Advertisment

‘ମୋ ଝିଅକୁ ଉଦ୍ଧାର କରି ମୋତେ ଦିଅନ୍ତୁ’

‘ମୋ ଝିଅ କିଛି ଜାଣି ନାହିଁ। ସେ ଛୋଟ ପିଲା, ତାକୁ କିଡ୍‌ନାପ୍‌ କରାଯାଇଛି। ମୋ ଝିଅକୁ ଉଦ୍ଧାର କରି ମୋତେ ଦିଅନ୍ତୁ।’ ଅପହୃତ ଜଣେ ନାବାଳିକା ବାପାଙ୍କର ଏ ହେଉଛି ପୋଲିସ ନିକଟରେ ନିବେଦନ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
‘ମୋ ଝିଅକୁ ଉଦ୍ଧାର କରି ମୋତେ ଦିଅନ୍ତୁ’

Missing Children

ଭୁବନେଶ୍ୱର: ‘ମୋ ଝିଅ କିଛି ଜାଣି ନାହିଁ। ସେ ଛୋଟ ପିଲା, ତାକୁ କିଡ୍‌ନାପ୍‌ କରାଯାଇଛି। ମୋ ଝିଅକୁ ଉଦ୍ଧାର କରି ମୋତେ ଦିଅନ୍ତୁ।’ ଅପହୃତ ଜଣେ ନାବାଳିକା ବାପାଙ୍କର ଏ ହେଉଛି ପୋଲିସ ନିକଟରେ ନିବେଦନ। ସମ୍ପୃକ୍ତ ନାବାଳିକା ଅପହରଣ ହେବାର ୮ ମାସ ବିତି ଗଲାଣି, ହେଲେ ଏବେ ସୁଦ୍ଧା ତାଙ୍କର କୌଣସି ପତ୍ତା ମିଳିପାରିନାହିଁ। ଅପହର୍ତ୍ତାମାନେ ଝିଅକୁ ନେଇ କେଉଁଠି ରଖିଛନ୍ତି, କେଉଁ ଅବସ୍ଥାରେ ରହିଛି ଝିଅ। ସେନେଇ ପରିବାର ଲୋକେ ଏବେ ଚିନ୍ତାରେ। ଥାନାକୁ ଦୌଡ଼ି ଦୌଡ଼ି ସେମାନେ ନିରାଶ ହୋଇ ପଡ଼ିଛନ୍ତି।

Advertisment

ଗତ ୨୦୨୦ ନଭେମ୍ବର ୧୭ରେ ଉକ୍ତ ନାବାଳିକା କେଉଁଆଡ଼େ ନିଖୋଜ ହୋଇଯାଇଥିଲା। ଏନେଇ ପରିବାର ଲୋକ ଖଣ୍ଡଗିରି ଥାନାରେ ଅଭିଯୋଗ କରିବା ସତ୍ତ୍ୱେ ଏଯାଏ ନାବାଳିକାର କୌଣସି ଖୋଜ ଖବର ନାହିଁ। ଶେଷରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ପରିବାର ଲୋକେ। ଏହି ଜଣେ ନାବାଳିକ ନୁହେଁ, ରାଜ୍ୟରୁ ନିଖୋଜ ଅଛନ୍ତି ଅନେକ ନାବାଳିକା।  

କମିଶନରେଟ୍ ପୋଲିସ ଗଠନ ହେବାଠାରୁ ଏପର୍ଯ୍ୟନ୍ତ ୭୧୨ ଜଣଙ୍କ ନିଖୋଜ ମଧ୍ୟରୁ ୧୧୨ ଜଣଙ୍କୁ କେବଳ ଉଦ୍ଧାର କରାଯାଇଛି। କମିଶନରେଟ୍  ପୋଲିସର ସ୍ୱତନ୍ତ୍ର ସେଲ୍ କିଛି ଦିନ ପୂର୍ବେ  ପିଲାମାନଙ୍କୁ ଉଦ୍ଧାର କରିଛି। ହେଲେ ଏବେ ବି ଆହୁରି ୬ ଶହ ନାବାଳିକାଙ୍କ ପତ୍ତା ମିଳିନାହିଁ। ସେମାନେ ଏବେ କେଉଁଠି, କେଉଁ ପରିସ୍ଥିତିରେ ସମୟ କାଟୁଛନ୍ତି, ସେମାନଙ୍କୁ ଖୋଜି ବାହାର କରିବା ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି। କେବେ ଉଦ୍ଧାର ହେବେ ଏହି ନାବାଳିକା ତାହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। 

Advertisment

କ୍ରାଇମବ୍ରାଞ୍ଚ ପକ୍ଷରୁ ଅପରେସନ ସ୍ମାଇଲ, ଅପରେସନ ପରୀ ଆଦି ଏକାଧିକ ଯୋଜନାରେ ନିଖୋଜ ପିଲାଙ୍କୁ ଠାବ ପାଇଁ ଉଦ୍ୟମ ହେଉଛି। ଆଗକୁ ଅପରେସନ୍ ଆହୁରି ଜୋରଦାର୍‌ ହେବ ବୋଲି ପୋଲିସ କମିଶନର କହିଛନ୍ତି। ଏସବୁ ମାମଲା ଉପରେ ପୋଲିସ ଗୁରୁତ୍ୱ ଦେବା ଉଚିତ ବୋଲି ପୂର୍ବତନ ଡିଜି କହିଛନ୍ତି।        

Odisha Missing Children Missing Children Odisha
Advertisment
Advertisment