Advertisment

ବୁଲିବାକୁ ଡାକି ଗଣଦୁଷ୍କର୍ମ

ବର୍ବର, ଅମାନୁଷିକ, ସାଂଘାତିକ ମାନସିକତା। ମାତ୍ର ୧୩ ବର୍ଷିୟା ନାବାଳିକଙ୍କୁ ଗଣଦୁଷ୍କର୍ମ କଲେ ୭ ଜଣ ଦୁର୍ବୃତ୍ତ। ହୁଏତ ଏହି ଘଟଣା ଆପଣଙ୍କୁ ବ୍ୟତିବ୍ୟସ୍ତ କରିପାରେ କିନ୍ତୁ କଥା ଟି ପୂରା ସତ। ପଡ଼ୋଶୀ ଝାଡ଼ଖଣ୍ଡ ରାଞ୍ଚିରେ ଏପରି ଅମାନବୀୟ କାଣ୍ଡ ଘଟିଛି। ବୁଲିବାକୁ ଡାକି ନେଇ ନିଜ ସାଙ୍ଗ ସହ ବିଶ୍ୱାସଘାତ କଲା ସାଙ୍ଗ। ନିଜେ ତ ଅପରାଧ ଘଟାଇଲା ତାହା ସହ ୬ ଜଣଙ୍କୁ ନେଇ ଯେଉଁ ଅମାନବୀୟ କାଣ୍ଡ ଘଟାଇଛନ୍ତି ତାହା ଆଲୋଡ଼ନ ସୃଷ୍ଟି କରିଛି।

author-image
Sarbeswar
ଅଦ୍ୟତନ ହୋଇଛି
undefined

woman allegedly raped

ରାଞ୍ଚି: ବର୍ବର, ଅମାନୁଷିକ, ସାଂଘାତିକ ମାନସିକତା। ମାତ୍ର ୧୩ ବର୍ଷିୟା ନାବାଳିକଙ୍କୁ ଗଣଦୁଷ୍କର୍ମ କଲେ ୭ ଜଣ ଦୁର୍ବୃତ୍ତ। ହୁଏତ ଏହି ଘଟଣା ଆପଣଙ୍କୁ ବ୍ୟତିବ୍ୟସ୍ତ କରିପାରେ କିନ୍ତୁ କଥା ଟି ପୂରା ସତ। ପଡ଼ୋଶୀ ଝାଡ଼ଖଣ୍ଡ ରାଞ୍ଚିରେ ଏପରି ଅମାନବୀୟ କାଣ୍ଡ ଘଟିଛି। ବୁଲିବାକୁ ଡାକି ନେଇ ନିଜ ସାଙ୍ଗ ସହ ବିଶ୍ୱାସଘାତ କଲା ସାଙ୍ଗ। ନିଜେ ତ ଅପରାଧ ଘଟାଇଲା ତାହା ସହ ୬ ଜଣଙ୍କୁ ନେଇ ଯେଉଁ ଅମାନବୀୟ କାଣ୍ଡ ଘଟାଇଛନ୍ତି ତାହା ଆଲୋଡ଼ନ ସୃଷ୍ଟି କରିଛି। ଘଟଣା ସାମ୍ନାକୁ ଆସିବା ପରେ ପୂରା ସହର ତାଜୁବ୍‌ ହୋଇଯାଇଛି। ତେବେ ଘଟଣାରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ୩ ଜଣଙ୍କୁ ପୋଲିସ ଖୋଜୁଛି।

Advertisment

ସୂଚନା ଅନୁସାରେ, ନାବାଳିକା ନିଜ ଗାଁର ଜଣେ ପୁରୁଷଙ୍କ ସହ ବନ୍ଧୁତା କରିଥିଲେ। ଉଭୟ ବୁଲିବାକୁ ଯିବାର ଏକ ପ୍ଲାନ କରିଥିଲେ। ଆଉ ପ୍ଲାନ ଅନୁସାରେ, ନାବାଳିକା ଜଣକ ନିଜର ପୁଅ ସାଙ୍ଗ ସହ ବୁଲିବାକୁ ଯାଇଥିଲେ। କିନ୍ତୁ ନିଜ ବନ୍ଧୁ ଯେ ଧୋକା ଦେଇଛି ତାହାର ତିଳେ ମାତ୍ର ସନ୍ଦେହ ନାବାଳିକା ଜଣଙ୍କୁ ହୋଇନଥିଲା। କିନ୍ତୁ ଏକ ନିର୍ଜନ ସ୍ଥାନରେ ପହଞ୍ଚିବା ପରେ ନିଜ ପୁରୁଷ ବନ୍ଧୁଙ୍କ ସହ ଆଉ ୬ ଜଣ ପିଲାଙ୍କୁ ଦେଖି ତାଙ୍କ ମନରେ ସନ୍ଦେହ ହୋଇଥିଲା। ଆଉ ସେହି ସମୟରେ ପୁରୁଷ ବନ୍ଧୁଙ୍କୁ ନାବାଳିକା ଜଣକ କହିଥିଲେ କି, ଘରକୁ ଫେରିଯିବା ଲାଗି। କିନ୍ତୁ ସେହି ସମୟରେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ପୁରୁଷ ବନ୍ଧୁ ଜଣକ ବାଧ୍ୟ କରିଥିଲେ। ଆଉ ଏଥିରେ ରାଜି ନହେବାକୁ ଜଣକ ପରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ। କେବଳ ଦୁଷ୍କର୍ମ କଲେ ତାହା ନୁହେଁ ବରଂ ତାଙ୍କୁ ସେହି ନିର୍ଜନ ସ୍ଥାନରେ ଏକୁଟିଆ ଛାଡ଼ି ପଳାଇ ଆସିଲେ। ରାତି ସାରା ସେହି ସ୍ଥାନରେ ରହିବା ପରେ ପରଦିନ ସକାଳେ ତାଙ୍କ ଘରେ ପହଞ୍ଚି ପରିବାର ଆଗରେ ସବୁ କଥା କହିଥିଲେ। ଏହା ପରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରାଯାଇଥିଲା।

Advertisment

ଅଭିଯୋଗ ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିବା ସହ ଘଟଣାରେ ସମ୍ପୃକ୍ତ ୪ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଏବଂ ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କ ସହ ପୀଡ଼ିତାଙ୍କ ମଧ୍ୟ ଡାକ୍ତରୀମାଇନା କରାଯାଇଛି। ଆଜି ୧୬୧ ଧାରା ଅନୁସାରେ ପୀଡ଼ିତାଙ୍କ ବୟାନ ରେକର୍ଡ ହେବ ବୋଲି ଜଣାପଡ଼ିଛି।

Jharkhand Crime Minor Girl Gang Raped
Advertisment
Advertisment