• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କଟୁରୀ ଧରି ୫ ଜଣ ପୋଲିସଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲା ଦୁର୍ବୃତ୍ତ । ନୀଳଗିରି ଥାନା ଜାମ୍ବୁଡ଼ିସାହିରେ ପୋଲିସ ଓ ଗ୍ରାମରକ୍ଷୀଙ୍କୁ ଆକ୍ରମଣ କରାଯାଇଛି । ଏକ ହତ୍ୟା ଉଦ୍ୟମ ମାମଲାରେ ନୋଟିସ ଦେବାକୁ ଯାଇଥିବା ବେଳେ ପୋଲିସ ଅଧିକାରୀଙ୍କ ସହ ଏଭଳି ଘଟିଛି । SI, ASI ସମେତ ୫ ପୋଲିସ ଓ ଗ୍ରାମରକ୍ଷୀ ମେଡିକାଲରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତ ପଦ୍ମଲୋଚନ ପାତ୍ରକୁ କାବୁ କରି ଥାନାରେ ଅଟକ । ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । କିନ୍ତୁ ଆକ୍ରମଣର କାରଣ ଏଯାଏଁ ସ୍ପଷ୍ଟ ଜଣାପଡ଼ିନି ।