• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

News Highlights

  • ଚିଟଫଣ୍ଡ ଠକେଇରେ ପୂର୍ବତନ ବିଧାୟକ ଏମ୍.ଭି ପ୍ରସାଦ ଗିରଫ


  • ବିଶାଖାପାଟଣା ପଶ୍ଚିମ ଜୋନର ବିଧାୟକ ଥିଲେ

  • ବିଶାଖାପାଟଣାରୁ ଗିରଫ କଲା ଓଡ଼ିଶା ସିଆଇଡି

ବିଶାଖାପାଟଣା: ଚିଟଫଣ୍ଡ ଠକେଇର ଚେର ଓଡ଼ିଶାରୁ ଲମ୍ବିଛି ଆନ୍ଧ୍ର ଯାଏ। ଚିଣ୍ଡ ଫଣ୍ଡ ଦୁର୍ନୀତି ମାମଲାରେ  ଗିରଫ ହୋଇଛନ୍ତି ଆନ୍ଧ୍ର ପ୍ରଦେଶର ଜଣେ ପୂର୍ବତନ ବିଧାୟକ । ତାଙ୍କ ନାଁ ଏମ୍.ଭି. ପ୍ରସାଦ। ସେ ବିଶାଖାପାଟଣାର ପଶ୍ଚିମ ଜୋନ୍‌ର ପୂର୍ବତନ ବିଧାୟକ ବୋଲି ଜଣାପଡ଼ିଛି। ଓଡ଼ିଶା ପୋଲିସ୍ ତାଙ୍କୁ ସେଠାରୁ ଗିରଫ କରିଛି।

ଏମ୍.ଭି. ପ୍ରସାଦଙ୍କ ୱେଲଫେର ଗ୍ରୁପ ଅଫ୍ କମ୍ପାନୀ ନାଁରେ ୧୨ ଶହ କୋଟି ଟଙ୍କା ଠକେଇ ଅଭିଯୋଗ ହୋଇଛି।ଓଡ଼ିଶା, ଆନ୍ଧ୍ର, ଛତିଶଗଡ଼ ପ୍ରଭୃତି ଅଞ୍ଚଳରୁ ଶହ ଶହ ହିତାଧିକାରୀଙ୍କଠାରୁ କମ୍ପାନୀ ଟଙ୍କା ଠକେଇ କରିଥିବା ଅଭିଯୋଗ ରହିଛି। 

୨୦୦୧ରେ ଏହି କମ୍ପାନୀ ବିଭିନ୍ନ ଅଞ୍ଚଳରେ ଶାଖା ଖୋଲି ଲୋକଙ୍କଠୁ ଟଙ୍କା ଆଦାୟ କରିଥିଲା। ତେବେ ପରେ ଏହି କମ୍ପାନୀ  ଲୋକଙ୍କୁ ଟଙ୍କା ଫେରାଇ ନଥିବା ଅଭିଯୋଗ ରହିଛି। ଗତକାଲି ଓଡ଼ିଶା ସିଆଇଡି ଟିମ୍ ବିଶାଖାପାଟଣା ଘରେ ଚଢ଼ଉ କରି ପ୍ରାୟ ୪୫ ଲକ୍ଷ ଟଙ୍କା ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିଲା। 

ସୂଚନାଥାଉ କି, ୨୦୦୯ରେ ଏମ୍ ଭି ପ୍ରସାଦ କଂଗ୍ରେସରୁ ବିଧାୟକ ଥିଲେ। ପରେ ୨୦୧୯ରେ ସେ ୟାଇଏସ୍ଆର୍ କଂଗ୍ରେସରେ ସାମିଲ ହୋଇଥିଲେ। ଏବେ ସେ ଆନ୍ଧ୍ରର ଶିକ୍ଷା ଏବଂ ୱେଲଫେର ଡେଭଲପମେଣ୍ଟ କର୍ପୋରେସନ୍‌ର ଚେୟାରମ୍ୟାନ୍ ଭାବେ କାର୍ଯ୍ୟ କରୁଛନ୍ତି ।