Advertisment

ପ୍ରଥମେ ଶାରୀରିକ ସମ୍ପର୍କ ପରେ ବ୍ଲାକ୍‌ମେଲିଂ, ଶେଷରେ...

ବ୍ଲାକ୍‌ମେଲିଂର ନୂଆ ତରିକା। ପ୍ରଥମେ ଶାରୀରିକ ସମ୍ପର୍କ ଓ ପରେ ଘଟଣାର ଭିଡିଓ କରି ବ୍ଲାକ୍‌ମେଲିଂ। ଜଣେ ବିଉଟି ପାର୍ଲର ମାଲିକ ଓ ତାଙ୍କ ସ୍ତ୍ରୀ ଏପରି ଷଡ଼ଯନ୍ତ୍ର ରଚିଥିଲେ।

author-image
Rajalaxmi Sahoo
Man Arrested For Blackmailing

Man Arrested For Blackmailing

ଅନୁଗୁଳ: ବ୍ଲାକ୍‌ମେଲିଂର ନୂଆ ତରିକା। ପ୍ରଥମେ ଶାରୀରିକ ସମ୍ପର୍କ ଓ ପରେ ଘଟଣାର ଭିଡିଓ କରି ବ୍ଲାକ୍‌ମେଲିଂ। ଜଣେ ବିଉଟି ପାର୍ଲର ମାଲିକ ଓ ତାଙ୍କ ସ୍ତ୍ରୀ ଏପରି ଷଡ଼ଯନ୍ତ୍ର ରଚିଥିଲେ। ଅନୁଗୁଳ ଜିଲ୍ଲାରେ ଏହି ଘଟଣା ଘଟିଛି। ପୋଲିସ୍‌ ଘଟଣାରେ ୪ ଜଣଙ୍କୁ ଗିରଫ କରିଛି। 

Advertisment

ସୂଚନା ଅନୁସାରେ, ୨୦୧୯ରେ ରାଜେଶ ବିଶ୍ୱାଳ ନାମକ ଜଣେ ବ୍ୟକ୍ତି ଅନୁଗୁଳ ସହରର ରାଜୀବ ଅଗ୍ରୱାଲ ନାମକ ଜଣେ ବ୍ୟବସାୟୀଙ୍କଠୁ ୧୦ଟି ଟ୍ରାକ୍ଟର ନେବାକୁ କହି ସମ୍ପର୍କ ସ୍ଥାପନ କରିଥିଲେ। ଏହାପରେ ଘରକୁ ଯିବା ଆସିବା ଲାଗିଲା। ରାଜୀବଙ୍କ ପୁଅ ମଧ୍ୟ ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ତୁରଙ୍ଗ ଠାରେ ଥିବା ରାଜେଶଙ୍କ ପାର୍ଲରକୁ ମଧ୍ୟ ଯା’ଆସ କରିଥିଲେ। ପରେ ରାଜୀବଙ୍କ ପୁଅ ରାଜେଶଙ୍କ ସ୍ତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ଏହି ସମୟରେ ରାଜେଶ ଓ ତାଙ୍କ ପତ୍ନୀ ଭିଡିଓ ଶୁଟିଂ କରି ୩୦ ଲକ୍ଷ ଟଙ୍କା ଦାବିକରି ବ୍ଲାକ୍‌ମେଲିଂ କରିଥିଲେ। ଅଗଷ୍ଟ ୨୫ରେ ରାଜୀବଙ୍କଠାରୁ ଅନ୍‌ଲାଇନ୍‌ରେ ରାଜେଶ ୧ ଲକ୍ଷ ୨୯ ହଜାର ଟଙ୍କା ନେଇଥିବା ବେଳେ ରାଜୀବଙ୍କ ପୁଅ ରାଜେଶଙ୍କ ପତ୍ନୀଙ୍କୁ ଅନ୍‌ଲାଇନ୍‌ରେ ୧୦ ହଜାର ଟଙ୍କା ଦେଇଥିଲେ। 

Advertisment

ହେଲେ ରାଜେଶ ଅଧିକ ଟଙ୍କା ମାଗିବାରୁ ରାଜୀବଙ୍କ ପୁଅ ଗତ ୩ ତାରିଖରେ ଅନୁଗୁଳ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା। ସେହି ଦିନ ୩ ତାରିଖରେ ରାଜେଶଙ୍କ ପତ୍ନୀ ମଧ୍ୟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେ ଅଭିଯୋଗ ଆଣିଥିଲେ ଯେ, ରାଜୀବଙ୍କ ପୁଅ ତାଙ୍କ ସହ ସମ୍ପର୍କ ରଖିଥିଲେ। ଏନେଇ ମଧ୍ୟ ପୋଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା। ମାମଲାରେ ସମସ୍ତ ୪ ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି। ବ୍ଲାକମେଲିଂ କରିବା ଅଭିଯୋଗରେ ବିଉଟି ପାର୍ଲର ମାଲିକ ରାଜେଶ ଓ ତାଙ୍କ ପତ୍ନୀଙ୍କୁ ପୋଲିସ୍‌ ଗିରଫ କରି ଥିବାବେଳେ ପାଲଟା ଅଭିଯୋଗ ପରେ ରାଜୀବ ଓ ତାଙ୍କ ପୁଅ ମଧ୍ୟ ଗିରଫ ହୋଇଛନ୍ତି। ଏହାସହ ପୋଲିସ୍‌ ଘଟଣାର ତଦତନ୍ତ ଚଳାଇଛି। 

Angul Blackmailing Odisha
Advertisment
Advertisment