Advertisment

ଡିଏଫ୍ଓ ସଂଗ୍ରାମ ବେହେରାଙ୍କୁ କ୍ରାଇମବ୍ରାଞ୍ଚର ପଚରାଉଚରା

ସୌମ୍ୟ ମୃତ୍ୟୁ ଘଟଣା ସହିତ ଡିଏଫ୍‌ଓଙ୍କର କୌଣସି ସଂପୃକ୍ତି ନଥିବା ଜଣାପଡୁଛି। ସିଡିଆର୍‌ ଯାଞ୍ଚରୁ ଡିଏଫ୍‌ଓଙ୍କର ବିଦ୍ୟାଙ୍କ ସହ ସଂପୃକ୍ତି ନଥିବା ସ୍ପଷ୍ଟ ହୋଇଛି। ଅଧିକ ତଦନ୍ତ ପାଇଁ ପଡ଼ୋଶୀଙ୍କୁ ମଧ୍ୟ ପଚରାଉଚରା କରିଥିଲୁ। ଡିଏଫ୍‌ଓ, ବିଦ୍ୟାଙ୍କ ଘରକୁ ଆସୁଥିବା କେହି କହିନାହାନ୍ତି। କେବଳ ଘଟଣା ଦିନ ଡିଏଫ୍‌ଓ ସ୍ପଟକୁ ଯାଇଥିଲେ। ଏପରିକି ରୋଷେୟାଙ୍କର ମଧ୍ୟ କୌଣସି ସଂପୃକ୍ତି ନାହିଁ ବୋଲି ଏସ୍‌ପି କହିଥିଲେ।

author-image
Chandan Shishu
ଅଦ୍ୟତନ ହୋଇଛି
ଡିଏଫ୍ଓ ସଂଗ୍ରାମ ବେହେରାଙ୍କୁ କ୍ରାଇମବ୍ରାଞ୍ଚର ପଚରାଉଚରା

DFO

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଗଜପତି ଡିଏଫ୍ଓ ସଂଗ୍ରାମ ବେହେରାଙ୍କୁ କ୍ରାଇମବ୍ରାଞ୍ଚର ପଚରାଉଚରା କରିଛି।ପାରଳାଖେମୁଣ୍ଡି ପୋଲିସ ଗେଷ୍ଟ ହାଉସ୍‌ରେ ପଚରାଉଚରା ଚାଲିଛି। ୪ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍‌ର ପଚରାଉଚରା ଜାରି ରଖିଛି। DFOଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ ସୌମ୍ୟଙ୍କ ପରିବାର। ସୌମ୍ୟଙ୍କ ମୃତ୍ୟୁର ୧୨ ଦିନ ପରେ ଆଜି ପାରଳାଖେମୁଣ୍ଡି ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କୁ ତାଙ୍କ ଅଫିସରେ ଜେରା କରାଯାଇଥିଲା। ପାଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ, ଏସ୍‌ଡିପିଓ ରାମକୃଷ୍ଣ ପତି ଓ କ୍ରାଇମବ୍ରାଞ୍ଚ ମିଳିତ ଭାବେ ପ୍ରାୟ ୩ ଘଣ୍ଟାରୁ ଅଧିକ ସମୟ ଧରି ଡିଏଫ୍‌ଓଙ୍କୁ ପଚରାଉଚରା କରାଯାଇଥିଲା। ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ(ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କୁ ଗଜପତି ଏସ୍‌ପି ତପନ କୁମାର ପଟ୍ଟନାୟକ କ୍ଲିନ୍‌ଚିଟ୍‌ ଦେଇଥିଲେ।

Advertisment

ସେ କହିଥିଲେ, ସୌମ୍ୟ ମୃତ୍ୟୁ ଘଟଣା ସହିତ ଡିଏଫ୍‌ଓଙ୍କର କୌଣସି ସଂପୃକ୍ତି ନଥିବା ଜଣାପଡୁଛି। ସିଡିଆର୍‌ ଯାଞ୍ଚରୁ ଡିଏଫ୍‌ଓଙ୍କର ବିଦ୍ୟାଙ୍କ ସହ ସଂପୃକ୍ତି ନଥିବା ସ୍ପଷ୍ଟ ହୋଇଛି। ଅଧିକ ତଦନ୍ତ ପାଇଁ ପଡ଼ୋଶୀଙ୍କୁ ମଧ୍ୟ ପଚରାଉଚରା କରିଥିଲୁ। ଡିଏଫ୍‌ଓ, ବିଦ୍ୟାଙ୍କ ଘରକୁ ଆସୁଥିବା କେହି କହିନାହାନ୍ତି। କେବଳ ଘଟଣା ଦିନ ଡିଏଫ୍‌ଓ ସ୍ପଟକୁ ଯାଇଥିଲେ। ଏପରିକି ରୋଷେୟାଙ୍କର ମଧ୍ୟ କୌଣସି ସଂପୃକ୍ତି ନାହିଁ ବୋଲି ଏସ୍‌ପି କହିଥିଲେ।

ସୂଚନାଯୋଗ୍ୟ, ସୌମ୍ୟଙ୍କ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ, ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ନଥ କୁମ୍ଭଙ୍କ ସମ୍ପୃକ୍ତି ଥିବା ପ୍ରଥମରୁ ତାଙ୍କ ପରିବାର ଲୋକ ଅଭିଯୋଗ କରି ଆସୁଥିଲେ ଓ ସେମାନଙ୍କ ନାଁରେ ଥାନାରେ ଏତଲା ମଧ୍ୟ ଦେଇଥିଲେ।  ବିଦ୍ୟାଙ୍କ ସହ ଡିଏଫଓଙ୍କ ଅନୈତିକ ସମ୍ପର୍କ ଥିବା ବେଳେ ସୌମ୍ୟଙ୍କୁ ବାଟରୁ ହଟାଇବାକୁ ଏପରି ଷଡ଼ଯନ୍ତ୍ର କରାଯାଇଥିବା ପ୍ରଥମରୁ ହିଁ ତାଙ୍କ ପରିବାର ଲୋକ କହି ଆସୁଛନ୍ତି। 

Advertisment
Crime Branch Paralakhemundi ACF Death
Advertisment
Advertisment