Advertisment

ନିଜକୁ ନିଜେ ଗୁଳି କରିଦେଲେ ଯବାନ

ଆଜି ସକାଳୁ ସବୁ କିଛି ଠିକ୍‌ ଥିବା ବେଳେ ହଠାତ୍‌ ନିଜ ସର୍ଭିସ୍ ରିଭଲଭରରୁ ନିଜକୁ ନିଜେ ଯବାନ ଗୁଳି କରି ଦେଇଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Jawan Shoots Self With Service Rifle

Jawan Shoots Self With Service Rifle

ମାଲକାନଗିରି(ଜିତେନ୍ଦ୍ର ବେଉରା): ନିଜ ସର୍ଭିସ୍ ରିଭଲଭରରୁ ନିଜକୁ ଗୁଳି କରି ଜୀବନ ହାରିଲେ ଯବାନ। ମାଲକାନଗିରି ଜିଲ୍ଲା ପୋଟେରୁ ଫାଣ୍ଡିରେ ଏପରି ଅଭାବନୀୟ ଘଟଣା ଘଟିଛି। ମୃତ ଯବାନ ହେଲେ SSBNର ଯବାନ ଦୁର୍ଯୋଧନ ମାଝୀ। ପାରିବାରିକ କଳହରୁ ଦୁର୍ଯୋଧନ ଏଭଳି ଚରମ ପଦକ୍ଷେପ ନେଇଥିବା ଜଣାପଡ଼ିଛି।

Advertisment

ସୂଚନା ଅନୁସାରେ, ବରଗଡ଼ ଅଞ୍ଚଳର ଦୁର୍ଯୋଧନ ପୋଟେରୁ ଫାଣ୍ଡିରେ କାର୍ଯ୍ୟରତ ଥିଲେ। ୭ ମାସ ପୂର୍ବେ ସେ ବିବାହ କରିଥିଲେ। ସେ ମାନସିକ ଚାପରେ ରହୁଥିଲେ ବୋଲି ଜଣାପଡ଼ିଛି। ଆଜି ସକାଳୁ ସବୁ କିଛି ଠିକ୍‌ ଥିବା ବେଳେ ହଠାତ୍‌ ନିଜ ସର୍ଭିସ୍ ରିଭଲଭରରୁ ନିଜକୁ ସେ ଗୁଳି କରିଦେଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଛି।

୭ ମାସ ପୂର୍ବେ ଦୁର୍ଯୋଧନ ବିବାହ କରିଥିଲେ। ଦୁର୍ଯୋଧନଙ୍କ ମୃତ୍ୟୁ ଖବର ପରିବାର ଲୋକଙ୍କୁ  ଦିଆଯାଇଥିବା ବେଳେ ଘଟଣାସ୍ଥଳରେ କାଲିମେଳା ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।  

Advertisment
Jawan Shoots Self Jawan Suicide
Advertisment
Advertisment