/odishatv-khabar/media/post_attachments/uploadimage/library/16_9/16_9_0/IMAGE_1635857279.jpg)
bhubaneswar double murder
ଭୁବନେଶ୍ୱର: ଦିନକୁ ଦିନ ବିଗୁଡୁଛି ରାଜଧାନୀର ଆଇନଶୃଙ୍ଖଳା ବ୍ୟବସ୍ଥା। ଆଜି ରାଜଧାନୀ ଉପକଣ୍ଠ କଳିଙ୍ଗନଗରରେ ଏକ ଡବଲ ମର୍ଡର ଘଟଣା ସାମ୍ନାକୁ ଆସିଛି। ତମାଣ୍ଡୋ ଥାନା ଅଧିନ କଳିଙ୍ଗ ନଗର କେ. ଫୋର୍ ଅଞ୍ଚଳରେ ଏକ ଘର ଭିତରୁ ମାଆ ଓ ପୁଅଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳାଙ୍କ ନାଁ ସ୍ୱର୍ଣ୍ଣଲତା ମଙ୍ଗରାଜ। ସ୍ୱର୍ଣ୍ଣଲତା ଓ ତାଙ୍କ ୯ ବର୍ଷର ପୁଅକୁ ତଣ୍ଟି ଚିପି ହତ୍ୟା କରିବା ପରେ ଘଟଣାସ୍ଥଳରୁ ଫେରାର ମାରିଥିଲା ମହିଳାଙ୍କ ସ୍ୱାମୀ ଅବନ୍ତୀ ମଙ୍ଗରାଜ।
Advertisment
Also Read
ତେବେ ପରେ ତାକୁ ଅଟକ ରଖାଯାଇଥିବା ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି। ଅଭିଯୁକ୍ତ ଅବନ୍ତୀ ମଙ୍ଗରାଜ, ପତ୍ନୀ ଓ ପୁଅକୁ ହତ୍ୟା କରିଥିବା ନେଇ ପୋଲିସ ଆଗରେ ମାନିଥିବା ଡିସିପି କହିଛନ୍ତି। ଘଟଣାସ୍ଥଳରେ ଡିସିପିଙ୍କ ସହ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଅଛନ୍ତି। ତେବେ ଅବନ୍ତୀ କଣ ପାଇଁ ଏ ହତ୍ୟାକାଣ୍ଡ ଘଟାଇଲା ସେ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)