• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ପୁଣି ଷ୍ଟୋନ୍ ମ୍ୟାନ୍ ଆତଙ୍କ 

  • ଗଞ୍ଜାମ ପୁରୁଷୋତ୍ତମପୁର ଥାନା ଚିଙ୍ଗୁଡ଼ିଘାଇରେ ହତ୍ୟାକାଣ୍ଡ

  • କିଏ, କାହିଁକି ହତ୍ୟା କରିଛି ଜଣାପଡ଼ିନି; ପୋଲିସର ଛାନଭିନ

ଗଞ୍ଜାମ: ଗଞ୍ଜାମରେ ପୁଣି ଷ୍ଟୋନ୍ ମ୍ୟାନ୍ ଆତଙ୍କ । ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଚିଙ୍ଗୁଡ଼ିଘାଇରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ରାତିରେ ଶୋଇଥିବା ବେଳେ ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି । ମୃତ ଯୁବକ ହେଲେ ବିନାୟକ ପ୍ରଧାନ । ଗାଁ ଠାକୁରାଣୀ ମନ୍ଦିରରେ ଶୋଇଥିବା ବେଳେ ବିନାୟକଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରାଯାଇଛି । 

ତେବେ  କିଏ, କାହିଁକି ହତ୍ୟା କରିଛି ଜଣାପଡ଼ିନି । ସବୁଠୁ ବଡ଼ କଥା ହେଉଛି, ହତ୍ୟା ପରେ ଘଟଣାସ୍ଥଳରେ ରକ୍ତରେ ଆଉ ଜଣଙ୍କୁ ପରବର୍ତ୍ତୀ ଟାର୍ଗେଟ୍ ଲେଖାଯାଇଛି । ଆଉ ଏନେଇ ଛାନଭିନ୍ ଆରମ୍ଭ କରିଛି ପୋଲିସ୍, ହେଲେ ଏଯାଏ କିଛି ସ୍ପଷ୍ଟ ହୋଇପାରି ନାହିଁ । 

ସୂଚନା ଅନୁସାରେ ମୃତ ଯୁବକ ବିନାୟକଙ୍କ ଘର ଠାକୁରାଣୀ ମନ୍ଦିର ନିକଟରେ । ଆଉ ସେ ସବୁଦିନ ଠାକୁରାଣୀ ମନ୍ଦିର ପାଖରେ ଶୋଇଥା’ନ୍ତି । ସବୁଦିନ ପରି ଗତକାଲି  ମଧ୍ୟ ସେ ଠାକୁରାଣୀ ମନ୍ଦିରରେ ଶୋଇଥିଲେ । ହେଲେ ରାତିରେ କେହି ଜଣେ ଶୋଇଥିବା ଅବସ୍ଥାରେ ବେଳେ ତାଙ୍କୁ ପଥର ଛେଚି ହତ୍ୟା କରିଛନ୍ତି । ତେବେ ରାତିରେ ତାଙ୍କର ମୃତ୍ୟୁ ସମ୍ପର୍କରେ କେହି ଜାଣିପାରିନଥିଲେ । ରାତିରେ ଅତି ସତର୍କତା ସହ ମର୍ଡର କରି ଫେରାର୍ ମାରିଥିଲା ଷ୍ଟୋନ୍ ମ୍ୟାନ୍ । 

 
ଆଜି ସକାଳେ ହିଁ ବିନାୟକଙ୍କ ମୃତଦେହ ଠାକୁରାଣୀ ମନ୍ଦିର ନିକଟରେ ପଡ଼ିଥିବା ଗ୍ରାମବାସୀ ଦେଖିଥିଲେ । ଏନେଇ ସେମାନେ ପୁଲିସକୁ ଖବର ଦେଇଥିଲେ । ଖବର ପାଇବା ପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ସାଇଣ୍ଟିଫିକ୍ ଟିମ୍‌ଆସି ଯାଞ୍ଚ କରିବା ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ଜଣାପଡ଼ିଛି।