Advertisment

ନିଆଁ ଲାଗିବା ବେଳେ କେଉଁଠି ଥିଲେ ବନ ସଂରକ୍ଷକଙ୍କ ପତ୍ନୀ ?

ଘଟଣା ଦିନ କଣ ସବୁ ହୋଇଥିଲା ? କିପରି ନିଆଁ ଲାଗିଲା ? ନିଆଁ ଲାଗିବା ବେଳେ ପତ୍ନୀ ବିଦ୍ୟାଭାରତୀ କେଉଁଠି ଥିଲେ ? ସେ ସବୁ ଦିଗକୁ ତଦନ୍ତ ପରିସରକୁ ନିଆଯିବ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ନିଆଁ ଲାଗିବା ବେଳେ କେଉଁଠି ଥିଲେ ବନ ସଂରକ୍ଷକଙ୍କ ପତ୍ନୀ ?

acf soumya ranjan mohapatra

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ତନାଘନା ଚାଲିଛି। ା ପାରଳାଖେମୁଣ୍ଡି ପୋଲିସ୍ ଓ ସାଇଣ୍ଟିଫିକ୍ ଟିମ୍ ଖୋଳତାଡ଼ ଆରମ୍ଭ କରିଥିବା ବେଳେ ସୌମ୍ୟରଞ୍ଜନଙ୍କ ଘରକୁ ଯାଇ ତଦନ୍ତ କରାଯିବ। ଘଟଣା ଦିନ କ’ଣ ସବୁ ହୋଇଥିଲା ? କିପରି ନିଆଁ ଲାଗିଲା ? ନିଆଁ ଲାଗିବା ବେଳେ ପତ୍ନୀ ବିଦ୍ୟାଭାରତୀ କେଉଁଠି ଥିଲେ ? ସେ ସବୁ ଦିଗକୁ ତଦନ୍ତ ପରିସରକୁ ନିଆଯିବ ବୋଲି ସୂଚନା ମିଳିଛି। 

Advertisment

ମୃତ ସୌମ୍ୟରଞ୍ଜନଙ୍କ ବାପାଙ୍କ ଅଭିଯୋଗ ପରେ ୩ ଜଣଙ୍କ ବିରୋଧରେ ପାରଳାଖେମୁଣ୍ଡି ପୋଲିସ୍‌ ହତ୍ୟା ମାମଲା ରୁଜୁ କରିଛି। ଏହି ତିନି ଅଭିଯୁକ୍ତଙ୍କ ମଧ୍ୟରେ ମୃତ ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ, DFO ସଂଗ୍ରାମ ବେହେରା ଓ ରୋଷେୟା ଅଛନ୍ତି। ଏହି ୩ ଜଣଙ୍କ ବିରୋଧରେ ୩୦୨, ୧୨୦ ବି ଦଫାରେ ପୋଲିସ ମାମଲା ରୁଜୁ କରିଛି। ଗତକାଲି ରୋଷେୟାଙ୍କୁ ପଚରାଉଚରା କରାଯାଇଥିଲା।

Advertisment

ସୌମ୍ୟରଞ୍ଜନଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ଭୂମିକାକୁ ନେଇ ସନ୍ଦେହ କରି ଆସୁଛନ୍ତି ତାଙ୍କ ପରିବାର ଲୋକେ। ଘଟଣା ଦିନ ସୌମ୍ୟରଞ୍ଜନଙ୍କ ସ୍ତ୍ରୀ, ଡିଏଫଓ ଏବଂ ରୋଷେୟା ଘରେ ଥିଲେ। କାହାର କିଛି ହେଲାନି କେବଳ ସୌମ୍ୟଙ୍କ ଦେହରେ କିଭଳି ଭାବରେ ନିଆଁ ଲାଗିଲା,ଏହା ସନ୍ଦେହ କରି ଏହି ୩ ଜଣଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ କରିବାକୁ ସୌମ୍ୟରଞ୍ଜନଙ୍କ ବାପା ଦାବି କରିଥିଲେ। ଏନେଇ ଗତକାଲି ସେ ପାରଳାଖେମୁଣ୍ଡି ଥାନାରେ ଏତଲା ଦେଇଥିଲେ।  ଏହି ୩ ଜଣ ଷଡ଼ଯନ୍ତ୍ର କରି ପୁଅକୁ ହତ୍ୟା କରିଥିବା ସୌମ୍ୟରଞ୍ଜନଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ସୂଚନାଥାଉ କି, ସୋମବାର ରାତିରେ ସୌମ୍ୟରଞ୍ଜନ ହଠାତ ନିଆଁରେ ପୋଡ଼ି ହୋଇ ଯାଇଥିବା ନେଇ ପଡ଼ୋଶୀଙ୍କୁ ସୂଚନା ଦେଇଥିଲେ ପତ୍ନୀ । ପରେ ତାଙ୍କୁ ତୁରନ୍ତ ପାରଳାଖେମୁଣ୍ଡି ମେଡିକାଲ ଓ ପରେ ବ୍ରହ୍ମପୁର MKCG ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ଅବସ୍ଥା ଅଧିକ ଗୁରୁତର ହେବାରୁ ମଙ୍ଗଳବାର ସକାଳେ କଟକ ସ୍ଥିତ ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଶରୀରର ପ୍ରାୟ ୯୦ ଭାଗ ପୋଡ଼ିଯାଇଥିବାରୁ ମୃତ୍ୟୁ ସହ ପ୍ରାୟ ୧୨ ଘଣ୍ଟାର ସଂଘର୍ଷ କରି ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ହିଁ ଆଖି ବୁଜିଦେଇଥିଲେ ସୌମ୍ୟରଞ୍ଜନ।

Soumya Ranjan Mohapatra ACF Death
Advertisment
Advertisment