Advertisment

ପୁଅର ଧକ୍କା ମାଡ଼ରେ ଚାଲିଗଲା ବାପାର ଜୀବନ

ପୁଅର ଝଗଡ଼ା ସମାଧାନ କରିବାକୁ ଯାଇ ଚାଲିଗଲା ବାପାର ଜୀବନ। ପୁଅର ଧକ୍କା ମାଡ଼ରେ ତଳେ ପଡ଼ି ବାପାର ଜୀବନ ଚାଲି ଯାଇଥିବା ଜଣାପଡ଼ିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Newly Married Woman Found Dead

Man Died

ଭଞ୍ଜନଗର: ମଣିଷ ରାଗରେ ଆସି ନିଜର ହିତାହିତ ଜ୍ଞାନ ଭୁଲି ଯାଏ। ମଣିଷ ରାଗରେ ଏଭଳି କାଣ୍ଡ କରିଥାଏ, ଜଣଙ୍କ ଜୀବନ ନେବାକୁ ମଧ୍ୟ ପଛାଏ ନାହିଁ। ଏହାର ଅନେକ ଉଦାହରଣ ଦେଖିବାକୁ ମିଳିଛି। ଏଭଳି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ବଡ଼କୋଦଣ୍ଡା ଗାଁରେ। ପୁଅର ଝଗଡ଼ା ସମାଧାନ କରିବାକୁ ଯାଇ ଚାଲିଗଲା ବାପାର ଜୀବନ। ପୁଅର ଧକ୍କା ମାଡ଼ରେ ତଳେ ପଡ଼ି ବାପାର ଜୀବନ ଚାଲି ଯାଇଥିବା ଜଣାପଡ଼ିଛି। 

Advertisment

ସୂଚନା ଅନୁସାରେ, ଗତକାଲି ଗାଁର ଶିବ ନାୟକ ଗାଁର କିଛି ଲୋକଙ୍କ ସହ ଝଗଡ଼ା କରୁଥିଲେ। ଶିବଙ୍କ ବାପା ହାଡ଼ୁ ନାୟକ ଘଟଣାସ୍ଥଳରେ ପହଞ୍ଚି ଘଟଣାର ସମାଧାନ କରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଉତ୍‌କ୍ଷିପ୍ତ ହୋଇ ଶିବ ନିଜ ବାପାଙ୍କୁ ଧକ୍କା ମାରିଥିଲେ। ଫଳରେ ପୁଅର ଧକ୍କା ମାଡ଼ରେ ହାଡ଼ୁ ତଳେ ପଡ଼ି ଗୁରୁତର ହୋଇଥିଲେ। ତାଙ୍କୁ ଭଞ୍ଜନଗର ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଅନ୍ୟପକ୍ଷେ, ପୋଲିସ୍‌ ଅଭିଯୁକ୍ତ ଶିବଙ୍କୁ ପୋଲିସ୍ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି।

Man Dies
Advertisment
Advertisment