Advertisment

ସାମ୍ନାକୁ ଆସିଲା ମନୀଷଙ୍କ ଶେଷ ଭିଡ଼ିଓ

ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ମୃତ୍ୟୁ ଘଟଣାକୁ ନେଇ ପୋଲିସ୍ ଛାନ୍‌ଭିନ୍‌ ଜାରି ରଖିଛି। ଏସବୁ ଭିତରେ ଏବେ ସାମ୍ନାକୁ ଆସିଛି ଅଘଟଣ ପୂର୍ବର ମନୀଷଙ୍କ ଶେଷ ଭିଡ଼ିଓ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Manish Anurag

Manish Anurag

ଭୁବନେଶ୍ୱର/କନ୍ଧମାଳ: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ମୃତ୍ୟୁ ଘଟଣାକୁ ନେଇ ପୋଲିସ୍ ଛାନ୍‌ଭିନ୍‌ ଜାରି ରଖିଛି। ଏହି ମାମଲାରେ ସମ୍ପୃକ୍ତି ଥିବାନେଇ ସନ୍ଦେହ କରି ଗତକାଲି ପୋଲିସ୍‌ କନ୍ଧମାଳରୁ ଜଣେ ଯୁବକଙ୍କୁ ଉଠାଇ ପଚରାଉଚରା ଜାରି ରଖିଥିବା ବେଳେ ଆଉ ୨ ଜଣ ଆତ୍ମସର୍ମପଣ କରିଛନ୍ତି। ଏହି ୩ ଜଣ କନ୍ଧମାଳର ବୋଲି ଜଣାପଡ଼ିଛି।

Advertisment

ପୂର୍ବରୁ ଏହି ମାମଲାରେ ଅନ୍ୟ ୨ ସହଯୋଗୀଙ୍କୁ ପୋଲିସ୍‌ ଅଟକ ରଖି ପଚରାଉଚରା କରୁଛି। ଯେଉଁଦିନ ମନୀଷଙ୍କ ମୃତ୍ୟୁ ହୋଇଥିଲା ସେହି ଦିନ ମନୀଷ ଓ ଏହି ୨ ଜଣ ଏକ କାର୍‌ରେ ପଟିଆ ଗାଲାକ୍ସିଆ ଗାର୍ଡେନ ନିକଟରୁ ପାତ୍ରପଡ଼ା ସ୍ଥିତ ସାଉଥ ସିଟି ବାର୍‌କୁ ଯାଇଥିଲେ। ସେହିଦିନ ସାଉଥ ସିଟି ବାର୍‌କୁ କନ୍ଧମାଳର କିଛି ଯୁବକ ମଧ୍ୟ ଆସିଥିଲେ ବୋଲି ସୂଚନା ମିଳିଛି। 

ଏସବୁ ଭିତରେ ଏବେ ସାମ୍ନାକୁ ଆସିଛି ଅଘଟଣ ପୂର୍ବର ମନୀଷଙ୍କ ଶେଷ ଭିଡ଼ିଓ। ଭିଡିଓରେ ଦେଖିବାକୁ ମିଳିଛି, ମନୀଷ ବାର୍‌ରୁ ବାହାରି ଏକୁଟିଆ ଚାଲି ଚାଲି ଯାଉଛନ୍ତି। ସେହି ସମୟରେ ତାଙ୍କ ସାଙ୍ଗରେ କେହିବି ନଥିଲେ। ଅନ୍ୟପକ୍ଷେ, ମନୀଷଙ୍କ ପୋଷ୍ଟମର୍ଟମର ପ୍ରାଥମିକ ତଥ୍ୟରୁ ଶ୍ୱାସରୁଦ୍ଧ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଅଧିକ ତଥ୍ୟ ପ୍ରମାଣ ପାଇଁ ଡାଇଟମ୍, ଭିସେରା ଇତ୍ୟାଦି ଏକାଧିକ ଟେଷ୍ଟ କରିବା ସହ କିଛି ନମୁନା ହାଇଦ୍ରାବାଦ ପଠାଯାଇଛି। 

Advertisment

ଗତ ୧୦ ତାରିଖରେ ମନୀଷ ଅନୁରାଗଙ୍କ ମୃତଦେହ ଏକ ପୋଖରୀରୁ ଉଦ୍ଧାର ହୋଇଥିଲା। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ଏନେଇ ସସ୍‌ପେନ୍ସ ଲାଗି ରହିଛି। ଘଟଣା ଦିନ ରାତିରେ ଯେଉଁ କାର୍‌ରେ ମନୀଷଙ୍କୁ ପଟିଆରୁ ପାତ୍ରପଡ଼ା ନିଆଯାଇଥିଲା, ସେହି କାର୍‌କୁ ଜବତ କରିଛି। ସେହି ଦିନ ମନୀଷ ଓ ତାଙ୍କ ସହ କାର୍‌ରେ ସାଉଥ ସିଟି ବାର୍‌କୁ ଯାଇଥିବା ଅନ୍ୟ ୨ ଜଣଙ୍କୁ ଅଟକ ରଖି ପୋଲିସ୍‌ ପଚରାଉଚରା ଚଳାଇଛି।

ସୂଚନାଥାଉ କି, ଭୁବନେଶ୍ୱରର ପାତ୍ରପଡ଼ା ଗାଁ ପୋଖରୀରେ ଭାସୁଥିବା ଅବସ୍ଥାରେ ମନୀଷଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଗତ ଶନିବାର ସନ୍ଧ୍ୟାରେ ଇନଫୋସିଟି ଥାନା ଅଞ୍ଚଳରୁ ମନୀଷ ନିଖୋଜ ହୋଇଥିବା ଅଭିଯୋଗ ହୋଇଥିଲା। ଏହା ପରଦିନ ଅର୍ଥାତ୍‌ ରବିବାର ପ୍ରାୟ ଦିନ ୧ଟା ବେଳେ ପାତ୍ରପଡ଼ା ଗ୍ରାମବାସୀ ମୃତଦେହ ଉଦ୍ଧାର କରିଥିଲେ।

Navin Das Navin Das Son Murder Navin Das Son's Death Case Senior Journalist Navin Das Manish Anurag
Advertisment
Advertisment