Advertisment

ଅଭିଯୁକ୍ତଙ୍କୁ ଗିରଫ ନ କରି ଘରେ କାହିଁକି ଜେରା ହେଉଛି ? ଅସନ୍ତୋଷ ପ୍ରକାଶ କଲେ ସୌମ୍ୟଙ୍କ ବାପା

ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଯୁବ ACF ସୌମ୍ୟରଂଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ମାମଲାର ତଦନ୍ତକୁ ପୁଣି ଜୋରଦାର କରଛି କ୍ରାଇମବ୍ରାଞ୍ଚ।

author-image
Minati Mishra
ACF Death Case

ACF Death Case

ବାଲେଶ୍ୱର: ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଯୁବ ACF ସୌମ୍ୟରଂଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ମାମଲାର ତଦନ୍ତକୁ ପୁଣି ଜୋରଦାର କରଛି କ୍ରାଇମବ୍ରାଞ୍ଚ।  କ୍ରାଇମବ୍ରାଞ୍ଚ ଟିମ୍‌ ବାଲେଶ୍ୱର ଖଇରା ସ୍ଥିତ ସୌମ୍ୟଙ୍କ ବାସଭବନରେ ପହଞ୍ଚିଛି । କ୍ରାଇମ ବ୍ରାଞ୍ଚର ୪ ଜଣିଆ ଟିମ୍ ସୌମ୍ୟଙ୍କ ପରିବାର ଲୋକଙ୍କ ବୟାନ ରେକର୍ଡ କରୁଛି । 

Advertisment

 ACF ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁର ଇତିମଧ୍ୟରେ ୫୦ ଦିନ ବିତିଗଲାଣି। ୭ ଦିନ ପରେ କ୍ରାଇମବ୍ରାଞ୍ଚ ତା’ର ୨ୟ ପର୍ଯ୍ୟାୟ ଜେରା ଆରମ୍ଭ କରିଛି। ଆଜି କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍‌ ସୋର ସ୍ଥିତ ସୌମ୍ୟଙ୍କ ଘରେ ପହଞ୍ଚିଛି। ତେବେ କ୍ରାଇମବ୍ରାଞ୍ଚ ଜେରାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସୌମ୍ୟଙ୍କ ବାପା। କ୍ରାଇମବ୍ରାଞ୍ଚ ଟିମ୍ ତାଙ୍କୁ ଜେରା କରିବା ନେଇ କୌଣସି ସୂଚନା ପୂର୍ବରୁ ଦିଆଯାଇ ନ ଥିଲା। ସେ ମିଡିଆ ସୂତ୍ରରୁ ଏହି ଖବର ପାଇଥିଲେ।  କାହିଁକି ତାଙ୍କୁ ଜଣାଗଲାନି ବୋଲି ସେ ପ୍ରଶ୍ନ କରିବା ସହ କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ତାଙ୍କର ଭରସା ନାହିଁ ବୋଲି କହିଛନ୍ତି।

Advertisment

ସୌମ୍ୟଙ୍କ ବାପା ଅଭିଯୋଗ କରିଛନ୍ତି ଯେ, ପୁଅ ମୃତ୍ୟୁର ୫୦ ଦିନ ପରେ ବି ପୋଲିସ କିଛି କରିପାରିନି। ଏପରିକି ହତ୍ୟାମାମଲା ରୁଜୁ ହୋଇଥିଲେ ବି ମୁଖ୍ୟ ଅଭିଯୁକ୍ତକୁ ଏ ଯାଏ ଗିରଫ କରାଯାଇ ପାରିନାହିଁ। ମୁଖ୍ୟ ଅଭିଯୁକ୍ତଙ୍କୁ କାହିଁକି ଗିରଫ କରାଯାଉନି, ଏହା କାହା ନିର୍ଦ୍ଦେଶରେ ହେଉଛି ସେ ନେଇ ସେ ପ୍ରଶ୍ନ କରିଛନ୍ତି।  ଏହି ପ୍ରସଙ୍ଗ ବିଧାନ ସଭାରେ ଆଲୋଚନା କରିବା ଆମେ ବିରୋଧୀ ଦଳ ନେତାଙ୍କୁ ଜଣାଇଥିବା କହିଛନ୍ତି।

ସେ ଦାବି କରିଛନ୍ତି, ତେବେ ଅଭିଯୁକ୍ତଙ୍କୁ ଗିରଫ କରି ଜେରା କରାଯାଉ।  ତାଙ୍କ ଘରକୁ ଯାଇ ଜେରା କରୁଥିବାରୁ ଅସନ୍ତୋଷ ପ୍ରକାଶ କରିବା ସହ ସୌମ୍ୟଙ୍କ ବାପା କହିଛନ୍ତି ଏହା ଚୋର ହାତରେ ଚାବି କାଠି ଦେବା ପରି। ତେଣୁ କ୍ରାଇମବ୍ରାଞ୍ଚ ଉପରେ ତାଙ୍କର ଭରସା ନ ଥିବା ସେ କହିଛନ୍ତି। 

ତେବେ କାଲି ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ପଚରାଉଚରା କରିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ଏନେଇ ସୂଚନା ଦେଇଛନ୍ତି। ACF ସୌମ୍ୟରଂଜନଙ୍କ ଦେହରେ କେମିତି ନିଆଁ ଲାଗି ଜଳିଗଲେ ? ପତ୍ନୀ ବିଦ୍ୟାଭାରତୀ ଏବଂ ଡିଏଫ୍ଓ ସଂଗ୍ରାମଙ୍କ ମଧ୍ୟରେ କୌଣସି ଅନ୍ତରଂଗ ସମ୍ପର୍କ ଥିଲା କି ? ଚାକିରୀ କ୍ଷେତ୍ରରେ କୌଣସି ଡିଏଫ୍ଓ କୌଣସି ଚାପ ପକାଉଥିଲେ କି ? ଏଭଳି ଏକାଧିକ ପ୍ରଶ୍ନ ଧରି ପୂର୍ବରୁ ଡିଏଫ୍ଓଙ୍କୁ ପଚରାଉଚରା କରିସାରିଛି କ୍ରାଇମବ୍ରାଞ୍ଚ। ତାସହ ଏକାଧିକ ସାକ୍ଷୀଙ୍କୁ ମଧ୍ୟରେ କ୍ରାଇମ ପ୍ଲଟ ପାରଳାଖେମୁଣ୍ଡିରେ ପଚରାଉଚରା କରି ସମସ୍ତ ତଦନ୍ତ ପ୍ରକ୍ରିୟା ସାରିଦେଇଥିଲା ଏହି ତଦନ୍ତକାରୀ ସଂସ୍ଥା। 

Paralakhemundi ACFMurderCase
Advertisment
Advertisment