Advertisment

ପୋଲିସ ନିଜ ଆଡୁ କ୍ରାଇମ୍‌ ସିନ୍‌ ରିକ୍ରିଏସନ୍‌ ଭିଡିଓ ପଠାଇବାର ଉଦ୍ଦେଶ୍ୟ କଣ?

ସମସ୍ତ ଦୃଶ୍ୟକୁ ରେକର୍ଡିଂ କରି ନିଜ ଆଡୁ ଗଣମାଧ୍ୟମକୁ ଦେଇଛି ପୋଲିସ। ତେବେ କ୍ରାଇମ ସିନ୍ ରିକ୍ରିଏଟ୍ ପୂର୍ବରୁ ଗଣମାଧ୍ୟମକୁ ଆଗୁୁଆ ସୂଚନା ନଦେଇ ପୋଲିସ ନିଜ ଆଡୁ ଭିଡ଼ିଓ ପଠାଇବାର ଉଦ୍ଦେଶ୍ୟ କଣ ? ଏହି ସମ୍ବେଦନଶୀଳ ଘଟଣାରେ କାହାକୁ ଘଣ୍ଟ ଘୋଡ଼ାଇବାକୁ ଅପଚେଷ୍ଟା କରାଯାଉନି ତ ?

author-image
Chandan Shishu
ଅଦ୍ୟତନ ହୋଇଛି
Scene Recreation Mamita Memer Murder

Scene Recreation Mamita Memer Murder

ଭୁବନେଶ୍ୱର: ପାପ ପେଡ଼ିର ପୋଲ୍ ଖୋଲିବା ପୂର୍ବରୁ ଶିକ୍ଷୟିତ୍ରୀ ମମିତାଙ୍କୁ ବାଟରୁ କେମିତି ହଟାଇଥିଲା ଜହ୍ଲାଦ ଗୋବିନ୍ଦ ସାହୁ ? କାର୍‌ରେ ନେବାଠୁ ହତ୍ୟା ଯାଏଁ, ଗାତ ଖୋଳି ପୋତିବାଠୁ ନିଆଁ ଜାଳିଦେବା ଯାଏଁ, ପ୍ରତିଟି ଲୋମଟାଙ୍କୁରା କାଣ୍ଡ ବର୍ଣ୍ଣନା କରିଛି କ୍ରାଇମ୍ ସିନ୍ ରିକ୍ରିଏଟ୍ ସ୍ଥଳରେ। କେତେବେଳେ ଠିକ୍ ଠିକ୍ କହୁଥିଲା ତ କେତେବେଳେ ଭୂଆଁ ବୁଲାଇବାକୁ ଚେଷ୍ଟା କରୁଥିଲା ଗୋବିନ୍ଦ। କାରଣ ମମିତାଙ୍କ ମୋବାଇଲକୁ ସେ ଖୋଳିଥିବା ଗାତ ଭିତରେ ଫିଙ୍ଗିଥିବା ପୋଲିସକୁ କହୁଥିଲା। ହେଲେ ଗୋବିନ୍ଦର ସହଯୋଗୀ ରାଧେର ପତ୍ନୀ କିନ୍ତୁ କହିଛନ୍ତି ଏକ ମୋବାଇଲ୍ ସହ ତାଙ୍କ ଘରୁ ବ୍ୟାଗ୍ ମିଳିଛି।ଯାହାକୁ ଅତି ଆଶ୍ଚର୍ଯ୍ୟଜନକ ଭାବେ ଜୋର ଜବରଦସ୍ତ କେଗାଁ ପୋଲିସ ନେଇଯାଇଥିବା ସେ କହିଛନ୍ତି। ଯାହାକୁ ନେଇ ବର୍ତ୍ତମାନ ଏକ ନୂଆ ରହସ୍ୟ ସାମ୍ନାକୁ ଆସିଛି।

Advertisment

ସିନ୍ ରିକ୍ରିଏଟ୍ ସ୍ଥଳରେ ଏ ହେଉଛି ସେହି ସୈତାନ୍, ଯିଏ ବଖାଣୁଛି ନିଜ କୁତ୍ସିତ ଅପରାଧର କାହାଣୀ। ଶିକ୍ଷୟିତ୍ରୀ ମମିତା ହତ୍ୟାକାଣ୍ଡ ଓ ରଚିଥିବା ଷଡ଼ଯନ୍ତ୍ରର ପ୍ରତିଟି ଚିତ୍ରକୁ ବଖାଣୁଛି ନରହନ୍ତା ଗୋବିନ୍ଦ। କାର୍ ଭିତରେ ତଣ୍ଟି ଚିପି ମାରିବାଠୁ କାରରେ ଡେଡବଡ଼ି ଆଣିବା, ଷ୍ଟାଡିୟମରେ ଗାତ ଖୋଳି ନିଆଁ ଲଗାଇ ପୋତିଦେବାର ପ୍ରତିଟି ଦୃଶ୍ୟ ବଖାଣୁଛି ସିନ୍ ରିକ୍ରିଏଟ୍ ସ୍ଥଳରେ। 

ବଲାଙ୍ଗିର: ସମୟ ଭୋର ପ୍ରାୟ ୪ଟା। ଗୋବିନ୍ଦକୁ ଧରି ପହଞ୍ଚିଥିଲା ବଲାଙ୍ଗିର ପୋଲିସ। ସେହି ନିର୍ମାଣୀଧନ ଷ୍ଟାଡ଼ିୟମର ଗାତ, ଯେଉଁଠିକୁ କାରରେ ଆଣି ପୋତିଦେଇଥିଲା ମମିତାଙ୍କ ମୃତଦେହକୁ। ପାଖାପାଖି ଦେଢ଼ରୁ ଦୁଇ ଘଣ୍ଟା ଧରି ଏଭଳି ବିଭିନ୍ନ ସ୍ଥାନରେ ଗୋବିନ୍ଦ ଦେଖାଇଥିଲା ଡେମୋ। ସାଙ୍ଗରେ ଥିଲେ ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ଓ ବଲାଙ୍ଗିର ଏସ୍.ପି ନୀତିନ କୁଶଲକର। ଚାନ୍ଦୋତରା ଛକ, କୁର୍ସୁଡ ଛକ, ନିଜ ଘର ପଛପଟ ବାଡ଼ି ଏବଂ ନିର୍ମାଣାଧିନ ଷ୍ଟାଡ଼ିୟମ୍ ଯାଏଁ ସବୁଠି କ୍ରାଇମ୍ ସିନ୍ ରିକ୍ରିଏଟେଡ୍‌ ଡେମୋ ଦେଖାଇଛି ଗୋବିନ୍ଦ।

Advertisment

ମମତାଙ୍କୁ ପୋତିଦେବା ସହ ତାଙ୍କ ମୋବାଇଲ୍ ଓ ବ୍ୟାଗ୍କୁ ବି ଏହି ଗାତରେ ନିଆଁ ଲଗାଇ ୧୫ ମିନିଟ୍ ଭିତରେ ଖସିଯାଇଥିବା କହୁଛି ଗୋବିନ୍ଦ। ଆଉ ସମସ୍ତ ଦୃଶ୍ୟକୁ ରେକର୍ଡିଂ କରି ନିଜ ଆଡୁ ଗଣମାଧ୍ୟମକୁ ଦେଇଛି ପୋଲିସ। ତେବେ କ୍ରାଇମ ସିନ୍ ରିକ୍ରିଏଟ୍ ପୂର୍ବରୁ ଗଣମାଧ୍ୟମକୁ ଆଗୁୁଆ ସୂଚନା ନଦେଇ ପୋଲିସ ନିଜ ଆଡୁ ଭିଡ଼ିଓ ପଠାଇବାର ଉଦ୍ଦେଶ୍ୟ କଣ ? ଏହି ସମ୍ବେଦନଶୀଳ ଘଟଣାରେ କାହାକୁ ଘଣ୍ଟ ଘୋଡ଼ାଇବାକୁ ଅପଚେଷ୍ଟା କରାଯାଉନି ତ ?

ସେପଟେ ମମିତାଙ୍କ ବ୍ୟାଗ୍ ସହ ମୋବାଇଲକୁ ନେଇ ବଢ଼ିଚାଲିଛି ସସପେନ୍ସ। ଗୋବିନ୍ଦ କହୁଛି, ଏହି ଗାତରେ ଜାଳି ଦେଇଛି, କିନ୍ତୁ ଭିନ୍ନ ବୟାନ୍ ଦେଇଛନ୍ତି ଗୋବିନ୍ଦର ସହଯୋଗୀ ରାଧେର ପତ୍ନୀ। କହୁଛନ୍ତି, ତାଙ୍କ ଘରୁ ମିଳିଛି ବ୍ୟାଗ୍ ସହ ମୋବାଇଲ୍, ଚାର୍ଜର, କିଛି ମେଡ଼ିସିନ୍ ଏବଂ ୩ ହଳ ଲେଡିଜ୍ ଡ୍ରେସ୍। କୁହାଯାଉଛି, ସେହି ସ୍ମାର୍ଟ ଫୋନ୍ ଏବଂ ବ୍ୟାଗ୍ ହେଉଛି ମୃତ ମମିତାଙ୍କର। 

ମୋବାଇଲର ମଡେଲ୍ ହେଉଛି, VIVO V-70 PRO। ତେବେ ବ୍ୟାଗ୍‌କୁ ମିଡ଼ିଆ ଆଗରେ ଦେଖାଇବା ପାଇଁ ଆଣିବା ପୂର୍ବରୁ ସେଥିରେ ମୋବାଇଲ୍ ଥିବା ଜାଣିବା ପରେ ତତକ୍ଷଣାତ ସେହି ବ୍ୟାଗକୁ ପୋଲିସ ଝାମ୍ପି ନେଇଥିବା କହିଛନ୍ତି ରାଧେର ପତ୍ନୀ। ଅଥଚ ସେହି ସମୟରେ କାହାକୁ ଦିଆଯାଇନଥିଲା ଜବତ ସାମଗ୍ରୀର ତାଲିକା। ତେଣେ ସ୍ୱାମୀକୁ ଫସାଇ ଦିଆଯାଇଥିବା ଅଭିଯୋଗ କରି ଆଜି ରାଧେର ପରିବାର ଲୋକ କେଗାଁ ଥାନା ଆଗରେ ଧାରଣା ଦେଇଥିଲେ।

Odisha Police Bolangir Mamita Meher Murder Case
Advertisment
Advertisment