/odishatv-khabar/media/post_attachments/uploadimage/library/16_9/16_9_0/IMAGE_1638014046.jpg)
Child Trafficking
ବାଲେଶ୍ୱର: ପିଠା ଖାଇବାକୁ ଯାଇ ଶିଶୁକନ୍ୟା ନିଖୋଜ । ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ନିମା ଗାଁର ଜଣେ ଅଢ଼େଇ ବର୍ଷର ଶିଶୁକନ୍ୟା ନିଖୋଜ । ଝିଅ ନିଖୋଜ ନେଇ ବସ୍ତା ଥାନାରେ ଅଭିଯୋଗ କଲେ ଶିଶୁର ବାପା । ପୋଢୁଆଁ ହୋଇ ପଡ଼ୋଶୀ ଘରକୁ ବୁଲିବାକୁ ଯାଇଥିଲା ଝିଅ । ହେଲେ ତାପରେ ଆଉ ଫେରିନଥିଲା । ଏମିତିକି ପଡ଼ିଶା ଘରେ ବି ଝିଅ ନଥିଲା । ପଡ଼ୋଶୀଙ୍କ କହିବାନୁଯାୟୀ, ପିଠା ଖାଇବା ପରେ ଝିଅ ତାଙ୍କ ଘରୁ ପଳାଇ ଆସିଥିଲା ।
ସୂଚନାଯୋଗ୍ୟ, ଆଜି ଥିଲା ପ୍ରଥମାଷ୍ଟମୀ । ସେଥିପାଇଁ ବସ୍ତା ଥାନା ନିମା ଗାଁର ଉମାକାନ୍ତ ପ୍ରଧାନଙ୍କ ଅଢ଼େଇ ବର୍ଷର ଝିଅ ପଡ଼ୋଶୀଙ୍କ ଘରକୁ ପିଠା ଖାଇବାକୁ ଯାଇଥିଲା । ମାତ୍ର ଦୀର୍ଘ ସମୟ ଧରି ଘରକୁ ଫେରିନଥିଲା । ଝିଅ ଘରକୁ ଫେରିବାରେ ବିଳମ୍ୱ ହେବାରୁ ପରିବାର ଲୋକ ପଡ଼ୋଶୀଙ୍କ ଘରକୁ ଯାଇଥିଲେ । ଝିଅ କୁଆଡ଼େ ଗଲା ବୋଲି ପଚାରିଥିଲେ । ମାତ୍ର ପଡ଼ୋଶୀ କହିଥିଲେ, ଝିଅ ପିଠା ଖାଇସାରି ତମ ଘରକୁ ଚାଲି ଯାଇଛି । ଏକଥା ଶୁଣିବା ପରେ ଉମାକାନ୍ତଙ୍କ ପରିବାର ଲୋକେ ଚମକି ପଡ଼ିଥିଲେ । ପରେ ବ୍ୟସ୍ତ ହୋଇ ଝିଅକୁ ଏଣେ ତେଣେ ଖୋଜିବାକୁ ଲାଗିଲେ ପରିବାର ଲୋକ । ମାତ୍ର ପାଇନଥିଲେ ।
ଝିଅ ନମିଳିବାରୁ ବାପା ଉମାକାନ୍ତ ଓ ମାଆ ସସ୍ମିତା ଏନେଇ ବସ୍ତା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିଛି । ଘଟଣାରେ ପୋଲିସ ଏବେ ବି ତଦନ୍ତ ଜାରି ରଖିଛି ।
ସ୍ଥାନୀୟ ଲୋକଙ୍କ କହିବା କଥା, ଦୁଇ ଜଣ ଫେରିବାଲା ଗାଁକୁ ଆସିଥିଲେ । ସେମାନେ ସାହି ସାହି ବୁଲି ବିକ୍ରି କରୁଥିଲେ । ପିଲା ନିଖୋଜ ପରଠାରୁ ଗାଁକୁ ଆସିଥିବା ଦୁଇ ଫେରିବାଲାଙ୍କ ପତ୍ତା ନାହିଁ । ତେଣୁ ସେମାନେ କୁନି ଝିଅକୁ ଅପହରଣ କରିଥିବା ସନ୍ଦେହ ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)