Advertisment

କାମ ଦେଲାନି ଚାଲାକି, ଧରାପଡ଼ିଗଲେ ପୋଲିସ୍‌ ହାତରେ

ଚାକିରି ଦେବାର ଆଳ ଦେଖାଇ କିଛି ଲାଭଖୋର ବ୍ୟକ୍ତି ବିଭିନ୍ନ ସଂସ୍ଥା ଖୋଲି ନିଯୁକ୍ତି ସୁଯୋଗ ଦେବା ନାଁରେ ଯୁବକଙ୍କ ଠାରୁ ହଜାର ହଜାର ଟଙ୍କା ଠକି ନେଉଛନ୍ତି। ଚାକିରି ପାଇବା ଆଶାରେ ଶେଷରେ ଯୁବକ, ଯୁବତୀ ଠକାମିର ଶିକାର ହେଉଛନ୍ତି।

author-image
Rajalaxmi Sahoo
Job Fraud

Job Fraud

କଳାହାଣ୍ଡି: ରାଜ୍ୟରେ ଦିନକୁ ଦିନ ବଢ଼ିଚାଲିଛି ଶିକ୍ଷିତ ବେକାରୀଙ୍କ ସଂଖ୍ୟା। ଏଭଳି ସମୟରେ ଚାକିରି ଦେବାର ଆଳ ଦେଖାଇ କିଛି ଲାଭଖୋର ବ୍ୟକ୍ତି ବିଭିନ୍ନ ସଂସ୍ଥା ଖୋଲି ନିଯୁକ୍ତି ସୁଯୋଗ ଦେବା ନାଁରେ ଯୁବକଙ୍କ ଠାରୁ ହଜାର ହଜାର ଟଙ୍କା ଠକି ନେଉଛନ୍ତି। ଚାକିରି ପାଇବା ଆଶାରେ ଶେଷରେ ଯୁବକ, ଯୁବତୀ ଠକାମିର ଶିକାର ହେଉଛନ୍ତି। ଖାଲି ଏତିକି ନୁହେଁ ଘଟଣା ପ୍ରଘଟ ନ କରିବାକୁ ଯୁବକ,ଯୁବତୀଙ୍କୁ ତାଲିମ ଦେବା ସହ ସେମାନଙ୍କୁ ନଜରବନ୍ଦୀ କରିବା ଭଳି ସାଙ୍ଘାତିକ ଅଭିଯୋଗ ମଧ୍ୟ ଆସିଛି। 

Advertisment

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଦେବାନ ସାହେବପଡ଼ାରୁ ଏଭଳି ଅଭିଯୋଗ ଆସିଛି। ଏନେଇ ଅଭିଯୋଗ ପରେ ପୋଲିସ୍ ସମ୍ପୃକ୍ତ ସଂସ୍ଥାର ମୁଖ୍ୟ କିଙ୍ଗ୍‌ପିନ୍‌ ସହ ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସୂଚନା ଅନୁସାରେ, ସ୍ଥାନୀୟ ଚୁଡ଼ିହାରି ପଡାରେ ଏକ ଘରେ ବେନାମୀ ସଂସ୍ଥା ମାଧ୍ୟମରେ ବିଭିନ୍ନ ଜିଲ୍ଲା ଓ ରାଜ୍ୟର ଦେଢ଼ ଶହରୁ ଅଧିକ ବେକାରୀ ଯୁବକଙ୍କୁ ରଖି ତାଲିମ ଦିଆଯାଉଥିଲା। ପ୍ରଥମେ ଚାକିରୀ ପାଇବାକୁ ହେଲେ ଯୁବକମାନଙ୍କୁ ୧୫ ହଜାର ଟଙ୍କା ଜମା କରିବାକୁ କୁହାଯାଇଥିଲା। ତେବେ ଅଫିସ୍ କାମରେ ନିଯୁକ୍ତି ପାଇଁ ପ୍ରତିଶ୍ରୁତି ଦେଇ ଯୁବକମାନଙ୍କୁ ଅନ୍ୟାନ୍ୟ ବିଜ୍‌ନେସ୍‌ ପାଇଁ ତାଲିମ ଦିଆଯିବା ସହ ସେମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯାଉଥିବା ଅଭିଯୋଗ ହୋଇଥିଲା। ଜଣେ ଯୁବକ ସେଠାରୁ ଖସି ଆସି ଏ ନେଇ ପୋଲିସରେ ଜଣାଇବା ପରେ ଘଟଣାର ପର୍ଦ୍ଦାଫାସ ହୋଇଥିଲା। ପୋଲିସ୍‌ ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରଖିଛି। 

Advertisment

ସୂଚନାଥାଉ କି, ଗତ ଅକ୍ଟୋବର ୪ରେ ଏଭଳି କିଛି ଘଟଣା ସାମ୍ନାକୁ ଆସିଥିଲା। ନିଯୁକ୍ତି ଦେବା ନାଁରେ ଯୁବକଯୁବତୀଙ୍କ ଠାରୁ ହଜାର ହଜାର ଟଙ୍କା ଠକି ନେବା ଭଳି ଖବର ସାମ୍ନାକୁ ଆସିଥିଲା। କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସହରରେ ଥିବା ଏକ ବେନାମୀ କମ୍ପାନୀ ଉପରେ ଚଢ଼ାଉ କରି ୬ ଜଣଙ୍କୁ ଅଟକରଖି ପଚରା ଉଚରା କରିଥିଲା ପୋଲିସ୍‌।

Job Fraud In Odisha Job Fraud
Advertisment
Advertisment