Advertisment

DRDO କର୍ମଚାରୀଙ୍କୁ ହନିଟ୍ରାପ୍‌ରେ ପକାଉଥିବା ରହସ୍ୟମୟୀ ସମ୍ପର୍କରେ ମିଳିଲା ଚାଞ୍ଚଲ୍ୟକର ତଥ୍ୟ

ଚାନ୍ଦିପୁର DRDOରୁ ତଥ୍ୟ ଲିକ୍ ମାମଲା ଦିନକୁ ଦିନ ବିବାଦୀୟ ରୂପ ନେଉଛି। ତଦନ୍ତକାରୀ ଟିମ୍‌ ଯେତେ ଖୋଳୁଛି,  ସେତେ ନୂଆ ତଥ୍ୟ ହାତରେ ଲାଗୁଛି। ଏହି ଘଟଣାରେ  ଗିରଫ ୫ ଅଭିଯୁକ୍ତଙ୍କୁ ଚାଲିଛି ଜେରା ।

author-image
Minati Mishra
ଅଦ୍ୟତନ ହୋଇଛି
DRDO Espionage Case

DRDO Espionage Case

ବାଲେଶ୍ୱର: ଚାନ୍ଦିପୁର DRDOରୁ ତଥ୍ୟ ଲିକ୍ ମାମଲା ଦିନକୁ ଦିନ ବିବାଦୀୟ ରୂପ ନେଉଛି। ତଦନ୍ତକାରୀ ଟିମ୍‌ ଯେତେ ଖୋଳୁଛି,  ସେତେ ନୂଆ ତଥ୍ୟ ହାତରେ ଲାଗୁଛି। ଏହି ଘଟଣାରେ  ଗିରଫ ୫ ଅଭିଯୁକ୍ତଙ୍କୁ ଚାଲିଛି ଜେରା । ଆଜି ବାୟୁସେନାର ୨ ଜଣିଆ ଟିମ୍ କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଜେରା କରୁଛନ୍ତି । ସେମାନଙ୍କଠୁ ଜବତ ହୋଇଛି ମୋବାଇଲ ଫୋନ୍ । ସେଗୁଡିକୁ ଫୋରେନ୍ସିକ୍ ଲ୍ୟାବକୁ ପଠାଯିବ । ଜବତ ଟଙ୍କାର ମଧ୍ୟ ଖୋଳତାଡ଼ କରୁଛନ୍ତି ଏୟାରଫୋର୍ସ ଅଧିକାରୀ ।

Advertisment

ଅନ୍ୟପକ୍ଷେ ହନିଟ୍ରାପ୍‌ରେ ପକାଇ ତଥ୍ୟ ହାସଲ କରୁଥିବା ରହସ୍ୟମୟୀ ସମ୍ପକରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି। ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ନୂଆ ନୂଆ ତଥ୍ୟ ଓଗାଳୁଛି କ୍ରାଇମବ୍ରାଞ୍ଚ । ଅଭିଯୁକ୍ତଙ୍କୁ ଜେରା ବେଳେ ହାତରେ ଲାଗିଛି ରହସ୍ୟମୟୀ ବିଷୟରେ ଚାଞ୍ଚଲ୍ୟକର ସୂଚନା। ଏହି ରହସ୍ୟମୟୀ ବିବାହ ଅଫର୍ ଦେଇଥିବା ଜେରା ବେଳେ ଜଣାପଡ଼ିଛି। 

 କ୍ରାଇମବ୍ରାଞ୍ଚ ତଥ୍ୟ ଅନୁଯାୟୀ, ୫ ଅଭିଯୁକ୍ତଙ୍କୁ ଭିନ୍ନ ଭିନ୍ନ ପରିଚୟ ଦେଇ କଥା ହେଉଥିଲେ ରହସ୍ୟମୟୀ। କାହାକୁ ବ୍ରିଟେନ ଲିଭରପୁଲରେ ରହୁଥିବା କହୁଥିଲା  ତ କାହାକୁ ରାଜସ୍ଥାନରେ ରହୁଛି ବୋଲି କହୁଥିଲା। ସେହିପରି କାହାକୁ ଡିଫେନ୍ସ ଷ୍ଟାଫ୍ ତ କାହାକୁ ଚଣ୍ଡିଗଡ଼ରେ ନର୍ସ ଥିବା କହୁଥିଲା। ଭିନ୍ନ ଭିନ୍ନ ପରିଚୟ ଦେଇ ୨୦୨୦ ଫେବ୍ରୁଆରୀରୁ ସଂପର୍କ ରଖିଥିଲା।

Advertisment

ଭିଡିଓ କଲ୍, ଫେସବୁକ୍ କଲ୍ ଓ ମେସେଜ୍, ମେସେଞ୍ଜର କଲ୍ କରୁଥିଲା। ଅଭିଯୁକ୍ତଙ୍କ ସହ ଇଂଲିଶ ଓ ହିନ୍ଦୀରେ କଥା ହେଉଥିଲା ରହସ୍ୟମୟୀ। ଏମିତିକି କିଛି ଅଭିଯୁକ୍ତଙ୍କୁ ବିବାହ କରିବାର ପ୍ରଲୋଭନ ବି ଦେଇଥିଲା। ରହସ୍ୟମୟୀର ରହସ୍ୟମୟ ତଥ୍ୟ ନେଇ କ୍ରାଇମବ୍ରାଞ୍ଚ ସୂତ୍ରରୁ ଦିଆଯାଇଛି ଏମିତି ତଥ୍ୟ। 

ରହସ୍ୟମୟୀର ୟୁକେ ନମ୍ବର ଠାବ ପାଇଁ କ୍ରାଇମବ୍ରାଞ୍ଚର ପ୍ରଚେଷ୍ଟା ଚଲାଇଛି। କେନ୍ଦ୍ରୀୟ ଏଜେନ୍ସି ଜରିଆରେ ୟୁକେ ଅଥରିଟିଙ୍କ ସହ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଉଛି। ରହସ୍ୟମୟୀ ହାତରେ ମାନବ ବିହୀନ ବିମାନ ତଥ୍ୟ ଲାଗିଛି କି ନାହିଁ ସେ ନେଇ ଏବେ ଚିନ୍ତା ବଢିଛି। ଏ ସମ୍ପର୍କରୀ ଜାଣିବା ପାଇଁ ଏୟାରଫୋର୍ସ ଅଧିକାରୀ ଅଭିଯୁକ୍ତମାନଙ୍କୁ ଜେରା କରୁଛି।

ଏହା ପୂର୍ବରୁ ଉତ୍ତରପ୍ରଦେଶ ହ୍ୟାଣ୍ଡଲରଙ୍କ ଜରିଆରେ ପାକିସ୍ତାନରୁ ଟଙ୍କା ଆସିବା  ଭଳି କିଛି ତଥ୍ୟ   କ୍ରାଇମବ୍ରାଞ୍ଚ ହାତରେ ଲାଗିଥିଲା । ସେହିପରି  ବାଂଲାଦେଶୀ ସ୍ଲିପର ସେଲ୍ ଜରିଆରେ ମଧ୍ୟ କିଛି ଟଙ୍କା ଦିଆଯାଇଥିବା  ତଥ୍ୟ ତଦନ୍ତକାରୀ ଅଧିକାରୀଙ୍କ ହାତରେ ଲାଗିଛି । ବାଂଲାଦେଶୀଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯିବା ସହ ସ୍ଲିପର ସେଲ୍‌ ସନ୍ଧାନ କରୁଛି କ୍ରାଇମବ୍ରାଞ୍ଚ(ସିବି)। ଏଥିସହ ମନି ଟ୍ରେଲ୍ ସମ୍ପର୍କରେ ବିଭିନ୍ନ ବ୍ୟାଙ୍କକୁ ତଥ୍ୟ ମଗାଯାଇଛି।

ଅନ୍ୟପଟେ କେଉଁ କେଉଁ ତଥ୍ୟ ଲିକ୍ ହୋଇଛି ଏବଂ ତାର ଗୁରୁତ୍ୱ କଣ, ସେସବୁର ତର୍ଜମା ପାଇଁ ଏୟାରଫୋର୍ସର ଏକ ୩ ଜଣିଆ ଟିମ୍ କ୍ରାଇମବ୍ରାଞ୍ଚକୁ ତଦନ୍ତରେ ସହଯୋଗ କରୁଛି। ୨ ଦିନ ପୂର୍ବରୁ ଏୟାରଫୋର୍ସ ଟିମ୍ କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ପହଞ୍ଚି ଅଭିଯୁକ୍ତ ମାନଙ୍କୁୁ ମାରାଥନ ଜେରା କରିଥିଲାା  

କେଉଁ କେଉଁ ତଥ୍ୟ ଏମାନେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ISIକୁ ପ୍ରଦାନ କରିଛନ୍ତି, ଏସବୁ ନେଇ ଗୁଡେଇ ତୁଡେଇ ପ୍ରଶ୍ନ କରିଥିଲେ ଏୟାର ଫୋର୍ସ ଅଧିକାରୀ।  ଅନ୍ୟପଟେ ଉତ୍ତରପ୍ରଦେଶରେ ରହିଥିବା ପାକିସ୍ତାନୀ ହ୍ୟାଣ୍ଡଲର ସେମାନଙ୍କୁ ନିୟନ୍ତ୍ରଣ କରୁଥିବା ସୂଚନା ରହିଛି।

ସୂଚନାଥାଉ କି, ହନିଟ୍ରାପ୍‌ରେ ପଡ଼ି ପାକିସ୍ତାନ ISIକୁ ଦେଶର ପ୍ରତିରକ୍ଷା ସମ୍ପର୍କିତ ଗୁପ୍ତ ତଥ୍ୟ ଯୋଗାଉଥିବା ଅଭିଯୋଗରେ ପୋଲିସ୍ ୪ ଜଣଙ୍କୁ ଗିରଫ କରିଛି। ଗିରଫ ୪ ଅଭିଯୁକ୍ତ ହେଲେ ବସନ୍ତ ବେହେରା, ତାପସ ରଞ୍ଜନ ନାୟକ, ଶେଖ୍ ମୁସାଫିର ଓ ହେମନ୍ତ କୁମାର ମିସ୍ତ୍ରୀ। ଏମାନେ ସମସ୍ତେ ଚାନ୍ଦିପୁର ଝାମ୍ପରାହାଟ ଓ ନୂଆନଈ ଅଞ୍ଚଳର ବୋଲି ସୂଚନା ମିଳିଛି। ପରେ ଆଉ ଜଣଙ୍କୁ ଗିରଫ କରାଯାଇଥିଲା।

DRDO Espionage Case DRDO Data Breach
Advertisment
Advertisment