Advertisment

ଟ୍ରକ୍‌ ଚୋରି କରି ଏହାର ଯନ୍ତ୍ରାଂଶକୁ ଖଣ୍ଡ ଖଣ୍ଡ କରି କାଟି ଦେଉଥିଲେ, ତା’ପରେ...

ଟିପର୍‌ ଟ୍ରକ୍‌ ଗୁଡ଼ିକୁ ଚୋରି କରି ଏହାର ଯନ୍ତ୍ରାଂଶକୁ ଖଣ୍ଡ ଖଣ୍ଡ କରି କାଟି ଦେଉଥିଲେ। ଏପରିକି ଇଞ୍ଜିନରେ ଲାଗିଥିବା ପାର୍ଟ୍ସ ଗୁଡିକୁ ଅଲଗା କରି ଦିଆଯାଉଥିଲା। ଆଉ ଏସବୁକୁ ନେଇ ବାହାର ରାଜ୍ୟରେ ବିକ୍ରି କରି ଦିଆ ଯାଉଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ଟ୍ରକ୍‌ ଚୋରି କରି ଏହାର ଯନ୍ତ୍ରାଂଶକୁ ଖଣ୍ଡ ଖଣ୍ଡ କରି କାଟି ଦେଉଥିଲେ, ତା’ପରେ...

police arrested lootera gang

ବଣାଇ: ଟିପର୍‌ ଟ୍ରକ୍‌ ଗୁଡ଼ିକୁ ଚୋରି କରି ଏହାର ଯନ୍ତ୍ରାଂଶକୁ ଖଣ୍ଡ ଖଣ୍ଡ କରି କାଟି ଦେଉଥିଲେ। ଏପରିକି ଇଞ୍ଜିନରେ ଲାଗିଥିବା ପାର୍ଟ୍ସ ଗୁଡିକୁ ଅଲଗା କରି ଦିଆଯାଉଥିଲା। ଆଉ ଏସବୁକୁ ନେଇ ବାହାର ରାଜ୍ୟରେ ବିକ୍ରି କରି ଦିଆ ଯାଉଥିଲା। ଏଭଳି ଏକ ଲୁଟେରା ଗ୍ୟାଙ୍ଗକୁ ଧରିଛି ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପ଼ଡା ପୋଲିସ୍‌।

Advertisment

ଗତ କିଛି ଦିନ ହେଲା ବଣାଇ ସବ୍‌ ଡିଭିଜନର ଲହୁଣୀପଡା ଓ ବରସୁଆଁ ଅଞ୍ଚଳରେ ୬ରୁ ଅଧିକ ଟିପର୍ ଚୋରି ନେଇ ଅଭିଯୋଗ ହୋଇଥିଲା। ଆଉ ଏହାର ତଦନ୍ତ ଜାରି ରଖିଥିଲା ପୋଲିସ। ଏହି ସମୟରେ ଜାତୀୟ ରାଜପଥରେ ଥିବା ପେଟ୍ରୋଲ ପମ୍ପ ଓ ଢାବାରେ  ଲାଗିଥିବା ସିସିଟିଭିକୁ ଯାଞ୍ଚ କରାଯାଇଥିଲା। ଆଉ ଢାବାରେ ଲାଗିଥିବା ଏକ ସିସିଟିଭିରୁ ୨ ଜଣ ସନ୍ଦିଗ୍ଧଙ୍କୁ ଚିହ୍ନଟ କରି ପଚରାଉଚରା ପରେ ସବୁ ତଥ୍ୟ ସାମ୍ନାକୁ ଆସିଥିଲା।

Advertisment

କରୋନା ଲକ୍‌ଡାଉନ୍‌ ଯୋଗୁ କାମ ନ ମିଳିବାରୁ ଏହି ୨ ଜଣ ଏବଂ ଆଉ ଜଣେ ମିଶି ଲହୁଣୀପଡା ଓ ବରସୁଆଁ ଅଞ୍ଚଳରୁ ୬ଟି ଟିପର୍ ଚୋରି କରି ନେଇଥିଲେ।  ଏହାକୁ ନେଇ ସେମାନେ ସୁନ୍ଦରଗଡର ବିଭିନ୍ନ ଅଞ୍ଚଳରେ ବିକ୍ରି କରି ଦେଇଥିଲେ। ରାଜେନ୍ ସନ୍ୟାସୀ ନାମକ ଜଣେ କ୍ରସର ମାଲିକଙ୍କ କ୍ରସର ପଛପଟେ ଏସବୁ ଚୋରି ଟିପରର ପାର୍ଟସ ଓ ଇଞ୍ଜିନକୁ ଗ୍ୟାସ୍ କଟରରେ କାଟି ଛୋଟ କରାଯାଇ ବିକ୍ରି କରାଯାଉଥିଲା। 

ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ପୋଲିସ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥିସହ ସେମାନଙ୍କ ନିକଟରୁ ଟିପରର୍ ଯନ୍ତ୍ରାଂଶ, ମୋବାଇଲ୍ ଆଦି ଜବତ କରାଯାଇଛି। ଏ ବାବଦରେ ଅଧିକ ପଚରାଉଚରା ଲାଗି ସେମାନଙ୍କୁ ରିମାଣ୍ଡରେ ଆଣିବାକୁ ପୋଲିସ ଯୋଜନା କରିଛି।

Bonai Lootera Gang Odisha
Advertisment
Advertisment