Advertisment

ଫେସବୁକ୍‌ରୁ ପ୍ରେମ ପରେ ଯୁବତୀଙ୍କ ଠାରୁ ଅଢ଼େଇ ଲକ୍ଷ ଟଙ୍କା ଲୁଟିନେଲେ ପ୍ରେମିକ

ସମ୍ପୃକ୍ତ ଯୁବକ ବିବାହିତ ବୋଲି ଯୁବତୀ ଜଣକ ଜାଣିବା ପରେ ସେଠାରୁ ଖସିଆସି ଥାନାରେ ଅଭିଯୋଗ କରିଥିଲେ। ଆକାଉଣ୍ଟରେ ଥିବା ଟଙ୍କାକୁ ଉକ୍ତ ଯୁବକ କୌଶଳ କରି ତାଙ୍କ ପତ୍ନୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଦେଇଥିଲା।

author-image
Chandan Shishu
ଅଦ୍ୟତନ ହୋଇଛି
Accused Deepak Dehury

Accused Deepak Dehury

ଝାରୁସୁଗୁଡା: ବିବାହର ପ୍ରତିଶ୍ରୁତି ଦେଇ ପ୍ରେମିକାଠୁ ଟଙ୍କା ଲୁଟିନେଲା ପ୍ରେମିକ। ଶହେ କି ହଜାରେ ନୁହେଁ ଅଢେଇ ଲକ୍ଷ ଟଙ୍କା ଲୁଟି ଫେରାର ହୋଇଗଲା ପ୍ରେମିକ। ଏଇ ପ୍ରତାରକ ପ୍ରେମିକ ହେଲେ ଜଣେ ୱେବ୍ ସାମ୍ବାଦିକ। ଏଭଳି ଘଟଣା ଘଟିଛି  ଝାରସୁଗୁଡ଼ା ଜିଲ୍ଲାରେ। ଝାରସୁଗୁଡ଼ା ବଡ଼ମାଲ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ବାହା ହେବାର ପ୍ରଲୋଭନ ଦେଖାଇଥିଲେ ଏଇ ୱେବ୍ ସାମ୍ବାଦିକ। ଅଭିଯୋଗ ପାଇବା ପରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ। 

Advertisment

ରାଉରକେଲା ଅଞ୍ଚଳର ଦୀପକ ଦେହୁରୀ। ସେ ସୋଶାଲ୍‌ ମିଡ଼ିଆ ଫେସ୍‌ବୁକ୍‌ରେ ବଡ଼ମାଲ୍‌ ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ। ପରବର୍ତ୍ତୀ ସମୟରେ ଉଭୟ ପରସ୍ପରକୁ ଭଲ ପାଇଥିଲେ। ଏପରିକି ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପ୍ରେମିକଙ୍କଠାରୁ ଏମିତି ପ୍ରତିଶ୍ରୁତି ପାଇବା ପରେ ଯୁବତୀ ଜଣକ ନିଜ ଘର ଛାଡ଼ି ପଳାଇ ଆସିଥିଲେ। 

ଏନେଇ ଝାରସୁଗୁଡା sdpo ନିର୍ମଳ ମହାପାତ୍ର କହିଛନ୍ତି, ଗତ ମେ ମାସରେ ଦୀପକ ଦେହୁରୀ ନାମକ ଜଣେ ବିବାହିତ ଯୁବକ ମିଛ କହି ବଡ଼ମାଲ ଥାନା ଅଞ୍ଚଳର ଜଣେ ଝିଅକୁ ପ୍ରେମ ସମ୍ପର୍କ ରଖିଥିଲେ। ଏହାର ଫାଇଦା ଉଠାଇ ସମ୍ପୃକ୍ତ ଯୁବକ ଅପହରଣ କରିଥିଲା। ପୀଡିତାକୁ ରାଉରକେଲା ନେଇ ବିଭିନ୍ନ ସ୍ଥାନରେ ରଖିଥିଲେ।

Advertisment

ସମ୍ପୃକ୍ତ ଯୁବକ ବିବାହିତ ବୋଲି ଯୁବତୀ ଜଣକ ଜାଣିବା ପରେ ସେଠାରୁ ଖସିଆସି ଥାନାରେ ଅଭିଯୋଗ କରିଥିଲେ। ଆକାଉଣ୍ଟରେ ଥିବା ଟଙ୍କାକୁ ଉକ୍ତ ଯୁବକ କୌଶଳ କରି ତାଙ୍କ ପତ୍ନୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଦେଇଥିବା ଅଭିଯୋଗ କରିଥିଲେ। ପୁଲିସ ଏହି ଯୁବକକୁ ସୁନ୍ଦରଗଡ଼ ଦର୍ଲିପାଲିଠାରୁ ଗିରଫ କରିଛି। ତା’ ପାଖରୁ ଏକ ପୋର୍ଟାଲର ସାମ୍ବାଦିକ ପରିଚୟପତ୍ର, ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିବା sdpo ସୂଚନା ଦେଇଛନ୍ତି।

False Marriage Promise Odisha News Facebook
Advertisment
Advertisment