Advertisment

ମେଡିକାଲ୍‌ର ୩ ମହଲାରୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା

ମେଡିକାଲ୍‌ ଛାତରୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା। ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମେଡିସିନ୍ ଓ୍ୱାର୍ଡର ୩ ମହଲାରୁ ଡେଇଁ ଜଣେ ଯୁବତୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ମେଡିକାଲ୍‌ର ୩ ମହଲାରୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା

rayagada hospital

ରାୟଗଡ଼ା: ମେଡିକାଲ୍‌ର ୩ ମହଲାରୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା। ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ୩ ମହଲାରୁ ଡେଇଁ ଜଣେ ଯୁବତୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମୃତ ଯୁବତୀ ସଦର ଥାନା ତୁମ୍ବିଗୁଡ଼ା ଗାଁର ବୋଲି ଜଣାପଡ଼ିଛି।

Advertisment

ସୂଚନା ଅନୁସାରେ, ଗତ ୭ ତାରିଖରେ ଅସୁସ୍ଥତା ଯୋଗୁ ଯୁବତୀ ଜଣକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା। ଜ୍ୱର ଓ ପାଟିରେ ଘା’ ହୋଇଥିବା ଯୋଗୁ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଆଜି ଭୋର ୪ଟା ସମୟରେ ପରିସ୍ରା ଯିବା ବାହାନାରେ ସେ ବାଥରୁମ୍‌ ଯାଇଥିଲେ।ବାଥରୁମ୍‌କୁ କବାଟ ଭିତର ପଟୁ ବନ୍ଦ କରି ବାଥରୁମ୍‌ର କାଚ ଝରକା ଭାଙ୍ଗି ତଳକୁ ଡେଇଁ ପଡ଼ିଥିଲେ ।  

Advertisment

କେଉଁ କାରଣ ପାଇଁ ଯୁବତୀ ଜଣକ ଏଭଳି ଚରମ ପଦକ୍ଷେପ ନେଲେ ତାହା ଜଣାପଡ଼ି ନାହିଁ।ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

ଘଟଣାକୁ ନେଇ ପୋଲିସ୍‌କୁ ଖବର ଦିଆଯାଇଥିବା ବେଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।  ଯୁବତୀ ଜଣକ କାହିଁକି ଆତ୍ମହତ୍ୟା କଲେ ତାହା ଜଣାପଡ଼ି ନାହିଁ। ପୋଲିସ୍‌ ତଦନ୍ତ ପରେ ଘଟଣା ସାମନାକୁ ଆସିବ ବୋଲି ରାୟଗଡ଼ା ଏଡିଏମ୍‌ କହିଛନ୍ତି।

Odisha Girl Suicide
Advertisment
Advertisment