/odishatv-khabar/media/post_attachments/uploadimage/library/16_9/16_9_0/IMAGE_1627013988.jpg)
Soumya Rajan Mohapatra diary
ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାର ତନାଘନା ଜାରି ରହିଥିବା ବେଳେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏବେ ସୌମ୍ୟଙ୍କ ଏକ ହାତଲେଖା ଡାଏରୀ ସାମ୍ନାକୁ ଆସିଛି। ଏଥିରେ ସୌମ୍ୟ ପାରିବାରିକ ଅଶାନ୍ତି ନେଇ ଲେଖିଥିବା ସୂଚନା ମିଳିଛି। ସୌମ୍ୟଙ୍କ ପରିବାର ପକ୍ଷରୁ ନିୟୋଜିତ ହୋଇଥିବା ଓକିଲ ପାର୍ଥସାରଥୀ ନାୟକଙ୍କ ପକ୍ଷରୁ ମିଳିଥିବା ସୌମ୍ୟଙ୍କ ଏହି ହାତଲେଖା ଡାଏରୀରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ମିଳିଛି।
୨୦୨୧ ଫେବୃଆରୀ ୨୩ରେ ସୌମ୍ୟ ଡାଏରୀରେ ଲେଖିଥିଲେ,“ମୁଁ ତୁମ କ୍ୱାଲିଫିକେସନ ଚାହୁଁ ନାହିଁ। ଏ ସଂପର୍କରେ ମୁଁ କେବେ ବି କିଛି କହିବି ନାହିଁ। ମୁଁ କେବଳ ଚାହେଁ ତୁମେ ମୋର ସ୍ତ୍ରୀ ଓ ଭଲ ସାଙ୍ଗ ହୋଇ କି ରୁହ। ମୁଁ ଚାକିରିରୁ ଇସ୍ତଫା ଦେଇ ଦେବି। ମୁଁ ତୁମର ଚାକର ହୋଇ ରହିବି, କିନ୍ତୁ ମୁଁ ତମ ପାଦ ତଳେ ଏକ ଛୋଟ ଜାଗା ଚାହୁଁଛି। ଏସବୁ ସତ୍ତ୍ୱେ ଯଦି କିଛି ଘଟେ, ତା’ହେଲେ ଏଥିରେ ମୋର କୌଣସି ଭୂମିକା ନାହିଁ। ଏଥିପାଇଁ ମୁଁ କାହାକୁ କିଛିବି କହିପାରିବି ନାହିଁ। ସେ ତାର ଇଚ୍ଛା ଅନୁସାରେ ଯାହା କରିବ କରୁ। ମୁଁ ଯଦି କିଛି କହି ହସ୍ତକ୍ଷେପ କରିବି, ତେବେ ସେ ମୋ ନାଁରେ ଘରୋଇ ହିଂସାର ଅଭିଯୋଗ ଆଣିପାରେ।”
୨୦୨୧ ଫେବୃଆରୀ ୨୨ରେ ସୌମ୍ୟ ଡାଏରୀରେ ଆଉ ଏକ ଲେଖା ଲେଖିଥିଲେ। ଏଥିରେ ସେ ଉଲ୍ଲେଖ କରିଥିଲେ, ‘ତୁମେ ଯାହା ଚାହୁଁଛ, ମୁଁ ସବୁ ବ୍ୟବସ୍ଥା କରିବି। ମୁଁ ନିଶ୍ଚିତ ଭାବେ ସେସବୁ ପୂରଣ କରିବି।’ ସୌମ୍ୟଙ୍କ ପରିବାରର ଓକିଲଙ୍କ ଅନୁସାରେ ଏହା ହେଉଛି ସୌମ୍ୟଙ୍କ ହାତ ଲେଖା ଡାଏରୀ।
Also Read
ସୌମ୍ୟରଞ୍ଜନଙ୍କୁ କଟକ ନେଇ ଯାଉଥିବା ଆମ୍ବୁଲାନ୍ସ ଫରେଷ୍ଟ ଛକରେ କାହିଁକି ଓ କାହା ନିର୍ଦ୍ଦେଶରେ ଅଟକିଥିଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାବେଳେ ଗତକାଲି ରାତିରେ ଏହାର ଖୁଲାସା କରିଛନ୍ତି ଆମ୍ବୁଲାନ୍ସ ଡ୍ରାଇଭର ଦୟାନିଧି ସାଗର। ଗତକାଲି ବିଳମ୍ବିତ ରାତିରେ ପାରଳାଖେମୁଣ୍ଡି ପୋଲିସ ଷ୍ଟେସନରେ ଡ୍ରାଇଭରଙ୍କୁ ଜେରା କରିଛନ୍ତି ଥାନା ଅଧିକାରୀ। ଜେରା ବେଳେ ଅନେକ ରହସ୍ୟର ଖୁଲାସା କରିଛନ୍ତି ଆମ୍ବୁଲାନ୍ସ ଡ୍ରାଇଭର।
ପାରଳାଖେମୁଣ୍ଡିରେ ପୋଲିସ ଟିମ୍ର ତଦନ୍ତ ଜାରି ରହିଛି। କ୍ରାଇମବ୍ରାଞ୍ଚ ଓ ପାରଳାଖେମୁଣ୍ଡି ପୋଲିସର ମିଳିତ ଟିମ୍ ତଦନ୍ତ ଜାରି ରଖିଛନ୍ତି। ସୂଚନା ଅନୁସାରେ, ଆଜି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ଓ ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡାଙ୍କୁ ଜେରା କରାଯାଇପାରେ। ଗତକାଲି ତଦନ୍ତକାରୀ ଟିମ୍ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସରକାରୀ ବାସଭବନକୁ ଯାଇଥିଲେ। କେମିତି ନିଆଁ ଲାଗିଥିଲା, ତାର ସରଜମିନ ତଦନ୍ତ କରିଥିଲେ। ଆଜି ସୌମ୍ୟଙ୍କ ପରିବାରଙ୍କୁ ମାନବାଧିକାର କମିଶନଙ୍କ ଏକ ଟିମ୍ ଭେଟିବେ ବୋଲି ଜଣାପଡ଼ିଛି। ସୌମ୍ୟଙ୍କ ନିଜ ଘର ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ବେଗୁନିଆ ଯାଇ ପରିବାର ସଦସ୍ୟଙ୍କୁ ପଚରାଉଚରା କରିପାରନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)