• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ହତ୍ୟା ମାମଲାରେ ଯୋଡ଼ି ହେଲା ଆଉ ଏକ ନୂଆ ଫର୍ଦ୍ଦ । ଭୁବନେଶ୍ୱର ସାଉଥ ସିଟି ବାର୍ ଚଳାଉଥିବା କମିଶନରେଟ୍ ପୋଲିସର କନେଷ୍ଟବଳ ପ୍ରସନ୍ନ ବେହେରାଙ୍କୁ ନିଲମ୍ବନ କଲେ ଡିସିପି । ଅତିରିକ୍ତ ଡିସିପିଙ୍କ ତଦନ୍ତ ରିପୋର୍ଟ ଆଧାରରେ ପ୍ରସନ୍ନଙ୍କୁ ଡିସିପି ନିଲମ୍ବନ କରିଥିବା ଜଣାପଡ଼ିଛି । ଭୁବନେଶ୍ୱର ହାବିଳଦାର ଓ କନେଷ୍ଟବଳ ସଂଘର ସଭାପତି ଅଛନ୍ତି ପ୍ରସନ୍ନ । ନିଜ ଭାଇଙ୍କ ନାଁରେ ଲିଜ୍ ନେଇ ସାଉଥ ସିଟି ବାର୍ ଚଳାଉଥିଲେ ପ୍ରଶନ୍ନ । ବିଳମ୍ବିତ ରାତି ଯାଏଁ ବାର୍ ଖୋଲା ରଖିବା ଅଭିଯୋଗରେ ପ୍ରସନ୍ନଙ୍କୁ ନିଲମ୍ବନ କରାଯାଇଥିବା ଜଣାଯାଇଛି । ଘଟଣା ଦିନ ମନୀଷ ଓ ତାଙ୍କ ସାଙ୍ଗମାନେ ଏହି ସାଉଥ ସିଟି ବାର୍‌ରେ ଥିଲେ ।

ଅନ୍ୟପଟେ ଏହି ହତ୍ୟା ଘଟଣାରେ ଦାୟିତ୍ୱରେ ଅବହେଳା କରିଥିବା ଅଭିଯୋଗରେ ତମାଣ୍ଡୋ ଥାନା IICଙ୍କୁ ବଦଳି କରାଯାଇଛି । IIC ପ୍ରମୋଦ ପଟ୍ଟନାୟକଙ୍କୁ DCP ଅଫିସକୁ ବଦଳି କରାଯାଇଛି । ବାର୍ ମାଲିକ ପ୍ରଦ୍ୟୁମ୍ନ ଜେନା ଓ ପ୍ରସନ୍ନ ବେହେରାଙ୍କୁ ଥାନାରେ ଅଟକ ରଖାଯାଇଛି । ଆଉ ଏକ ବଡ଼ ଖବର ରହିଛି ଯେ, ବାର୍‌ ଲାଇସେନ୍ସ ଅବଧି ସେପ୍ଟେମ୍ବର ମାସରୁ ଶେଷ ହୋଇଯାଇଥିବା ବେଳେ ବେଆଇନ୍‌ ଭାବେ ବାର୍‌ ଚଳାଇଥିଲେ ପ୍ରଶନ୍ନ । ଖାଲି ସେତିକି ନୁହେଁ କୋଭିଡ କଟକଣାକୁ ଉଲ୍ଲଙ୍ଘନ କରି ବିଳମ୍ବିତ ରାତି ଯାଏଁ ମଧ୍ୟ ଚାଳାଇଥିଲେ ବାର୍ ।

ସୂଚନାଯୋଗ୍ୟ, ଗତ ୧୦ ତାରିଖରେ ଭୁବନେଶ୍ୱର ସ୍ଥିତ ପାତ୍ରପଡ଼ା ପୋଖରୀରେ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନିଷଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ମିଳିଥିଲା । ମନୀଷ ପାତ୍ରପଡ଼ାରେ ଥିବା ସାଉଥ୍ ସିଟି ବାର୍‌ରେ ବିଳମ୍ୱିତ ରାତି ପର୍ଯ୍ୟନ୍ତ ରହିଥିଲେ । ସେ ରାତି ୪ ଟାରେ ବାର୍‌ରୁ ନିଶାସକ୍ତ ଅବସ୍ଥାରେ ବାହାରି ଥିଲେ ବୋଲି କହିଥିଲେ ହୋଟେଲ୍‌ କର୍ମଚାରୀ । ଏସବୁ ଦିଗକୁ ନେଇ ଡିସିପିଙ୍କ ନେତୃତ୍ୱରେ ତମାଣ୍ଡୋ ଓ ଇନଫୋସିଟି ଥାନା ପୋଲିସ ଛାନଭିନ୍ କରିବା ସହ ପୋଖରୀ ନିକଟରେ ଥିବା ସିସିଟିଭି ଫୁଟେଜ୍ ମଧ୍ୟ ଯାଞ୍ଚ କରିଥିଲା ।

ତେବେ ଏହି ଘଟଣାରେ ୩ ଜଣଙ୍କୁ ଗିରିଫ କରିଛି ପୋଲିସ । ଏହି ତିନି ଜଣ ଅଭିଯୁକ୍ତ ହେଉଛନ୍ତି ମନିଷଙ୍କ ସାଙ୍ଗ । ସେମାନେ ହେଲେ ଅମ୍ରିତ ବିଶ୍ୱାଳ, ଦିନେଶ ଓ ମୃତ୍ୟୁଞ୍ଜୟ । ସମସ୍ତ ଅଭିଯୁକ୍ତଙ୍କୁ ୪ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା ମଧ୍ୟ କରିଛି ପୋଲିସ । ୩ ଅଭିଯୁକ୍ତଙ୍କ ମଧ୍ୟରୁ ଜଣକୁ ଭୁବନେଶ୍ୱରରୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ଫୁଲବାଣୀରୁ ଗିରଫ କରିଥିଲା ।