Advertisment

ଟଙ୍କା ଆଗରେ ଫିକା ପଡ଼ିଲା ବାପାର ସ୍ନେହ; ଘରେ ପୁରାଇ ନିଆଁ ଲଗାଇ ଦେଲେ ଝିଅ

ଟଙ୍କା ଆଗରେ ତୁଚ୍ଛ ହେଲା ସମ୍ପର୍କ। ଫିକା ପଡ଼ିଗଲା ବାପାର ସେହ୍ନ ଓ ଭଲ ପାଇବା। ଶେଷରେ ଟଙ୍କା ପାଇଁ ବାପାକୁ ମାରିବାକୁ ପଛାଇଲେ ନାହିଁ ନିଜ ଜନ୍ମ କଲା ସନ୍ତାନ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
ଟଙ୍କା ଆଗରେ ଫିକା ପଡ଼ିଲା ବାପାର ସ୍ନେହ; ଘରେ ପୁରାଇ ନିଆଁ ଲଗାଇ ଦେଲେ ଝିଅ

Man Escapes Murder Attempt By daughter

ଝାରସୁଗୁଡା: ଟଙ୍କା ଆଗରେ ତୁଚ୍ଛ ହେଲା ସମ୍ପର୍କ। ଫିକା ପଡ଼ିଗଲା ବାପାର ସେହ୍ନ ଓ ଭଲ ପାଇବା। ଶେଷରେ ଟଙ୍କା ପାଇଁ ବାପାକୁ ମାରିବାକୁ ପଛାଇଲେ ନାହିଁ ନିଜ ଜନ୍ମ କଲା ସନ୍ତାନ। ଝାରରସୁଗୁଡା ସହରରେ ଏହି ଘଟଣା ଘଟିଛି। ଟଙ୍କା ପାଇଁ ବାପାକୁ ଘରେ ପଶାଇ ନିଆଁ ଲଗାଇ ଦେଲେ ଝିଅଜ୍ୱାଇଁ । ସୌଭାଗ୍ୟବଶତଃ, ବୃଦ୍ଧ ଜଣକ ବଞ୍ଚି ଯାଇଛନ୍ତି। ଜୀବନ ବଞ୍ଚାଇବାକୁ ସେ ଅନ୍ୟତ୍ର ପଳାଇଥିବା ଜଣାପଡ଼ିଛି।

Advertisment

ମିଳିଥିବା ସୂଚନା ଅନୁସାରେ, ଝାରସୁଗୁଡା ସହର ନୂଆ କୋର୍ଟ ନିକଟରେ ଥିବା ଲେକଚର କଲୋନୀରେ କୈଳାସ ମେହର ରୁହନ୍ତ। କୈଳାସ ମାଂସ ବ୍ୟବସାୟ କରୁଥିବା ବେଳେ ଏକୁଟିଆ ରହୁଥିଲେ। ତାଙ୍କ ସ୍ତ୍ରୀ, ପୁଅ ବରଗଡ଼ରେ ରହୁଥିବା ବେଳେ ଝାରସୁଗୁଡା ସହରରେ ଅନ୍ୟତ୍ର ତାଙ୍କ ଏକ ଝିଅଜ୍ୱାଇଁ ରୁହନ୍ତି। ଅନ୍ୟ ଏକ ଝିଅ ବିବାହ କରି ନ ନାହାନ୍ତି। ସେ କିନ୍ତୁ ନିଜ ବାପାଙ୍କଠାରୁ ଅଲଗା ରୁହନ୍ତି । ହେଲେ ଝିଅମାନେ ପୂର୍ବରୁ ବହୁ ଥର ବାପାଙ୍କୁ ଟଙ୍କା ମାଗିଥିଲେ ଓ ନ ଦେଲେ ଜୀବନରୁ ମାରିଦେବାକୁ ଧମକ ଦେଉଥିଲେ।

ଗୁରୁବାର ରାତି ପ୍ରାୟ ୮ଟାରେ ହଠାତ୍‌ ଝିଅଜ୍ୱାଇଁ, ଅବିବାହିତ ଝିଅ ଓ ଅନ୍ୟ ଜଣେ  ଯୁବକ ଘରେ ପହଞ୍ଚି କୈଳାସଙ୍କୁ ଟଙ୍କା ମାଗିଥିଲେ। ଟଙ୍କା ନ ଥିବା କୈଳାସ କହିବାରୁ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାପରେ ସେମାନେ କୈଳାସଙ୍କୁ ମାରପିଟ କରିବା ସହ ଘରେ ବନ୍ଦ କରି କିରୋସିନି ଢାଳି ପୋଡି ମାରିବାକୁ ଉଦ୍ୟମ କରିଥିଲେ।

Advertisment

କୌଶଳ କ୍ରମେ କୈଳାସ ଘରୁ ବାହାରକୁ ଯାଇ ଅଗ୍ନିଶମ ବାହିନୀ ଓ ପୋଲିସ୍‌କୁ ଫୋନ୍‌ କରି ଘଟଣା ସମ୍ପର୍କରେ ଜଣାଇଥିଲେ। ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି  ନିଆଁକୁ ଆୟତ୍ତ କରିଥିଲେ। ଏହି ଅଗ୍ନିକାଣ୍ଡରେ ଘରର ବହୁ ଜିନିଷପତ୍ର ପୋଡ଼ି ଯାଇଛି।

ଘଟଣାକୁ ନେଇ କୈଳାସ ମେହେର କହିଛନ୍ତି, ‘ସେମାନେ ମୋତେ ଘର ଭିତରେ ବନ୍ଦ କରି କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ। କୌଶଳ କ୍ରମେ ମୁଁ ଘର ଭିରୁ ବାହାରି ଲୋକଙ୍କୁ ଡାକିବା ସହ ଦମକଳ ଓ ପୋଲିସ୍‌କୁ ଘଟଣା ସମ୍ପର୍କରେ ଜଣାଇଥିଲି।’ ଅନ୍ୟପକ୍ଷେ, ପୋଲିସ୍‌ ସମସ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Murder Attempt Jharsuguda Odisha
Advertisment
Advertisment