• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ୟୁପିରେ ପୁଣି ଗଣଦୁଷ୍କର୍ମ ।

  • ପଡ଼ୋଶୀ ଘର ପୁଅ, ସାଙ୍ଗମାନଙ୍କ ସହ ମିଶି କଲା ଦୁଷ୍କର୍ମ ।

  • ତା’ପରେ ରାସ୍ତାରେ ଫିଙ୍ଗିଦେଲା ।

ଲକ୍ଷ୍ନୌ : ପୁଣି ୟୁପିରୁ ଆସିଲା ଛାତିଥରା କାହାଣୀ । ଯୁବତୀଙ୍କ ସହ ଗଣଦୁଷ୍କର୍ମ ପରେ ରସ୍ତାରେ ଫିଙ୍ଗି ଦେଲେ ଦୁର୍ବୃତ୍ତ । ୟୁପି ବୁନ୍ଦେଲଖଣ୍ଡର ମହୋବା ଜିଲ୍ଲାରେ ଏପରି ଘଟଣା ସାମ୍ନାକୁ ଆସିଛି । ଘଟଣା ନେଇ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଯୁବତୀଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ପଡ଼ିଶା ଘର ପୁଅ ଓ ତାର ଦୁଇ ବନ୍ଧୁ ମିଶି ତାଙ୍କ ସହ ଦୁଷ୍କର୍ମ କରିଛନ୍ତି । ତାଙ୍କୁ ସୋମାବାର ରାତିରେ ପ୍ରଥମେ ଉଠାଇ ନେଇ ବାନ୍ଧି ଦେଇଥିଲେ, ତାପରେ ଜଣକ ପରେ ଜଣେ ତାଙ୍କ ସହ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲେ । ଆଉ ତା’ପରେ ମଙ୍ଗଳବାର ସକାଳୁ ତାଙ୍କୁ ରାସ୍ତାରେ ଫିଙ୍ଗି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଖାଲି ସେତିକି ନୁହେଁ ଯୁବତୀ ଆହୁରି ଅଭିଯୋଗ କରିଛନ୍ତି ଯେ, ତାଙ୍କର ଅଶ୍ଳୀଳ ଭିଡିଓ ଉତ୍ତୋଳନ କରି ତାଙ୍କୁ ବ୍ଲାକ୍‌ମେଲ କରିବା ସହ ପରିବାର ଲୋକଙ୍କୁ ମଧ୍ୟ ସେମାନେ ନାନା ହଇରାଣ କରୁଛନ୍ତି ।

ପୀଡ଼ିତା ଜଣକ ପରିବାର ଲୋକଙ୍କ ସହ ମିଶି ଏନେଇ କୋତୱାଲି ଥାନାରେ ଅଭିଯୋଗ କରିଛନ୍ତି । ହେଲେ ଏବେ ସୁଦ୍ଧା ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଘଟଣାକୁ ୫ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ଚୁପ୍‌ ବସିଛି । ଫଳରେ ପୀଡ଼ିତା ଏବେ ତାଙ୍କ ପରିବାର ଲୋକ ଭୟରେ ଜୀବନ ବିତାଉଛନ୍ତି । ପୋଲିସ ନିକଟରୁ ନ୍ୟାୟ ପାଇବା ଆଶାରେ ସେ ବାରମ୍ବାର ଥାନାକୁ ଯାଇ ନିରାଶ ହେଉଛନ୍ତି ।

କୋତୱାଲି ଅଞ୍ଚଳର ଚନ୍ଦ୍ରକୁଅଁର ପ୍ୟାଲେସ ନିକଟରେ ଏହି ଘଟଣା ଘଟିଥିବା କୁହାଯାଉଛି । ଏଠାରେ ଘର ଭଡ଼ା ନେଇ ରହୁଥିବା ଜଣେ ଯୁବତୀଙ୍କୁ ତାରଙ୍କ ପଡ଼ୋଶୀ ଭାବେ ରହୁଥିବା ଜଣେ ଯୁବକ ରାଜ, ବୁଲିବା ବାହାନା କରି ସାଙ୍ଗରେ ନେଇଥିଲା । କିଛି ସମୟ ପରେ ରାଜ, ଯୁବତୀଙ୍କର ଏକ ଅଶ୍ଳୀଳ ଭିଡିଓ ରଖିଥିବା ନେଇ ବ୍ଲାକ୍‌ମେଲ୍‌ କରିଥିଲା । ଆଉ ତାପରେ ତାଙ୍କ ସହ ଜବରଦସ୍ତ ଦୁଷ୍କର୍ମ କରିଥିଲା । ଆଉ ସେହି ସମୟରେ ଭିଡିଓ ସୁଟ୍‌ କରିଥିଲା ।

ପୀଡ଼ିତାଙ୍କ ଅଭିଯୋଗ ଅନିଯାୟୀ, ରାଜ ଓ ତାର ଦୁଇ ବନ୍ଧୁ ମିଶି ତାଙ୍କ ସହ ଦୁଷ୍କର୍ମ କରିଛନ୍ତି । ରାଜର ଗୋଟିଏ ସାଙ୍ଗର ନାଁ ସୁରଜ ବୋଲି ପୀଡ଼ିତାଙ୍କ ପରିବାର ଲୋକ କହିଛନ୍ତି । ଖାଲି ସେତିକି ନୁହେଁ ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ, ତିନି ଜଣ ଯୁବକ ଦବଂଗ ସମ୍ପ୍ରଦାୟର । ଅଭିଯୋଗ ପରେ ବି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି କହିଛନ୍ତି ପୀଡ଼ିତାଙ୍କ ବଡ଼ ଭଉଣୀ ।