Advertisment

ବଡ଼ ଅଘଟଣରୁ ବଞ୍ଚାଇଦେଲା ଦଇବ !

ଗତକାଲି ବିଲମ୍ବିତ ରାତିରେ ବିସ୍ଫୋରଣରେ ଉଡ଼ି ଯାଇଛି ବଳଙ୍ଗା ପୋଲିସ୍ ଥାନା। ମାଲଖାନାରେ ଥିବା ବିସ୍ଫୋରକ ଯୋଗୁଁ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି। ସମ୍ପୂର୍ଣ୍ଣ ଥାନାର ଭିତର ଅଂଶ ଭୁଶୁଡ଼ି ପଡ଼ିଛି। ଛାତ, କାନ୍ଥ ଭୁଶୁଡ଼ି ପଡ଼ିବା ସହ ବାକି ଥିବା ଥାନାର କାନ୍ଥ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି।

author-image
Chandan Shishu
Blast in Police station

Blast in Police station

କୋଣାର୍କ: ପୁରୀ ବଳଙ୍ଗା ଥାନା ବିସ୍ଫୋରଣ ମାମଲାରେ ତଦନ୍ତ ଆରମ୍ଭ। କେନ୍ଦ୍ରାଞ୍ଚଳ ଆଇଜି, ପୁରୀ ଏସ୍‌ପି ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି। କିପରି ଏହି ବିସ୍ଫୋରଣ ହେଲା ? ବିସ୍ଫୋରକ କେତେ ପରିମାଣର ଥିଲା ସେ ସମ୍ପର୍କରେ ତଦନ୍ତ ହେଉଛି। ଆଡିସନାଲ ଏସ୍ପିଙ୍କୁ ଘଟଣାର ତଦନ୍ତ ପାଇଁ ଦାୟିତ୍ୱ ଦିଆଯାଇଥିବା ନେଇ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ସୂଚନା ଦେଇଛନ୍ତି।

Advertisment

ସେ କହିଛନ୍ତି ଯେ ଆଡିସନାଲ ଏସ୍ପିଙ୍କୁ ଘଟଣାର ତଦନ୍ତ ପାଇଁ ଦାୟିତ୍ୱ ଦିଆଯାଇଛି। ତଦନ୍ତ ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜବତ ବିସ୍ଫୋରକକୁ କାହିଁକି ନିଷ୍କ୍ରିୟ କରାଯାଇନଥିଲା ତଦନ୍ତ ହେବ। ପିପିଲି ଉପନିର୍ବାଚନ ଦୃଷ୍ଟିରୁ ଆଇନଶୃଙ୍ଖଳାକୁ ଗୁରୁତ୍ୱ ଦିଆଯାଇଛି। ସବୁଠି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।ଭୟଭୀତ ହେବାର କାରଣ ନାହିଁ ବୋଲି ସେ କହିଛନ୍ତି। 

ଗତକାଲି ବିଲମ୍ବିତ ରାତିରେ ବିସ୍ଫୋରଣରେ ଉଡ଼ି ଯାଇଛି ବଳଙ୍ଗା ପୋଲିସ୍ ଥାନା। ମାଲଖାନାରେ ଥିବା ବିସ୍ଫୋରକ ଯୋଗୁଁ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି। ସମ୍ପୂର୍ଣ୍ଣ ଥାନାର ଭିତର ଅଂଶ ଭୁଶୁଡ଼ି ପଡ଼ିଛି। ଛାତ, କାନ୍ଥ ଭୁଶୁଡ଼ି ପଡ଼ିବା ସହ ବାକି ଥିବା ଥାନାର କାନ୍ଥ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଥାନା ଭିତରେ ଥିବା ଇଲୋକଟ୍ରୋନିକ୍ସ ବି ନଷ୍ଟ ହୋଇଛି।

Advertisment

କେହି କିଛି ବୁଝିବା ଆଗରୁ ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ଘଟି ଚାଲିଥିଲା। ସୌଭାଗ୍ୟବସତଃ ଥାନାର ସେଣ୍ଟ୍ରି ସରୋଜ ବେହେରା ସେଠୁ ବାହାରି ଆସିଥିଲେ। ପିପିଲି ଉପନିର୍ବାଚନ ପାଇଁ ଯାଇଥିବା ପୋଲିିସ୍ ଅଧିକାରୀ ବି ଥାନା ବାହାରେ ଥିଲେ। ତେଣୁ ଏକ ବଡ଼ ଅଘଟଣକୁ ଏଡ଼ାଇ ଦିଆଯାଇଛି।

Blast SP Police Station
Advertisment
Advertisment