• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ଧୀରେ ଧୀରେ ଖୋଲୁଛି ଗୁମର

  • ସାମ୍ନାକୁ ଆସିଲା ୨୦୧୪ର କଥା

ଭୁବନେଶ୍ୱର: ପ୍ରତିଦିନ ଫିଟୁଛି ମାନବବାଦ ସଂଗଠନର କଳା କାରନାମାର ଗୁମର । ଲୋକଙ୍କୁ ସଂଗଠନରେ ମିଶିବାକୁ ବାଧ୍ୟ କରୁଥିଲେ, ଆଉ ଯଦି ଏଥିରେ ଅରାଜି ହୁଅନ୍ତି ତେବେ ତାଙ୍କୁ ଦିଆଯାଉଥିବା ଅକଥନୀୟ ଅତ୍ୟାଚାର ଆଜି ବି ସେ ଦିନର ଘଟଣାକୁ ଭୁଲି ନାହାନ୍ତି ଖୋର୍ଦ୍ଧା ହଳଦିଆ ପଞ୍ଚାୟତ ଦଣ୍ଡେଇ ସାହିର ୨ ପରିବାର। ୨୦୧୪ ମସିହାରେ ତାଙ୍କ ସହ ମାନବବାଦୀ ସଂଗଠନର ସମର୍ଥକ ଘରେ ପଶି ଭିଆଇଥିଲେ ଗୁଣ୍ଡରାଜ। ବୟସ୍କ, ମହିଳା ଏବଂ ଶିଶୁ କାହାରିକୁ ବି ଛାଡ଼ି ନଥିଲେ। ସୁନା ଅଳଙ୍କାର ଲୁଟିଥିଲେ, ଏପରିକି ମହିଳାଙ୍କ କପଡ଼ା ବି ଘରୁ ନେଇ ଯାଇଥିବା ଅଭିଯୋଗ ହୋଇଛି।

ଘରର ରାସନ ବି ଲୁଟି ନେଇଥିଲେ ସଂଗଠନର ଲୋକେ। ଫଳରେ କିଛି ଦିନ ଉପାସରେ କାଟିଥିଲେ ଗାଁର ମହିଳା ।ମାନବବାଦୀ ସଂଗଠନର ରୋଷର ପ୍ରଭାର କିଛି ପିଲାଙ୍କ ଭବିଷ୍ୟତ ଉପରେ ପଡ଼ିଛି। କିଛି ପିଲାଙ୍କ ସାର୍ଟିଫିକଟ୍ ନେଇ ଯାଇଥିବା ଅଭିଯୋଗ ବି ହୋଇଛି। ଘରୁ ତଡ଼ି ଦେବା ପରେ ଏବେ ଏହି ଦୁଇ ପରିବାର ବେସାହାରା ହୋଇପଡ଼ିଛନ୍ତି। ପରିବାର ସମ୍ପୂର୍ଣ୍ଣ ଅଲଗା ହୋଇ ନିଜ ନିଜର ସମ୍ପର୍କୀୟଙ୍କ ପାଖରେ ରହୁଛନ୍ତି। ଏମିତିକି ଗୋଟିଏ ପରିବାରର ଲୋକେ ଜଣେ ଅନ୍ୟ ଜଣଙ୍କୁ ଦେଖି ବି ପାରୁନାହାନ୍ତି । ଏହି ଅଭିଯୋଗକୁ ନେଇ ମାନସ ଦାସଙ୍କ ପ୍ରତିକ୍ରିୟା ମିଳିପାରିନି।

Other Stories

  • corona
    National ସ୍କୁଲ ଖୋଲିଲା ପରେ ବଢିଲା ସଂକ୍ରମଣ

    କରୋନା ମହାମାରୀ ସମୟରେ ସ୍କୁଲ ଖୋଲିବା ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ସାଜିଛି। କାରଣ ଦେଶରେ ତୃତୀୟ ଲହର ଆସିବା ବହୁ ପୂର୍ବରୁ ଦ୍ୱିତୀୟ ଲହରରେ ପିଲାମାନେ ଘାଇଲା କଲାଣି। କାରଣ ଅନେକ ସ୍ଥାନରେ ପିଲାମାନେ କରୋନାରେ...

  • man bites snake
    National କରୋନା ଭଲ କରିଦେବ ସାପ ବିଷ?

    କରୋନାକୁ ନେଇ ଏବେ ପୁଣି ଥରେ ବଢିଛି ଚିନ୍ତା। ଗତ କିଛି ଦିନ ସଂକ୍ରମଣ କମିବା ପରେ ଏବେ ପୁଣି ଥରେ ବଢିବାରେ ଲାଗିଛି ସଂକ୍ରମଣ। ସ୍ଥିତି ଏମିତି ହେଲାଣି ଯେ, କରୋନା ଭ୍ୟାକ୍ସିନ ନେବା ପରେ...

  • railways
    Jobs ଦଶମ ପାସ୍‌ କରିଥିଲେ ରେଳବାଇର ଏହି ପୋଷ୍ଟରେ ଆପଣ ବି ପାଇପାରିବେ ଚାକିରି

    ସରକାରୀ ଚାକିରି ଆଶାୟୀର୍ଥୀଙ୍କ ପାଇଁ ବଡ଼ ଖବର। ଭାରତୀୟ ରେଳବାଇ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି। ଏହାରି ମଧ୍ୟରେ ଆବେଦନ ପ୍ରକ୍ରିୟା ମଧ୍ୟ ଚାଲିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ନିଯୁକ୍ତି ପାଇଁ ଆବେଦନ କରିବାର ଶେଷ...