Advertisment

ମାଗଣାରେ ଗ୍ୟାସ୍‌ ଭର୍ତ୍ତି ସିଲିଣ୍ଡରର ଲୋଭ ଦେଖାଇ ଖାଲି ସିଲିଣ୍ଡର ଧରି ଚମ୍ପଟ ମାରିଲେ ଦୁର୍ବୃତ୍ତ

ସରକାରଙ୍କ ଉଜ୍ଜ୍ୱଳା ଯୋଜନାରେ ମାଗଣାରେ ଗ୍ୟାସ୍‌ ଭର୍ତ୍ତି ସିଲିଣ୍ଡର ଦିଆଯିବ କହି ଆଦିବାସୀଙ୍କ ନିକଟରୁ ଖାଲି ସିଲିଣ୍ଡର ଧରି ଚମ୍ପଟ ମାରିଛନ୍ତି ଦୁର୍ବୃତ୍ତ।

author-image
Rajalaxmi Sahoo
ମାଗଣାରେ ଗ୍ୟାସ୍‌ ଭର୍ତ୍ତି ସିଲିଣ୍ଡରର ଲୋଭ ଦେଖାଇ ଖାଲି ସିଲିଣ୍ଡର ଧରି ଚମ୍ପଟ ମାରିଲେ ଦୁର୍ବୃତ୍ତ

gas cylinder

ଭଞ୍ଜନଗର: ଦିନକୁ ଦିନ ଠକମାନେ ବିଭିନ୍ନ ପ୍ରକାରର ଲୋଭନୀୟ ଅଫର ଦେଇ ଅନ୍‌ଲାଇନ୍‌ରେ ଲୋକଙ୍କୁ ଠକୁ ଥିବାବେଳେ ଏବେ ଠକେଇର ନୂଆ ତରିକା ଦେଖିବାକୁ ମିଳିଛି। କିଛି ଲୋକ ଚାଲାକ୍‌ ହୋଇ ଠକଙ୍କ ଜାଲରେ ପଡ଼ୁ ନଥିବାବେଳେ ଆଉ କିଛି ଲୋକ ଲୋଭନୀୟ ଅଫରରେ ଆସି ଠକାମିର ଶିକାର ହୋଇଥାନ୍ତି। ଏଭଳି କିଛି ଠକାମିର ଶିକାର ହୋଇଛନ୍ତି ନିରୀହ ଆଦିବାସୀ। ସରକାରଙ୍କ ଉଜ୍ଜ୍ୱଳା ଯୋଜନାରେ ମାଗଣାରେ ଗ୍ୟାସ୍‌ ଭର୍ତ୍ତି ସିଲିଣ୍ଡର ଦିଆଯିବ କହି ଆଦିବାସୀଙ୍କ ନିକଟରୁ ଖାଲି ସିଲିଣ୍ଡର ଧରି ଚମ୍ପଟ ମାରିଛନ୍ତି ଦୁର୍ବୃତ୍ତ। 

Advertisment

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ମୁଜାଗଡ଼ ପଞ୍ଚାୟତ ସୁତାଙ୍ଗି ଗାଁରୁ ଏଭଳି ଅଭିଯୋଗ ଆସିଛି।ଗତ କିଛି ଦିନ ପୂର୍ବେ ୩ ଜଣ ବ୍ୟକ୍ତି ଏକ ଡାଲା ଗାଡ଼ି ଧରି ଗ୍ୟାସ କମ୍ପାନୀରୁ ଆସିଥିବା କହିଥିଲେ। ଏଥିସହ ଉଜ୍ଜ୍ୱଳା ଯୋଜନାରେ ମାଗଣାରେ ଗ୍ୟାସ୍‌ ମିଳିବ ବୋଲି ହିତାଧିକାରୀଙ୍କୁ ବୁଝାଇଥିଲେ। ସେଥିପାଇଁ ସେମାନଙ୍କୁ ଖାଲି ସିଲିଣ୍ଡର ଦେବାକୁ ପଡ଼ିବ ଓ ଏହାର ଦିନେ କିମ୍ବା ଦୁଇ ଦିନରେ ଗ୍ୟାସ ଭର୍ତ୍ତି ସିଲିଣ୍ଡର ଦିଆଯିବ ବୋଲି କହିଥିଲେ।

ସେମାନଙ୍କ କଥାରେ ବିଶ୍ୱାସ କରି ୧୨ ଜଣ ହିତାଧିକାରୀ ଖାଲି ଗ୍ୟାସ୍‌ ସିଲିଣ୍ଡର ଦେଇଥିଲେ। କିନ୍ତୁ ଘଟଣାକୁ ୪ ଦିନ ବିତିଥିଲେ ମଧ୍ୟ କୌଣସି ଗ୍ୟାସ୍‌ ଭର୍ତ୍ତି ନମିଳିବାରୁ ଦଦରଲୁଣ୍ଡା ଠାରେ ଥିବା ଜଣେ ବ୍ୟବସାୟୀକୁ ଆସି ପଚାରି ଥିଲେ। ତେବେ ଏଭଳି ଭାବେ କମ୍ପାନୀ ପକ୍ଷରୁ ଗ୍ୟାସ୍‌ ସଂଗ୍ରହ ହେଉନଥିବା ଜାଣିବା ପରେ ସେମାନେ ଠକାମିର ହୋଇଥିବା ଜାଣିବାକୁ ପାଇଥିଲେ। 

Advertisment
Loot
Advertisment
Advertisment