/odishatv-khabar/media/post_attachments/uploadimage/library/16_9/16_9_0/arrested_1631618173.jpg)
arrested
ନରସିଂହପୁର: କଟକ ଜିଲ୍ଲା ନରସିଂହପୁର ଥାନାରେ ଗଣ୍ଡଗୋଳ ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଗିରଫ ୩ ଜଣ ହେଲେ ନରସିଂହପୁରର ବିଜେପି ନେତା ବିଜୟ ଦଳବେହେରା, ତାଙ୍କ ଭାଇ ଓ ସହଯୋଗୀ।
Advertisment
ସୂଚନା ଅନୁସାରେ, ଗୁରୁବାର ବିଳମ୍ବିତ ରାତିରେ ନରସିଂହପୁର ପୋଲିସ୍ ୩ ଜଣ ବିଜେପି କର୍ମୀଙ୍କୁ ଗିରଫ କରିଥିଲା। ଏହାର ପ୍ରତିବାଦରେ ଗତକାଲି ସ୍ଥାନୀୟ ଲୋକଙ୍କ ସହ ବିଜେପି ପକ୍ଷରୁ ଥାନାରେ ଧାରଣା ଦିଆଯାଇଥିଲା। ଥାନା ଗେଟ୍ରେ ତାଲା ପକାଇ ଲୋକମାନେ ଧାରଣା ଦେଇଥିଲେ। ଫଳରେ ଥାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହି ସମୟରେ ପୋଲିସ ଓ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଥିଲେ।
Also Read
Advertisment
ସ୍ଥିତି ନିୟନ୍ତ୍ରଣ ପାଇଁ ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ପୋଲିସ୍ ପିଟିଥିଲା। ଏହାପରେ ଲୋକେ ପୋଲିସ୍ ଉପରକୁ ଢେଲା ପଥର ମାଡ଼ କରିଥିଲେ। ଏଥିରେ କିଛି ଆନ୍ଦୋଳନକାରୀ ଓ ପୋଲିସ୍ କର୍ମୀ ଆହତ ହୋଇଥିଲେ। ଆହତ ପୋଲିସ୍ କର୍ମୀଙ୍କ ମଧ୍ୟରେ ଜଣେ ହୋମଗାର୍ଡ ଅଛନ୍ତି। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)