Advertisment

DRDOର ତଥ୍ୟ ଲିକ୍ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ପାକିସ୍ତାନର ଗୁଇନ୍ଦା ସଂସ୍ଥା ISIକୁ ଦେଶର ପ୍ରତିରକ୍ଷା ସମ୍ପର୍କିତ ଗୁପ୍ତ ତଥ୍ୟ ଯୋଗାଉଥିବା ଅଭିଯୋଗରେ ପୋଲିସ୍ ଗତକାଲି ୪ ଜଣଙ୍କୁ ଗିରଫ କରିଥିଲା। ଘଟଣାର ତଦନ୍ତ ଭାର ନେବା ଲାଗି କ୍ରାଇମବ୍ରାଞ୍ଚ ଟିମ୍ ବାଲେଶ୍ୱର ଗସ୍ତ କରିଛି। ସେପଟେ ଗିରଫ ହୋଇଥିବା ୪ ଜଣଙ୍କର କୋଭିଡ୍ ଟେଷ୍ଟ ସହ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଛି।

author-image
Chandan Shishu
ଅଦ୍ୟତନ ହୋଇଛି
ତଦନ୍ତ ଦାୟିତ୍ୱଭାର ନେବ କ୍ରାଇମବ୍ରାଞ୍ଚ

ତଦନ୍ତ ଦାୟିତ୍ୱଭାର ନେବ କ୍ରାଇମବ୍ରାଞ୍ଚ

ବାଲେଶ୍ୱର ବାଲେଶ୍ୱର ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେ୍ଞ୍ଜ, ITRରୁ DRDOର ତଥ୍ୟ ଲିକ୍ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟଙ୍କ ନିର୍ଦ୍ଦେଶ ଅନୁସାରେ ଘଟଣାର ତଦନ୍ତ ଭାର ନେଇଛି ବୋଲି କ୍ରାଇମବ୍ରାଞ୍ଚ ଟ୍ୱିଟ୍ କରି ଜଣାଇଛି ଅତିରିକ୍ତ ଏସ୍‌ପି ପ୍ରଶାନ୍ତ ବିଶୋୟୀଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍ ଏହାର ତଦନ୍ତ କରିବ ବୋଲି କ୍ରାଇମବ୍ରାଞ୍ଚ ନିଜ ଟ୍ୱିଟରେ ଜଣାଇଛି।

Advertisment

ଘଟଣାର ତଦନ୍ତ ଭାର ନେବା ଲାଗି କ୍ରାଇମବ୍ରାଞ୍ଚ ଟିମ୍ ବାଲେଶ୍ୱର ଗସ୍ତ କରିଛି। ସେପଟେ ଗିରଫ ହୋଇଥିବା ୪ ଜଣଙ୍କର କୋଭିଡ୍ ଟେଷ୍ଟ ସହ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଛି। ଏହାପରେ ସେମାନଙ୍କୁ ବାଲେଶ୍ୱର କୋର୍ଟରେ ହାଜର କରାଯାଇଛି। ଏମାନେ ଜଣେ ମହିଳାଙ୍କ ସହ ଯୋଗାଯୋଗରେ ଥିଲେ। ମହିଳା ଜଣକ ପାକିସ୍ତାନୀ ଏଜେଣ୍ଟ ବୋଲି ସୂଚନା ମିଳିଛି। 

Advertisment

ମିଳିଥିବା ସୂଚନା ଅନୁଯାୟୀ, ୪ ଅଭିଯୁକ୍ତଙ୍କ ମଧ୍ୟରୁ ବସନ୍ତ ବେହେରା ହେଉଛି ମାଷ୍ଟରମାଇଣ୍ଡ । ଯିଏ ୩ ନମ୍ବର ଲଞ୍ଚ ପ୍ୟାଡ୍‌ରେ AC ଅପରେଟର୍ ଥିଲା । ଅନ୍ୟ ୩ ଜଣ ମଧ୍ୟ  ଲଞ୍ଚପ୍ୟାଡ୍‌ରେ ଠିକା ଶ୍ରମିକ ଭାବେ କାମ କରୁଥିଲେ । ବସନ୍ତଙ୍କ ପାଖକୁ ପାକିସ୍ତାନ-ରାଜସ୍ଥାନ ସୀମାନ୍ତରୁ ଇଣ୍ଟରନ୍ୟାସନାଲ୍ ଫୋନ୍ କଲ୍ ଆସୁଥିଲା ।  ସେହି ଫୋନ୍ କଲ୍ ମାଧ୍ୟମରେ ଏହି  ୪ଜଣ ଯୋଗାଯୋଗରେ ଥିଲେ । ପାକିସ୍ତାନର ଗୁଇନ୍ଦା ସଂସ୍ଥା ISI ଏବଂ ବିଦେଶୀ ସଂସ୍ଥା ସହ ତଥ୍ୟ ପ୍ରଘଟ ବାବଦକୁ ଏମାନେ ମୋଟା ଅଙ୍କର ପାଉଣା ପାଉଥିଲେ । ଶେଷରେ ଗୁଇନ୍ଦା ତଥ୍ୟ  ଆଧାରରେ ପୂର୍ବାଞ୍ଚଳ ଆଇଜିଙ୍କ ନେତୃତ୍ୱରେ ଗଠିତ ହୋଇଥିଲା ୬ ଜଣିଆ ଟିମ୍। ଏହାପରେ ଗତ ୩ ଦିନ ଧରି ତନାଘନା କରି ଶେଷରେ ଗତକାଲି ଏହି ୪ ଜଣଙ୍କୁ ଗିରଫ କରିଥିଲା ପୁଲିସ୍‌

Crime Branch DRDO Odisha
Advertisment
Advertisment