Rajalaxmi Sahoo

ଅନୁଗୁଳ: ନିଖୋଜର ୩ ଦିନ ପରେ ମିଳିଲା ମୃତଦେହ। ଅନୁଗୁଳ ଜିଲ୍ଲା ଖମାର ଥାନା ଅନ୍ତର୍ଗତ କୁଂଜାମ ଗାଁର ୩ ଜଣ ବ୍ୟକ୍ତି ୩ ଦିନ ପୂର୍ବେ ନିଖୋଜ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ନଦୀରୁ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ମୁଣ୍ଡା ସାହିର ବୁଦ୍ଧୁ ଚାତର। ତେବେ ନିଖୋଜ ଥିବା ଅନ୍ୟ ଦୁଇ ଜଣଙ୍କ ବର୍ତ୍ତମାନ ସୁଦ୍ଧା କୌଣସି ପତ୍ତା ମିଳିପାରି ନାହିଁ।

ସୂଚନା ଅନୁସାରେ, ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ୍‌ ଅନ୍ତର୍ଗତ କୁଂଜାମ ଗାଁର ଗୋଟିଏ ପରିବାରର ସ୍ୱାମୀ, ସ୍ତ୍ରୀ ଓ ଅନ୍ୟ ଜଣେ ବ୍ୟକ୍ତି ୩ ଦିନ ପୂର୍ବେ ନିଖୋଜ ହୋଇଯାଇଥିଲେ। ନିଖୋଜଙ୍କ ମଧ୍ୟରେ ମୁଣ୍ଡା ସାହିର ବୁଦ୍ଧୁ ଚାତର ଓ ତାଙ୍କ ସ୍ତ୍ରୀ ମୁନି ଛାତର ଏବଂ ଦେଉଳ ଢିପା ସାହିର ବୁଦ୍ଧିଆ ଗାଗରାଇ ଥିଲେ। ତେବେ ଆଜି ସକାଳୁ ସମାକୋଇ ନଦୀରୁ ବୁଦ୍ଧୁ ଚାତରଙ୍କ ମୃତଦେହ ଉଦ୍ଧାର ହୋଇଛି। ହେଲେ ମୁନି ଛାତର ଓ ବୁଦ୍ଧିଆ ଗାଗରାଇଙ୍କ ବର୍ତ୍ତମାନ ସୁଦ୍ଧା କୌଣସି ପତ୍ତା ମିଳିପାରି ନାହିଁ। ସେମାନଙ୍କୁ ଠାବ କରିବା ପାଇଁ ଓଡ୍ରାଫ ଟିମ୍‌ ସମକୋଇ ନଦୀରେ ଖୋଜା ଖୋଜି କରୁଛି।

ବୁଦ୍ଧୁ ଚାତରଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ପୋଲିସ୍‌ ସନ୍ଦେହ କରୁଛି। ଗୁଣି ଗାରେଡି ସନ୍ଦେହରେ ଏହି ୩ ଜଣଙ୍କୁ ହତ୍ୟା କରାଯାଇଥାଇ ପାରେ ବୋଲି ପୋଲିସ୍‌ ଅନୁମାନ କରୁଛି। ଖମାର ଥାନା ପୋଲିସ ଘଟଣାର ତଦନ୍ତ କରୁଛି।

Other Stories

  • CROREPATI PS
    Crime କୁବେର ବିରଞ୍ଚିଙ୍କ କେଳେଙ୍କାରୀ ପଛରେ ବଡ଼ମୁଣ୍ଡ କିଏ ?

    ଭିଜିଲାନ୍ସ ରେଡ୍ ବେଳେ ବିରଞ୍ଚିଙ୍କ ଘରୁ ନିଯୁକ୍ତି ସମ୍ପର୍କିତ ପରୀକ୍ଷାର ବହୁ ସଂଖ୍ୟକ ଆଡମିଟ କାର୍ଡ ମିଳିବା ପଛର ସମ୍ଭାବ୍ୟ କାରଣ ବି ଦର୍ଶାଇଛନ୍ତି। ଆବେଦନକାରୀ ହିଁ କେବଳ ଆଡ୍‌ମିଟ୍ କାର୍ଡ ଡାଉନଲୋଡ଼ କରିପାରିବେ। ତାହେଲେ ନିଯୁକ୍ତି ଆଳରେ ଆଶାୟୀଙ୍କ...

  • ps biranchi Narayan Sahu arrested
    Crime ଗିରଫ ହେଲେ କୋଟିପତି ପିଏସ୍‌

     ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନଙ୍କ କୁବେର ପିଏସ୍  ବିରଞ୍ଚି ନାରାୟଣ ସାହୁଙ୍କୁ ପୋଲିସ ଗିରଫ କରିଛି।  ଗତକାଲି ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ତାଙ୍କ ଘରେ ରେଡ୍ କରିଥିବା ବେଳେ କୋଟି କୋଟି ଟଙ୍କାର...

  • Viral e-mail
    Crime “ମାସିକିଆ ଚାନ୍ଦା ନଦେଲେ ସାଙ୍ଘାତିକ ହଇରାଣ ହେବ”

    ନଭେମ୍ବର ୯ ତାରିଖରେ ଯାଇଥିବା ଏହି ଭାଇରଲ ଇମେଲରେ ଲେଖାଯାଇଛି ଯେ, ଯଦି ମାସିକିଆ ଚାନ୍ଦା ଦିଆନଯାଏ ତେବେ ସ୍ଥାନୀୟ ପ୍ରଶାସନ, ସ୍ଥାନୀୟ ପୋଲିସ, ଲୋକାଲ ୟୁନିଅନ, ଆଞ୍ଚଳିକ ପ୍ରଦୂଷଣ ବିଭାଗ ଅଫିସରଙ୍କର ଆଦୌ ସହଯୋଗ ମିଳିବ...

  • Chitfund
    Crime ୮ ବର୍ଷ ପରେ ଧରାପଡ଼ିଳା ଚିଟ୍‌ଫଣ୍ଡ ଠକ, ଓଡ଼ିଶାରୁ ଠକି ୟୁପିରେ ବୁଲୁଥିଲା

    ୮ ବର୍ଷ ଧରି ଫେରାର ଥିବା ଚିଟ ଫଣ୍ଡ ଠକେଇ ଅଭିଯୁକ୍ତକୁ ଉତ୍ତର ପ୍ରଦେଶର ବରେଲିରୁ ଗିରଫ । ଅଭିଯୁକ୍ତକୁ ଗିରଫ କରିଛି ଭୁବନେଶ୍ୱର ଅର୍ଥନୈତିକ ଅପରାଧ ଶାଖା । ଗିରଫ ଅଭିଯୁକ୍ତର ନାଁ ଦିଲୀପ କୁମାର...