Executive Engineer
ଭୁବନେଶ୍ୱର: ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ମାଡ଼ ଅଭିଯୋଗ। ବିଜେପି ନେତା ଗୌତମ ସାମନ୍ତରାୟ ଓ ତାଙ୍କର କିଛି ସମର୍ଥକ ଗାଳିଗୁଲଜ ସହ ମାଡ଼ ମାରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି କୋରାପୁଟ ଜିଲ୍ଲା ଜୟପୁର ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀ ବସନ୍ତ କୁମାର ମହାପାତ୍ର। ମିଳିଥିବା ସୂଚନା ଅନୁଯାୟୀ, ବାଲିଆ ପଞ୍ଚାୟତର ନୂଆଗୁଡା ଗାଁରେ ବିଦ୍ୟୁତ ଟ୍ରାନ୍ସଫରର୍ମର ପୋଡି ବିଦ୍ୟୁତ ସଂଯୋଗ ବିଛିନ୍ନ ହୋଇଯାଇଥିଲା। ଏଥିପାଇଁ ଗାଁ ଲୋକେ ବ୍ରାହ୍ମଣୀ ଗାଁ ସ୍ଥିତ ବିଦ୍ୟୁତ ବିଭାଗ ଅଫିସକୁ ଯାଇଥିଲେ।
Advertisment
ଏପରିକି ବିଦ୍ୟୁତ ବିଲ ଅହେତୁକ ଆସୁଥିବା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ଲୋକେ। ତେବେ ଅଭିଯୋଗକୁ ବିଭାଗୀୟ ଅଧିକାରୀ କର୍ଣ୍ଣପାତ କରିନଥିବାବେଳେ ବିଜେପି ନେତା ଗୌତମ ସାମନ୍ତରାୟଙ୍କ ସମେତ ଦଳୀୟକର୍ମୀ କାଯର୍ୟାଳୟରେ ପହଞ୍ଚି କାର୍ଯ୍ୟାଳୟରେ ତାଲା ପକେଇଥିବା ଅଭିଯୋଗ ହୋଇଛି। ତେବେ ମାଡ଼ ଘଟଣାକୁ ଗୌତମ ସାମନ୍ତରାୟ ଖଣ୍ଡନ କରିଥିବାବେଳେ ପୋଲିସ କହିଛି, ତଦନ୍ତ କରି ପଦକ୍ଷେପ ନିଆଯିବ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)