Advertisment

ମା'ର ଅନୈତିକ ସମ୍ପର୍କର କାହାଣୀ ବଖାଣିଲେ ଭାଇ ଭଉଣୀ

ବାପା ଜେଲରେ ରହିବା ପରଠାରୁ ଉଭୟେ ଭାଇ ଭଉଣୀ ଚଳିବା ସମସ୍ୟା ହେଉଛି। ହେଲେ ବାହାର ଲୋକ ଘରକୁ ଆସି ମଦ୍ୟପାନ କରି ଯାବତୀୟ ଅନୈତିକ କାମ କରୁଛନ୍ତି। ଏଥିରେ ବିରୋଧ କଲେ ମା ଆମକୁ ପିଟୁଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
ମା'ର ଅନୈତିକ ସମ୍ପର୍କର କାହାଣୀ ବଖାଣିଲେ ଭାଇ ଭଉଣୀ

Mother Affairs

ଭୁବନେଶ୍ୱର: ମାଆ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ନାବାଳିକା ଝିଅ, ପୁଅ। ମାଆର ପର ପୁରୁଷ ସହ ଅନୈତିକ ସଂପର୍କ ଥିବା ପୁଅ ଓ ଝିଅ ଅଭିଯୋଗ ଆଣିଛନ୍ତି। ଘରକୁ ପର ପୁରୁଷଙ୍କୁ ଡାକି ମାଆ ସବୁବେଳେ ନିଶାରେ ଚୁର ରହନ୍ତି ଏବଂ ସେମାନଙ୍କ ସହ ଖରାପ ସମ୍ପର୍କ ରଖୁଥିବା ଝିଅ-ପୁଅ ଅଭିଯୋଗ କରିଛନ୍ତି। ବିରୋଧ କରିବାରୁ ମାଆ ନିର୍ଘାତ ମାଡ଼ ମାରିବା ସହ ମୁଣ୍ଡ ଫଟାଇ ଦେଇଥିବା ଭାଇ ଭଉଣୀ ଅଭିଯୋଗ କରିଛନ୍ତି। ଏନେଇ ଚନ୍ଦ୍ରଶେଖରପୁର ଥାନାର ଦ୍ୱାରସ୍ଥ ହେବା ସହ ପୋଲିସ ଘଟଣାରେ ହସ୍ତକ୍ଷେପ କରି କଠୋର ଶାସ୍ତି ଦେବାକୁ ସେମାନେ ନିବେଦନ କରିଛନ୍ତି।

Advertisment

ବାପା ଜେଲରେ ରହିବା ପରଠାରୁ ଉଭୟେ ଭାଇ ଭଉଣୀ ଚଳିବା ସମସ୍ୟା ହେଉଛି। ହେଲେ ବାହାର ଲୋକ ଘରକୁ ଆସି ମଦ୍ୟପାନ କରି ଯାବତୀୟ ଅନୈତିକ କାମ କରୁଛନ୍ତି। ଏଥିରେ ବିରୋଧ କଲେ ମା ଆମକୁ ପିଟୁଛନ୍ତି। ଅନେକ ସମୟରେ ଆମ ଭାଇ ଭଉଣୀକୁ ଘରେ ଭିତରେ ବହୁ ସମୟ ଧରି ତାଲା ପକାଇ ରଖି ଦିଅନ୍ତି।

ବହୁ ସମୟ ଧରି ଚିତ୍କାର କଲେ ତାଲା ଖୋଲନ୍ତି। ସେପଟେ ଝିଅ-ପୁଅଙ୍କ ଅଭିଯୋଗକୁ ଖଣ୍ଡନ କରିବା ସହ ଝିଅ ବିରୋଧରେ ପାଲଟା ଅଭିଯୋଗ ଆଣିଛନ୍ତି ମା। ଝିଅ ବିରୋଧରେ ଅନୈତିକ କାରବାରର ଅଭିଯୋଗ ଆଣି ମା ୧୦ ଦିନ ତଳେ ଥାନାରେ ଏତଲା ଦେଇଥିବା କହିଛନ୍ତି।

Advertisment
Odisha News Odisha Police Parents Extramarital Affair
Advertisment
Advertisment