Advertisment

ଗୋବିନ୍ଦର ପରକୀୟା ସଂପର୍କ ନେଇ ଜାଣିଥିଲେ ମମିତା: ଡିଆଇଜି

ଡିଆଜି କହିଛନ୍ତି ଯେ ଗୋବିନ୍ଦର ପରକୀୟା ସଂପର୍କ ନେଇ ମମିତା ଜାଣିଥିଲେ। ଏହାକୁ ପ୍ରଘଟ କରିବା ନେଇ ମମିତା ତାଙ୍କୁ ଧମକ ଦେଇଥିଲେ। ଏହି ଘଟଣାକୁ ନେଇ ମମିତାଙ୍କୁ ହତ୍ୟା କରିବ ବେଲି ଗୋବିନ୍ଦ ଯୋଜନା କରିଥିଲା।

author-image
Chandan Shishu
ଅଦ୍ୟତନ ହୋଇଛି
Lady Teacher Murder Case

Lady Teacher Murder Case

ଭୁବନେଶ୍ୱର: ମମିତାଙ୍କୁ କାର୍ ଭିତରେ ହିଁ ହତ୍ୟା କରିଥିଲା ଗୋବିନ୍ଦ ସାହୁ। ମହାଲିଙ୍ଗ ମିଷ୍ଟ୍ରି ନେଇ ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ଖୁଲାସା କରିଛନ୍ତି। ପୂର୍ବ ଯୋଜନା ଅନୁସାରେ ଗୋବିନ୍ଦ କାର୍ ଭିତରେ ହତ୍ୟା କରିଥିଲା। ୮ ତାରିଖରେ ଭବାନୀପାଟଣାରୁ କେ.ଗାଁ ଫେରିବା ବେଳେ ମାରିଥିଲା। ତଣ୍ଟିଚିପି ମାରିଛି କି ନାହିଁ ସେନେଇ ତଦନ୍ତ ଚାଲୁ ରହିଛି ବୋଲି ଡିଆଇଜି କହିଛନ୍ତି। ଗୋବିନ୍ଦର ପରକୀୟା ପ୍ରଘଟ କରିବା ଆଶଙ୍କାରେ ହତ୍ୟା ଘଟିଛି।

Advertisment

ଏନେଇ ଡିଆଜି କହିଛନ୍ତି ଯେ ଗୋବିନ୍ଦର ପରକୀୟା ସଂପର୍କ ନେଇ ମମିତା ଜାଣିଥିଲେ। ଏହାକୁ ପ୍ରଘଟ କରିବା ନେଇ ମମିତା ତାଙ୍କୁ ଧମକ ଦେଇଥିଲେ। ଏହି ଘଟଣାକୁ ନେଇ ମମିତାଙ୍କୁ ହତ୍ୟା କରିବ ବେଲି ଗୋବିନ୍ଦ ଯୋଜନା କରିଥିଲା। ହତ୍ୟା ପରେ ପୂର୍ବରୁ ପ୍ରସ୍ତୁତ ଗାତରେ ପକାଇ ପୋଡ଼ି ଦେଇଥିଲା। କାର୍ଡବୋର୍ଡ, ଟାୟାର ଆଦି ପକାଇ ମୃତଦେହକୁ ଜାଳି ଦେଇଥିଲା। ଘଟଣା ପରଦିନ ସକାଳେ ଉକ୍ତ ଗାତଟିକୁ ଗୋବିନ୍ଦ ପୋତି ଦେଇଥିଲା। ଘଟଣାରେ ଆଉ କାହାରି ସଂପୃକ୍ତି ଅଛି କି ନାହିଁ ତଦନ୍ତ କରାଯାଉଛି। ଶୀଘ୍ର ଚାର୍ଜସିଟ୍ କରାଯାଇ ଫାଷ୍ଟଟ୍ରାକ୍ କୋର୍ଟରେ ବିଚାର ହେବ ବୋଲି DIG କହିଛନ୍ତି। 

ତେବେ ୧୪ ତାରିଖରେ ହତ୍ୟାକାଣ୍ଡ ହୋଇଥିବା କାରକୁ ପୋଲିସ ଜବତ କରିଥିଲା। କାରକୁ ଏବେ ସିନ୍ଧେକେଲା ଥାନାରେ ରଖାଯାଇଛି। ଜବତ ହୋଇଥିବା କାରରୁ ଗୋଟିଏ ପାଉଁଜି ଓ ପେଟ୍ରୋଲ୍ ଜାର୍ ମିଳିଥିଲା। ଗତକାଲି ମିଳିଥିବା ମୃତଦେହ ପାଖରୁ ଆଉ ଗୋଟିଏ ପାଉଁଜି ମିଳିଥିଲା। ତେବେ ୬ ତାରିଖରେ ଗାତ ଖୋଳାଯାଇଥିଲା। ଏଣୁ ମମିତାଙ୍କୁ ହତ୍ୟା କରିବା ଲାଗି ପୂର୍ବରୁ ଗୋବିନ୍ଦ ଯୋଜନା କରିଥିଲା ବୋଲି ଜଣାପଡ଼ିଛି। 

Advertisment

ଶିକ୍ଷୟିତ୍ରୀ ମମିତା ନିଖୋଜ ମାମଲାରେ ପୋଲିସ ହେପାଜତରୁ ଫେରାର ହୋଇଯାଇଥିବା ସ୍କୁଲର ମାଲିକ ଗୋବିନ୍ଦ ସାହୁକୁ ଗତକାଲି ଅପରାହ୍ନରେ ଗିରଫ କରାଯାଇଥିଲା। ବଲାଙ୍ଗିର ବଙ୍ଗୋମୁଣ୍ଡା ବ୍ଲକ ବୁଢ଼ୀପଦର ଗାଁର ଏକ ଆଖୁ କିଆରୀରୁ ଗୋବିନ୍ଦକୁ ପୋଲିସ ଧରିଥିଲା। ଆଜି ଗୋବିନ୍ଦଙ୍କୁ ବଙ୍ଗୋମୁଣ୍ଡା JMFC କୋର୍ଟରେ ଗୋବିନ୍ଦକୁ ହାଜର କରିଥିଲା ପୋଲିସ। ପୋଲିସ ୭ ଦିନ ପାଇଁ ରିମାଣ୍ଡ ମାଗିଥିଲେ ବି ୫ ଦିନ ପାଇଁ କୋର୍ଟ  ମଂଜୁର ଦେଇଛନ୍ତି। 

Lady Teacher Murder Case Mamita Meher Mamita Meher Missing Case Bolangir
Advertisment
Advertisment