Advertisment

DFO ଓ ବିଦ୍ୟାଭାରତୀଙ୍କର ହୋଇପାରେ ଲାଏ ଡିଟେକ୍ସନ ଟେଷ୍ଟ

ACF ସୌମ୍ୟରଂଜନ ମୃତ୍ୟୁ ମାମଲାରେ ଡିଏଫ୍ଓ ଏବଂ ବିଦ୍ୟାଭାରତୀ ପଣ୍ଡାଙ୍କର ଆବଶ୍ୟକ ହେଲେ କରାଯିବ ଲାଏ ଡିଟେକ୍ସନ ଟେଷ୍ଟ। ପାରଳାଖେମୁଣ୍ଡି DFO ସଂଗ୍ରାମ ବେହେରାଙ୍କୁ ୩ ଘଣ୍ଟା ଜେରା ପରେ ଏହି ସୂଚନା ଦେଇଛି କ୍ରାଇମବ୍ରାଞ୍ଚ।

author-image
Sarbeswar
ଅଦ୍ୟତନ ହୋଇଛି
undefined

ACF Murder

ପାରଳାଖେମୁଣ୍ଡି: ACF ସୌମ୍ୟରଂଜନ ମୃତ୍ୟୁ ମାମଲାରେ ଡିଏଫ୍ଓ ଏବଂ ବିଦ୍ୟାଭାରତୀ ପଣ୍ଡାଙ୍କର ଆବଶ୍ୟକ ହେଲେ କରାଯିବ ଲାଏ ଡିଟେକ୍ସନ ଟେଷ୍ଟ। ପାରଳାଖେମୁଣ୍ଡି DFO ସଂଗ୍ରାମ ବେହେରାଙ୍କୁ ୩ ଘଣ୍ଟା ଜେରା ପରେ ଏହି ସୂଚନା ଦେଇଛି କ୍ରାଇମବ୍ରାଞ୍ଚ। ଆଜି DFOଙ୍କୁ ୩ ଘଣ୍ଟା ଧରି ମାରାଥନ ଜେରା କରିଥିଲେ କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍। କ୍ରାଇମବ୍ରାଞ୍ଚ DSP ଜ୍ଞାନରଂଜନ ମିଶ୍ର କହିଛନ୍ତି, ଯଦି ଆବଶ୍ୟକ ପଡ଼େ ତେବେ ବିଦ୍ୟାଭାରତୀ ଏବଂ ଡିଏଫ୍ଓଙ୍କ ଲାଇ ଡିଟେକ୍ସନ ଟେଷ୍ଟ କରାଯାଇପାରେ। ତେବେ ଜେରା ସଂପର୍କରେ ଗଣମାଧ୍ୟମକୁ କିଛି କହିବାକୁ ରୋକଠୋକ୍‌ ମନା କରିଦେଇଛନ୍ତି ଡିଏଫ୍ଓ।

Advertisment

ସେପଟେ, ସେପଟେ, ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ଲେଖା ଯାଉଥିବା ସମୟରେ ଉପସ୍ଥିତ ଥିଲେ ଡିଏଫଓ। ଆଜି ଜେରାବେଳେ ଏକଥା ନିଜେ ଡିଏଫଓ ସଂଗ୍ରାମ ବେହେରା ମାନିଥିବା ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିଏସପି। କ୍ରାଇମବ୍ରାଞ୍ଚ ଡିଏସପି ଗଣମାଧ୍ୟମକୁ କହିଛନ୍ତି- ସୌମ୍ୟରଞ୍ଜନଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ଲେଖା ଯାଉଥିବା ସମୟରେ ନିଜେ ଡିଏଫଓ ସେଠି ବସି ଥିବା ସ୍ୱୀକାର କରିଛନ୍ତି, ହେଲେ କଣ ସବୁ ଲେଖାଯାଉଥିଲା ସେକଥା କିଛି ଜାଣିନଥିବା କହିଛନ୍ତି। ଏଣେ ଗଣମାଧ୍ୟମ ପ୍ରତିନିଧିଙ୍କ ସାମ୍ନାରେ କିନ୍ତୁ ସ୍ପଷ୍ଟ ପ୍ରତିକ୍ରିୟା ରଖି ଡିଏଫ୍ଓ କହିଛନ୍ତି-ଜମାନବନ୍ଦୀ ଲେଖାବେଳେ ସେ ନଥିଲେ। ତେବେ ଜମାନବନ୍ଦୀ ସମୟରେ ଉପସ୍ଥିତ ଥିବା ନେଇ କ୍ରାଇମବ୍ରାଞ୍ଚ ଆଗରେ ହଁ ଓ ଗଣମାଧ୍ୟମ ଆଗରେ ଡିଏଫ୍ଓଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି।

Advertisment

ତେବେ ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଗଜପତି ଡିଏଫ୍ଓ ସଂଗ୍ରାମ ବେହେରାଙ୍କୁ କ୍ରାଇମବ୍ରାଞ୍ଚର ପଚରାଉଚରା କରିଛି। ପାରଳାଖେମୁଣ୍ଡି ପୋଲିସ ଗେଷ୍ଟ ହାଉସ୍‌ରେ ପଚରାଉଚରା କରାଯାଇଛି। ୪ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍‌ ପଚରାଉଚରା ଜାରି ରଖିଛି। DFOଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ ସୌମ୍ୟଙ୍କ ପରିବାର। ସୌମ୍ୟଙ୍କ ମୃତ୍ୟୁର ମାସେ ପରେ ପାରଳାଖେମୁଣ୍ଡି ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କୁ ତାଙ୍କ ଅଫିସରେ ଜେରା କରାଯାଇଥିଲା।। ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ, ଏସ୍‌ଡିପିଓ ରାମକୃଷ୍ଣ ପତି ଓ କ୍ରାଇମବ୍ରାଞ୍ଚ ମିଳିତ ଭାବେ ପ୍ରାୟ ୩ ଘଣ୍ଟାରୁ ଅଧିକ ସମୟ ଧରି ଡିଏଫ୍‌ଓଙ୍କୁ ପଚରାଉଚରା କରିଥିଲେ। ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ(ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କୁ ଗଜପତି ଏସ୍‌ପି ତପନ କୁମାର ପଟ୍ଟନାୟକ କ୍ଲିନ୍‌ଚିଟ୍‌ ଦେଇଥିଲେ ।

Odisha ACFMurderCase
Advertisment
Advertisment