Advertisment

ଅର୍ଦ୍ଧାଙ୍ଗିନୀର ଜଳନ୍ତା ଜୁଇକୁ ଡେଇଁ ସ୍ୱାମୀ ହାରିଦେଲେ ଜୀବନ

ଗାଁ ମଶାଣୀରେ ରଏବାରୀଙ୍କ ଚିତା ଜଳିବା ପରେ ଅନେକ ଲୋକେ ସ୍ନାନ କରି ଘରକୁ ଫେରିଥିଲେ। କିନ୍ତୁ ତାଙ୍କ ସ୍ୱାମୀ ନୀଳମଣି ଓ ଅନ୍ୟ କିଛି ଲୋକେ ସମସ୍ତଙ୍କ ପଛରେ ସ୍ନାନ କରି ଆସୁଥିଲେ। ଠିକ୍‌ ସେହି ସମୟରେ ନୀଳମଣି ଦୌଡ଼ି ଯାଇ ଜଳୁଥିବା ତାଙ୍କ ସ୍ତ୍ରୀଙ୍କ ଚିତାରେ ଡେଇଁ ପଡ଼ିଥିଲେ । ପ୍ରଖର ନିଆଁ ଜଳୁ ଥିବାରୁ ତାଙ୍କୁ ବଞ୍ଚାଇବାକୁ କେହି ସାହାସ କରି ପାରିନଥିଲେ।

author-image
Chandan Shishu
Husband jumped to Tyre

Husband jumped to Tyre

ଧର୍ମଗଡ: ତୁମେ ଥିଲ ବୋଲି, ମୁଁ ବଞ୍ଚିଥିଲି। ତୁମେ ଚାଲିଗଲ, ମୁଁ ବଞ୍ଚିବି ବା କେମିତି ! ସ୍ତ୍ରୀର ଚିତାଗ୍ନିରେ ଝାସ ଦେଲା ସ୍ୱାମୀ l ସ୍ତ୍ରୀ ସହ ସ୍ୱାମୀର ବି ଆରପାରିକୁ ଚାଲିଗଲେ। ଏଭଳି ଏକ ହୃଦବିଦାରକ ଘଟଣା କଳାହାଣ୍ଡି ଜିଲ୍ଲା କେଗାଁ ଥାନା ସିଆଲଯୋଡ଼ି ଗାଁରେ ଦେଖିବାକୁ ମିଳିଛି। ମୃତକ ଦୁହେଁ ହେଲେ ସ୍ୱାମୀ ନୀଳମଣି ଶବର ଓ ସ୍ତ୍ରୀ ରଏବାରି ଶବର। ସ୍ତ୍ରୀ ରଏବାରିର ହୃତଘାତରେ ମୃତ୍ୟୁ ହେବାରୁ ସ୍ତ୍ରୀ ର ଶବ ସତ୍କାର କରାଯାଉଥିବା ବେଳେ ସ୍ୱାମୀ ଝାସ ଦେଇଦେଇଥିଲେ। ମୃତକ ନୀଳମଣି ଶବର ଚହକା ପଞ୍ଚାୟତ ୫ନମ୍ବର ୱାର୍ଡ ମେମ୍ବର ଥିଲେ। 

Advertisment

ଗାଁ ମଶାଣୀରେ ରଏବାରୀଙ୍କ ଚିତା ଜଳିବା ପରେ ଅନେକ ଲୋକେ ସ୍ନାନ କରି ଘରକୁ ଫେରିଥିଲେ। କିନ୍ତୁ ତାଙ୍କ ସ୍ୱାମୀ ନୀଳମଣି ଓ ଅନ୍ୟ କିଛି ଲୋକେ ସମସ୍ତଙ୍କ ପଛରେ ସ୍ନାନ କରି ଆସୁଥିଲେ। ଠିକ୍‌ ସେହି ସମୟରେ ନୀଳମଣି ଦୌଡ଼ି ଯାଇ ଜଳୁଥିବା ତାଙ୍କ ସ୍ତ୍ରୀଙ୍କ ଚିତାରେ ଡେଇଁ ପଡ଼ିଥିଲେ । ପ୍ରଖର ନିଆଁ ଜଳୁ ଥିବାରୁ ତାଙ୍କୁ ବଞ୍ଚାଇବାକୁ କେହି ସାହାସ କରି ପାରିନଥିଲେ। ପରେ ତାଙ୍କର ୪ ପୁଅଙ୍କ ସହିତ ଗ୍ରାମବାସୀ ଗାଁ ମାଶାଣୀକୁ ଯାଇଥିଲେ। ସ୍ତ୍ରୀର ଚିତାରେ ସ୍ବାମୀ ଡେଇଁବା ଘଟଣା ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ହୋଇଛି।

ସୂଚନାଯୋଗ୍ୟ ନୀଳମଣି ଚହକା ଗ୍ରାମପଞ୍ଚାୟତର ସିଆଲଯୋଡି ଗ୍ରାମର ୫ ନମ୍ବର ୱାର୍ଡ଼ର ୱାର୍ଡମେମ୍ବର ଥିଲେ। ବିଗତ ଦିନରେ ଚହକା ଗ୍ରାମପଞ୍ଚାୟତର ସମିତିସଭ୍ୟ ମଧ୍ୟ ଥିଲେ । ଏହି ଘଟଣା ପରେ ସିଆଲଯୋଡି ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ସ୍ୱାମୀ-ସ୍ତ୍ରୀ ମଧ୍ୟରେ ସଂପର୍କ ଅତୁଟ ଥିବା ସ୍ଥାନୀୟ ଲୋକ କହୁଛନ୍ତି। ଏ ସଂପର୍କରେ ଦୁଃଖରେ ପରିବାର ଲୋକ ଭାଙ୍ଗି ପଡ଼ିଛନ୍ତି।

Advertisment
Odisha News Couple
Advertisment
Advertisment