Advertisment

ଗଞ୍ଜାମରେ ଚାଷୀଙ୍କୁ ମରଣାନ୍ତକ ଆକ୍ରମଣ

ଏନେଇ ପୁରୁଷୋତ୍ତମପୁର ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ କରୁଛି। ପୂର୍ବରୁ ମଧ୍ୟ ସାର କଳାବଜାରୀ ନେଇ ଶତାଧିକ ଚାଷୀ ପ୍ରତିବାଦ କରିବା ସହ ସୋସାଇଟି ସେକ୍ରେଟାରୀଙ୍କ ଘର ଆଗରେ ଧାରଣା ଦେଇଥିଲେ। ତହସିଲଦାର ପହଞ୍ଚି ବୁଝାସୁଝା କରିଥିଲେ । ତେବେ ଏନେଇ ସୋସାଇଟି ସେକ୍ରେଟାରୀ କିମ୍ବା ପୋଲିସର ପ୍ରତିକ୍ରିୟା ମିଳିପାରିନି।

author-image
Sarbeswar
ଅଦ୍ୟତନ ହୋଇଛି
ଗଞ୍ଜାମରେ ଚାଷୀଙ୍କୁ ମରଣାନ୍ତକ ଆକ୍ରମଣ

Farmer attack

ଭୁବନେଶ୍ୱର: ସାର କଳାବଜାରୀକୁ ବିରୋଧ କରିବାରୁ ଚାଷୀଙ୍କୁ ମରଣାନ୍ତକ ଆକ୍ରମଣ। ଆକ୍ରମଣରେ ୩ ଜଣ ଚାଷୀ ଗୁରୁତର ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଛି। ଗଞ୍ଜାମ ପୁରୁଷୋତ୍ତମପୁର ଥାନା ବି.ଏନ ପୁର ପଞ୍ଚାୟତ ମଧୁପଲୀ ଗାଁରୁ ଆସିଛି ଏଭଳି ଅଭିଯୋଗ। ଚାଷୀଙ୍କ ଅଭିଯୋଗ ହେଲା ସାର ସୋସାଇଟିର ସେକ୍ରେଟାରୀ ସରକାରୀ ଧାର୍ଯ୍ୟ ଦରଠାରୁ ଅଧିକ ଦରରେ ସାର ବିକ୍ରି କରୁଛନ୍ତି। ଏହାକୁ ନେଇ କିଛି ଚାଷୀ ପ୍ରତିବାଦ କରିବାରୁ ପୂର୍ବ ଯୋଜନା ମୁତାବକ ସୋସାଇଟି ସେକ୍ରେଟାରୀ ଲୋକ ଲଗାଇ ସେମାନଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ଚାଷୀ।

Advertisment

ଏନେଇ ପୁରୁଷୋତ୍ତମପୁର ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ କରୁଛି। ପୂର୍ବରୁ ମଧ୍ୟ ସାର କଳାବଜାରୀ ନେଇ ଶତାଧିକ ଚାଷୀ ପ୍ରତିବାଦ କରିବା ସହ ସୋସାଇଟି ସେକ୍ରେଟାରୀଙ୍କ ଘର ଆଗରେ ଧାରଣା ଦେଇଥିଲେ। ତହସିଲଦାର ପହଞ୍ଚି ବୁଝାସୁଝା କରିଥିଲେ । ତେବେ ଏନେଇ ସୋସାଇଟି ସେକ୍ରେଟାରୀ କିମ୍ବା ପୋଲିସର ପ୍ରତିକ୍ରିୟା ମିଳିପାରିନି।

Advertisment
Odisha Ganjam Attack On Farmer
Advertisment
Advertisment