• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ନୂଆପଡ଼ା(ମାୟାଧର ସରାଫ): ଦୁଇ ଠକଙ୍କୁ ଧରି ନିସ୍ତୁକ ଛେଚିଲେ ଗାଁ ଲୋକେ। ହାତ ଗୋଡ଼ ବାନ୍ଧି ନିର୍ଧୂମ ମାଡ଼। ଲୋକଙ୍କ ଆଖିବୁଜା ମାଡ଼ରେ ଅଚେତ ହୋଇପଡ଼ିଲେ ଠକ। ଏହି ଘଟଣା ଘଟିଛି ନୂଆପଡ଼ା କୋମନା ଥାନା ସାନବାହାଲି ଗାଁରେ। ଏଇ ଦୁଇ ଠକ ଲୋକଙ୍କ ଟିପ ଚିହ୍ନ ଏବଂ ଆଧାର କାର୍ଡ ନେଇ ଉପଭୋକ୍ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ କଳାକନା ବୁଲାଇଛନ୍ତି। ଯାହାର ଫଳ ସେମାନଙ୍କୁ ଗାଁ ଦାଣ୍ଡରେ ହିଁ ଭୋଗିବାକୁ ପଡ଼ିଛି। ଶେଷରେ ପୋଲିସ୍ ଉଦ୍ଧାର କରି ଦୁଇ ଜଣଙ୍କୁ ମେଡ଼ିକାଲରେ ଭର୍ତ୍ତି କରିଛି।  

କୋମନା ଥାନା ଚାନ୍ଦୋପଲା ଗାଁର ଅରୁଣ ତାଣ୍ଡି ଓ କୃପାସିନ୍ଧୁ ନାଗ ବିଭିନ୍ନ ଗାଁକୁ ଯାଇ ଲୋକଙ୍କୁ ବିଭିନ୍ନ ସରକାରୀ ଯୋଜନାରେ ସାମିଲ କରିବା, ବିଭିନ୍ନ ଲୋନ କରିଦେବା, ଇ-ଶ୍ରମ ଯୋଜନା,କାଳିଆ ଆଦି ଯୋଜନାରେ ସାମିଲ କରି ଦେବା ପାଇଁ କୁହନ୍ତି। କିଛି ଦିନ ତଳେ ସନବାହାଲି ଗାଁର ରାଧେ ଅହିର ନାମକ ବ୍ୟକ୍ତିଙ୍କ ଘରକୁ ଯାଇ ନଳକୂଅ ଖନନ କରି ଦେବାକୁ କହି ୧ ଲକ୍ଷ ଟଙ୍କା ଋଣ କରି ଦେବାକୁ କହିଥିଲେ। ରାଧେଙ୍କ ଠାରୁ ଆଧାର କାର୍ଡ, ବ୍ୟାଙ୍କ ପାସବୁକ୍ ଓ ଟିପ ଚିହ୍ନ ନେଇଥିଲେ। ୫ ଥର ଏମିତି ଟିପ ଚିହ୍ନ ନେଇଥିଲେ।

ତେବେ ସନ୍ଦେହ ହେବାରୁ ରାଧେ ବ୍ୟାଙ୍କ୍ ପାସବୁକ୍ ଅପଡେଟ୍ କରିଥିଲେ। ୫ ଥର ୧୦ ହଜାର କରି ସମୁଦାୟ ୫୦ ହଜାର ଟଙ୍କା ଅରୁଣ ଓ କୃପାସିନ୍ଧୁ ନେଇଯାଇଥିବାର ଜାଣିବାକୁ ପାଇଥିଲେ। ଆଜି ଗାଁକୁ ଯାଇଥିବା ବେଳେ ଗାଁ ଲୋକେ ୨ ଜଣଙ୍କୁ ଧରି ହାତ ଗୋଡ ବାନ୍ଧି ନିର୍ଧୂମ ମାଡ଼ ମାରିଥିଲେ ଗାଁ ଲୋକେ।ଅରୁଣଙ୍କ ପାଲଟା ଆକ୍ରମଣରେ ଲୋକମାନେ ବି ମାରି ରକ୍ତାକ୍ତ କରିଦେଇଥିଲେ। ଲୋକଙ୍କ ମାଡରେ ଅରୁଣ ଅଚେତ ହୋଇ ପଡିଥିଲେ।

କୌଣସି ସୁତ୍ରରୁ କୋମନା ପୋଲିସ ସୂଚନା ପାଇ ୨ ଜଣଙ୍କୁ ଉଦ୍ଧାର କରି କୋମନା ମେଡିକାଲରେ ଭର୍ତ୍ତି କରିଛି। ଅରୁଣ ପାଖରୁ ପଞ୍ଚ, ଅନେକ ଏଟିଏମ କାର୍ଡ, ମୋବାଇଲ ଜବତ କରିଛି।