Advertisment

ସାଇବର୍‌ ଲୁଟେରାଙ୍କଠାରୁ କେମିତି ପାଇବେ ରକ୍ଷା? ଟ୍ୱିଟ୍‌ କରି ସୂଚନା ଦେଲା କମିଶନରେଟ୍‌ ପୋଲିସ

ଏହି ଲିଙ୍କ୍ ଖୋଲିବା ମାତ୍ରେ ଆକାଉଣ୍ଟରୁ ଟଙ୍କା ଗାଏବ ହୋଇଥିବାର ଆଶଙ୍କା ଅଛି। କାରଣ ଲିଙ୍କ୍ ଖୋଲିଲେ, ସେମାନଙ୍କୁ ପାଖକୁ ବ୍ୟାଙ୍କ ଆକାଉଣ୍ଟର ଗୋପନୀୟ ତଥ୍ୟ ସବୁ ଲିକ୍ ହୋଇପାରେ। ତେଣୁ ଏପରି ଲିଙ୍କ୍ ଉପରେ କ୍ଲିକ୍ ନ କରିବାକୁ କମିଶନରେଟ ପୋଲିସ ପରାମର୍ଶ ଦେଇଛି।

author-image
Sarbeswar
ଅଦ୍ୟତନ ହୋଇଛି
ସାଇବର୍‌ ଲୁଟେରାଙ୍କଠାରୁ କେମିତି ପାଇବେ ରକ୍ଷା? ଟ୍ୱିଟ୍‌ କରି ସୂଚନା ଦେଲା କମିଶନରେଟ୍‌ ପୋଲିସ

Bhubaneswar DCP

ଭୁବନେଶ୍ୱର: ସାଇବର ଲୁଟେରାଙ୍କ କବଳରୁ ନିଜକୁ ରକ୍ଷା କରିବାକୁ କମିଶନରେଟ ପୋଲିସ ପରାମର୍ଶ ଦେଇଛି। ଲୋକଙ୍କୁ ସଚେତନ କରିବା ଲକ୍ଷ୍ୟରେ ଟ୍ୱିଟ୍‌ରେ କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି ଯେ, କେଓ୍ୱାଇସି ଯାଞ୍ଚ ପାଇଁ କୌଣସି ଲିଙ୍କ୍ ବା ଇମେଲ ଲିଙ୍କ୍ ଖୋଲନ୍ତୁ ନାହିଁ। ଏପରି ସନ୍ଦିଗ୍ଧ ଲିଙ୍କକୁ କ୍ଲିକ୍ କରନ୍ତୁ ନାହିଁ। ଏଭଳି ନକଲି କେଓ୍ୱାଇସି ଲିଙ୍କ୍ ଲୋକଙ୍କୁ ଲୁଟ୍ କରୁଛନ୍ତି। ଦୁର୍ବୃତ୍ତମାନେ ଲୁଟେରାମାନେ କେଓ୍ୱାଇସି ଯାଞ୍ଚ ନାଁରେ ଲୋକଙ୍କୁ ବିଭିନ୍ନ ଲିଙ୍କ୍ ପଠାଉଛନ୍ତି। ଏହି ଲିଙ୍କ୍ ଖୋଲିବା ମାତ୍ରେ ଆକାଉଣ୍ଟରୁ ଟଙ୍କା ଗାଏବ ହୋଇଥିବାର ଆଶଙ୍କା ଅଛି। କାରଣ ଲିଙ୍କ୍ ଖୋଲିଲେ, ସେମାନଙ୍କୁ ପାଖକୁ ବ୍ୟାଙ୍କ ଆକାଉଣ୍ଟର ଗୋପନୀୟ ତଥ୍ୟ ସବୁ ଲିକ୍ ହୋଇପାରେ। ତେଣୁ ଏପରି ଲିଙ୍କ୍ ଉପରେ କ୍ଲିକ୍ ନ କରିବାକୁ କମିଶନରେଟ ପୋଲିସ ପରାମର୍ଶ ଦେଇଛି।

Advertisment

ତେବେ ରାଜ୍ୟରେ ମାତିଛନ୍ତି ସାଇବର ଲୁଟେରା । ଲକଡାଉନ ସଟଡାଉନ ଭିତରେ ଆକ୍ସିଭ୍ ଅଛନ୍ତି ସାଇବର ଲୁଟେରା । କରୋନା ମହାମାରୀ ସାରା ଦେଶର ମେରୁଦଣ୍ଡ ଭାଙ୍ଗି ଦେଇଥିବା ବେଳେ ଲୋକେ ଏବେ ଘରେ ହାତ ବାନ୍ଧି ବସିଛନ୍ତି । ସେପଟେ ଦୋକାନ ବଜାର ଖୋଲୁନଥିବାରୁ ଲୋକେ ଅନଲାଇନ କାରବାର ଆରମ୍ଭ କରିଛନ୍ତି । ଖାଲି ସେତିକି ନୁହେଁ ଟଙ୍କା ନେଣଦେଣରେ ଭାଇରସ ବ୍ୟାପିବା ଭୟ ଥିବାରୁ ଲୋକେ ଅନଲାଇନ୍ ପେମେଣ୍ଟ କରିବାକୁ ମଧ୍ୟ ଆଗ୍ରହ ପ୍ରକାଶ କରୁଛନ୍ତି। ଲକଡାଉନ୍‌ ଓ ସଟ୍‌ଡାଉନ୍‌ ଯୋଗୁଁ ଅନଲାଇନ କାରବାର ଢ଼େର ମାତ୍ରାର ବୃଦ୍ଧ ପାଇଛି । ସେହି ଅନୁସାରେ ରାଜ୍ୟରେ ମଧ୍ୟ ଅନଲାଇନ କାରବାର ବୃଦ୍ଧି ପାଇଛି । ଆଉ ଏହାରି ଭିତରେ ସାଇବର ଲୁଟେରା ମଧ୍ୟ ଆକ୍ଟିଭ୍ ହୋଇଛନ୍ତି ।

Advertisment

ମିଳିଥିବା ରିପୋର୍ଟ ଅନୁଯାୟୀ ଏଥର ଲକଡାଉନ୍ ଓ ସଟଡାଉନ୍ ଭିତରେ ଗୋଟିଏ ମାସରେ ରାଜ୍ୟରୁ ୧ କୋଟି ୪୦ ଲକ୍ଷ ୯ ହଜାର ଟଙ୍କା ଲୁଟିଛନ୍ତି ସାଇବର ଲୁଟେରା । କେବଳ ଭୁବନେଶ୍ୱରରୁ ୭୦ ଲକ୍ଷ ୭୮ ହଜାର ୭୧୪ ଟଙ୍କା ଲୁଟି ନେଇଛନ୍ତି ସାଇବର ଠକ ।

ତେବେ ଏହି ଅଭିଯୋଗ ପାଇବା ପରେ ବିଭିନ୍ନ ଦିଗରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଯାହାଫଳରେ ୧୨ ଲକ୍ଷ ୫ ହଜାର ଟଙ୍କା ବ୍ଲକ ହେବା ସହ ରିଫଣ୍ଡ ହୋଇପାରିଛି । ପୋଲିସର କହିବାନୁଯାୟୀ ଅନଲାଇନ କାରବାର ବୃଦ୍ଧି ପାଉଥିବା ହେତୁ ସାଇବର ଠକ ବିଭିନ୍ନ ଉପାୟରେ ଲୁଟ କରୁଛନ୍ତି । ଭୁବନେଶ୍ୱର ସାଇବର ହେଲ୍ପ ଡେସ୍କର ତଥ୍ୟ ଅନୁଯାୟୀ, ମେ’ ମାସରେ କେବଳ ୧୭ଟି ମାମଲା ଥାନାରେ ରୁଜୁ ହୋଇଛି । ସାଇବର ଡେସ୍କକୁ ଠକେଇ ନେଇ ୫୨୯ଟି କଲ୍ ଆସିଥିବା ବେଳେ ଏଥିରୁ ଭୁବନେଶ୍ୱରରୁ କେବଳ ୨୫୬ କଲ୍ ରହିଛି ।

Odisha Bhubaneswar Cyber Crime In Odisha Cyber Crime
Advertisment
Advertisment