Advertisment

କୁଆଡ଼େ ଗଲା ମମିତାଙ୍କ ମୋବାଇଲ୍ ? ଷ୍ଟାଡିୟମରେ ମିଳିପାରେ ପ୍ରମାଣ

କୁଆଡ଼େ ଗଲା କଳାହାଣ୍ଡି ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ମୋବାଇଲ୍ ? ମୃତ୍ୟୁ ପରେ ମମିତାଙ୍କ ମୋବାଇଲ୍‌ ମିଳିପାରି ନାହିଁ। ପୋଲିସ୍ ଓ ଘର ଲୋକେ ମୋବାଇଲ୍‌କୁ ଖୋଜିଛନ୍ତି। ହେଲେ ଏବେ ସୁଦ୍ଧା ମମିତାଙ୍କ ମୋବାଇଲ ମିଳିପାରି ନାହିଁ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Mamita Meher Murder Case

Mamita Meher Murder Case

ଭୁବନେଶ୍ୱର: କୁଆଡ଼େ ଗଲା କଳାହାଣ୍ଡି ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ମୋବାଇଲ୍ ? ମୃତ୍ୟୁ ପରେ ମମିତାଙ୍କ ମୋବାଇଲ୍‌ ମିଳିପାରି ନାହିଁ। ପୋଲିସ୍ ଓ ଘର ଲୋକେ ମୋବାଇଲ୍‌କୁ ଖୋଜିଛନ୍ତି। ହେଲେ ଏବେ ସୁଦ୍ଧା ମମିତାଙ୍କ ମୋବାଇଲ ମିଳିପାରି ନାହିଁ। ଆଜି ଉତ୍ତରାଞ୍ଚଳ ଡିଆଇଜି, ବଲାଙ୍ଗିର ଏସ୍‌ପି ମହାଲିଙ୍ଗ ଷ୍ଟାଡିୟମ୍‌କୁ ଯାଇ ତନ୍ନତନ୍ନ ଯାଞ୍ଚ କରିଛନ୍ତି।

Advertisment

ମମିତାଙ୍କ ମୃତଦେହ ମିଳିଥିବା ସ୍ଥାନକୁ ପୁଣି ଥରେ ପୋଲିସ୍ ଟିମ୍ ଯାଇ ଅନୁଧ୍ୟାନ କରିଛି। ମେଟାଲ୍‌ ଡିଟେକ୍ଟର ନେଇ ଯାଞ୍ଚ କରାଯାଇଛି। ମାଟି ତଳେ ମୋବାଇଲ୍ ଥିବା ସନ୍ଦେହରେ ଛାନ୍‌ଭିନ୍‌ କରାଯାଉଛି। ଏହି ମାମଲାରେ ଅଭିଯୁକ୍ତ ଗୋବିନ୍ଦ ସାହୁର ସହଯୋଗୀ ରାଧେକୁ ପୋଲିସ୍‌ ଗିରଫ କରିଛି। ଗିରଫ ପରେ ରାଧେକୁ ବଲାଙ୍ଗିର ପୋଲିସ କୋର୍ଟ ଚାଲାଣ କରିଛି। 

ମମିତା ମେହେର ହତ୍ୟା ଘଟଣାକୁ ନେଇ ସମ୍ବଲପୁର ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଆନ୍ଦୋଳନ କରାଯାଇଛି। ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଗିରଫ ଦାବି କରି ବିଜେପି ମହିଳା  ମୋର୍ଚ୍ଚାର କର୍ମୀମାନେ ସମ୍ବଲପୁର ଏସ୍‌ପିଙ୍କ ଅଫିସ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହାସହ ମହିଳା ମୋର୍ଚ୍ଚାର ଏକ ପ୍ରତିନିଧି ଦଳ ଏସ୍‌ପିଙ୍କୁ ଭେଟି ଘଟଣାର ସିବିଆଇ ତଦନ୍ତ କରାଇବାକୁ ଦାବି କରିଛନ୍ତି। 

Advertisment

ଅନୁରୂପ ଭାବେ ରାଉରକେଲାରେ ବିଜେପି ମହିଳା ମୋର୍ଚ୍ଚା ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିକ୍ଷୋଭ ପ୍ରଦର୍ଶନ ବେଳେ ଏସ୍‌ପିଙ୍କ ଅଫିସ ଭିତରକୁ ଧସେଇ ପଶିବାକୁ ଉଦ୍ୟମ ବେଳେ ପୋଲିସ୍‌ ସେମାନଙ୍କୁ ଅଟକାଇଥିଲା। କଂଗ୍ରେସ ପକ୍ଷରୁ ମଧ୍ୟ ରାଉରକେଲା ଏସ୍‌ପିଙ୍କ ଅଫିସ ସାମ୍ନାରେ ବିକ୍ଷୋଭ କରାଯାଇଛି। ସେହିପରି ଭୁବନେଶ୍ୱର ବାଣୀବିହାର ଛକରେ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଇଛି। ମମିତା ମେହେର ହତ୍ୟା ଘଟଣାରେ ଯୁବ ଛାତ୍ର କଂଗ୍ରେସ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିଛି। 

କଳାହାଣ୍ଡି ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବିରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଛି। 

Mamita Meher Mamita Meher Murder Case
Advertisment
Advertisment