟୀ କରିଥିଲା।

author-image
Chandan Shishu
ମୋ ପୁଅକୁ ହତ୍ୟା କରିଛି ତା' ବାନ୍ଧବୀ: ତୁଷାରଙ୍କ ବାପା

Death Mystery

କଟକ: ମଙ୍ଗଳବାର ଦିନ ନିଖୋଜ, ବୁଧବାର କଟକ ମହାନଦୀ ସେତୁରୁ ମିଳିଥିଲା ଗାଡ଼ି। ଆଉ ଆଜି ଯୋବ୍ରା ଆନିକଟରୁ ମିଳିଛି ଯୁକ୍ତ ଦୁଇ ଛାତ୍ର ତୁଷାରକାନ୍ତ ସାହୁଙ୍କ ମୃତଦେହ। ପାଣିରେ ଭାସୁଥିଲା ମରଶରୀର। ଓଡ୍ରାଫ୍ ଏବଂ ଅଗ୍ନିଶମ ବାହିନୀ ମୋଟର ବୋଟ୍‌ରେ ଯାଇ ଉଦ୍ଧାର କରିବା ପରେ, ମୃତଦେହଟି ତୁଷାରଙ୍କର ବୋଲି ସ୍ପଷ୍ଟ ହୋଇଥିଲା। ଏହାପରେ ପରିବାର ଲୋକଙ୍କ କାନ୍ଦବୋବାଳି। ତୁଷାର ନିଖୋଜ ହେବା ପରେ ତାଙ୍କୁ ଅପହରଣ କରାଯାଇଥିବା ନେଇ କଟକ କ୍ୟାଣ୍ଟନମେଣ୍ଟ ଥାନାରେ ଅଭିଯୋଗ କରାଯାଇଥିଲା। ଏବେ ବାପା କହିଛନ୍ତି, ପୁଅକୁ ହତ୍ୟା କରାଯାଇଛି।  ଏହା ପଛରେ ରହିଛନ୍ତି ତୁଷାରଙ୍କ ଜଣେ ବାନ୍ଧବୀ, ସେହି ଝିଅର ପୂର୍ବତନ ବୟଫ୍ରେଣ୍ଡ ଓ କିଛି ସାଙ୍ଗ। ଉଭଣୀ ପୁନମ୍‌ଙ୍କ ମଧ୍ୟ ସେହି ସନ୍ଦେହ। ଏହା କୌଣସି ଅଘଟଣ କି ଆତ୍ମହତ୍ୟା ନୁହେଁ ବରଂ ଯୋଜନାବଦ୍ଧ ଭାବେ ଭାଇକୁ ହତ୍ୟା କରି ନଈରେ ଫିଙ୍ଗି ଦିଆଯାଇଥିବା ପୁନମ୍ କହିଛନ୍ତି।

Advertisment

କଟକ ଖ୍ରୀଷ୍ଟ କଲେଜରେ ଯୁକ୍ତ ଦୁଇ ବାଣିଜ୍ୟର ତୁଷାର ଛାତ୍ର ଥିଲେ। ସେହି କଲେଜର ଜଣେ ଛାତ୍ରୀଙ୍କ ସହିତ ତୁଷାରଙ୍କ ଭଲ ସଂପର୍କ ଥିଲା। ଏମିତିକି ଘର ପରିବାର ସହିତ ମଧ୍ୟ ଉଭୟ ଚିହ୍ନାଜଣା ବୋଲି ଜଣାପଡିଛି। ଏବେ ତୁଷାରଙ୍କ ପରିବାର କହୁଛନ୍ତି, ସେହି ଝିଅଟିର ତା ବୟଫ୍ରେଣ୍ଡ ସହିତ ବ୍ରେକ୍ଅପ ହୋଇଥିବାରୁ ଏଥିପାଇଁ ତୁଷାରକୁ ସେ ଦାୟୀ କରିଥିଲା।

ଏମିିତି କି ତା ଜୀବନ ନଷ୍ଟ କରିଦେଇଥିବା ଅଭିଯୋଗ କରି ତୁଷାରକୁ ଜୀବନରୁ ମାରି ଦେବାକୁ ମଧ୍ୟ ଧମକ ଦେଇଥିଲା ସେଇ ଝିଅଟି। ହ୍ବାଟ୍ସ୍ ଆପ୍‌ର ଏହିସବୁ ଚାଟ୍‌ରୁ ଜଣାପଡୁଛି ତୁଷାର ଓ ସେହି ଝିଅ ମଧ୍ୟରେ କେମିତି ଚରମସୀମାରେ ପହଞ୍ଚିଥିଲା ତିକ୍ତତା। ତୁଷାରଙ୍କ ମୃତ୍ୟୁ ନେଇ ଏଯାଏ କିଛି ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ସବୁ ଦିଗରୁ ତଦନ୍ତ କରିବ ବୋଲି କହିଛି। ବ୍ୟବଚ୍ଛେଦ ପରେ ତୁଷାରଙ୍କ ମରଶରୀରକୁ ତାଙ୍କ ପରିବାରକୁ ହସ୍ତାନ୍ତର କରି ତଦନ୍ତ କରୁଛି କମିଶନରେଟ ପୋଲିସ।

Advertisment

ରିପୋର୍ଟ: ଦେବାଶିଷ ମହାନ୍ତି

Odisha News
Advertisment
Advertisment